ସେଲଫି ମାଗିବାରୁ ଗରିବ ମହିଳାଙ୍କୁ ଚୁପ୍ କହିଲେ ସନ୍ନି, ବହୁତ ଗର୍ବ କରୁଛ ବୋଲି କହିଲେ ଲୋକେ – Utkal Mail
ମୁମ୍ବାଇ: ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି। ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଅଭିନେତା ସନ୍ନି ଦେଓଲଙ୍କ କମାଲ ଦେଖିବାକୁ ମିଳିଛି। ରିଲିଜ ପରେ ସୋସିଆଲ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି। ଲୋକମାନେ ଫିଲ୍ମକୁ ବହୁତ ପସନ୍ଦ କରୁଥିବା ବେଳେ ଫିଲ୍ମର ଆୟ ୧୦୦କୋଟି ପାର୍ ହୋଇଛି। ଏମଧ୍ୟରେ ସନ୍ନି ଦେଓଲଙ୍କର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେଲଫି ମାଗିବାରୁ ଗରିବ ମହିଳାଙ୍କୁ ସେ ଚୁପ୍ ବୋଲି କହୁଥିବା ଦେଖଯାଇଛି।
ଭାଇରାଲ ଭିଡିଓରେ ଜଣେ ମହିଳା ଅଭିନେତାଙ୍କ ସହ ଫଟୋ ଉଠାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଏହା ଦେଖି ପାଟିରେ ହାତ ରଖି ଚୁପ୍ ରହିବାକୁ କହୁଛନ୍ତି ସନ୍ନି। ଅଭିନେତା ଫଟୋ ଦେଉନଥିବା ଦେଖି ମହିଳାଜଣଙ୍କ ଅଭିନେତାଙ୍କ ହାତ ଧରିବାକୁ ଚେଷ୍ଟା କରୁଛନ୍ତି। ଏହା ପରେ ସନ୍ନି ରାଗି ଯାଇ କିଛି ସମୟ ଠିଆ ହୋଇଯାଉଛନ୍ତି। ଏହି ଭିଡିଓକୁ ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭୟାନୀ ସେୟାର କରିଥିବା ବେଳେ ସନ୍ନିଙ୍କ ଏଭଳି ବ୍ୟବହାର ଅନେକଙ୍କୁ ପସନ୍ଦ ଆସିନାହିଁ। ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଗଦର-୨କୁ ମିଳିଥିବା ସଫଳତା ପାଇଁ ସନ୍ନିଙ୍କ ଗର୍ବ ବଢ଼ିଥିବା କହିଛନ୍ତି।
ସନ୍ନିଙ୍କୁ ଟ୍ରୋଲ କରି ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଭିଡିଓ ଦେଖି ଲାଗୁଛି ସନି ଗରିବଙ୍କୁ ଘୃଣା କରନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ସନ୍ନିଙ୍କ ବ୍ୟବହାରକୁ ଦେଖନ୍ତୁ, ଗରିବଙ୍କ ସହ ସେ କିଭଳି ବ୍ୟବହାର କରୁଛନ୍ତି।