ଧର୍ମ
ଗଞ୍ଜାମରୁ ପୁରୀକୁ ଗଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ପୂଜାର୍ଚ୍ଚନା ପରେ ଆସିଲା ୩୬ ଖଣ୍ଡ କାଠ

ଭଞ୍ଜନଗର : ଦ୍ବିତୀୟ ପର୍ଯ୍ୟାୟରେ ଗଞ୍ଜାମରୁ ପୁରୀକୁ ଗଲା ରଥକାଠ। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରୁ ପୁରୀକୁ ୩୬ ଖଣ୍ଡ ରଥକାଠ ପଠାଗଲା । ବାଇବାଲି ଜଙ୍ଗଲରୁ ରଥଖଳାକୁ ଯାଇଛି ଢଉରା କାଠ । ବନ କର୍ମଚାରୀ, ସ୍ଥାନୀୟ ଜନ ପ୍ରତିନିଧି ଓ ଲୋକଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ କାଠ ପଠାଯାଇଛି । ପୁରୀ ସେବାୟତ ଓ ବନବିଭାଗ କର୍ମଚାରୀଙ୍କ ଦ୍ବାରା ଗଛ ଚିହ୍ନଟ ପରେ ୮୯ ଖଣ୍ଡ କାଠ ପଠାଇବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୩ ଖଣ୍ଡ କାଠ ପଠାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ବଳକା କାଠ ପଠାଯିବ ।