ଧର୍ମ

ବେଲ ଓ ଲେମ୍ବୁ ଗଛ ଘରର କେଉଁଠି ଓ କେଉଁ ଜାଗାରେ ରହିବା ଶୁଭ ଓ ଅଶୁଭ ହୋଇଥାଏ ? Vaastu Tips

ବନ୍ଧୁଗଣ ଆଜି ଆମେ ଏମିତି 2ଟି ଗଛ ବିଷୟରେ କହିବାକୁ ଯାଉଛୁ ଯାହା ଆମ ଜୀବନରେ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି । ସେହି 2ଟି ଗଛ ହେଉଛି ଲେମ୍ବୁ ଓ ବେଲଗଛ । ଏହି 2ଟି ଗଛକୁ ନେଇ ଜଡିତ ଥିବା ଶୁଭ ଓ ଅଶୁଭତା ବିଷୟରେ ଆଜି ଆମେ ଜାଣିବା । ପ୍ରଥମେ ଆସନ୍ତୁ ଜାଣିବା ଲେମ୍ବୁ ଗଛ ବିଷୟରେ । ଲେମ୍ବୁ ଗଛ ଘରେ ଲଗାଇବା ଶୁଭ ହୋଇଥାଏ । ପୂର୍ବରୁ ଲୋକେ ମାନୁଥିଲେ କୌଣସି କଣ୍ଟା ଜାତୀୟ ଗଛ ଲଗାଇବା ଶୁଭ ନୁହେଁ  ।

ଲେମ୍ବୁ ଆମ ସ୍ଵାସ୍ଥ୍ୟକୁ ଫାଇଦା ପହଞ୍ଚାଇବା ସହ ବାସ୍ତୁ ଦୋଷ ଦୂର କରିଥାଏ । ଖରାପ ନଜରରୁ ବଞ୍ଚିବା ପାଇଁ ଲେମ୍ବୁର ପ୍ରୟୋଗ କରାଯାଏ । ୧- ଯଦି କୌଣସି ବ୍ୟକ୍ତି ରୋଗରେ ଅଧିକ ଦିନ ହେବ ପୀଡିତ ଅଛନ୍ତି ତେବେ ଏହି ଉପାୟଟି କରନ୍ତୁ । ଗୋଟେ ହଳଦିଆ ଲେମ୍ବୁରେ ୩୦୭ କଳା ରଙ୍ଗରେ ଲେଖନ୍ତୁ ଏବଂ ସେହି ବ୍ୟକ୍ତି ଉପରେ ୭ ଥର ଲେମ୍ବୁ ବୁଲାଇ ଗଛ ମୂଳରେ ପକାଇ ଦିଅନ୍ତୁ ।

୨- ଯଦି କାହାକୁ ଭୟଙ୍କର ସ୍ଵପ୍ନ ଆସୁଥାଏ ତେବେ ନୀଳ ରଙ୍ଗର ଲେମ୍ବୁକୁ ସବୁବାଲେ ପାଖରେ ରଖିକି ଶୁଆନ୍ତୁ । ଯେବେ ତାହା ଶୁଖିଯିବ ଅନ୍ୟ ଏକ ଲେମ୍ବୁ ନିଅନ୍ତୁ । ଏପରି ୫ ଥର କରନ୍ତୁ ।

୩- ଘରର ମୁଖ୍ୟଦ୍ଵାରରେ ଲେମ୍ବୁ ଗଛ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ଘରକୁ ନେଗେଟିଭ ଊର୍ଜା ପ୍ରବେଶ କରିଥାଏ । ଘରର ଅଗଣାରେ ଭୁଲରେ ବି ଲେମ୍ବୁ ଗଛ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ଅନେକ ସମସ୍ଯାମାନ ହୋଇଥାଏ ।

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ପୂଜାରେ ବେଲପତ୍ର ର ବ୍ୟବହାର କରାଯାଏ । ବେଲଗଛକୁ ଘରେ ଲଗାଇ ପାରିବେ । ଗଛ ବଡ ହୋଇଗଲେ ଏହାକୁ ମନ୍ଦିର ରେ ନେଇ ଲଗାଇବା ଉଚିତ । ଯେଉଁ ଘରେ ବେଲଗଛ ଲାଗିଥାଏ ସେହି ଘର ଖରାପ ଶକ୍ତିରୁ ମୁକ୍ତି ରହିଥାଏ । ଯେଉଁ ଘରେ ବେଲଗଛ ଥାଏ ସେଠିକାର ଲୋକଙ୍କୁ ଅକ୍ଷ ପୂଣ୍ୟ ପ୍ରାପ୍ତି ହୋଇଥାଏ ।

ସମାଜରେ ଉଚିତ ସମ୍ମାନ ପାଇଥାନ୍ତି ଯେଉଁ ଘରେ ବେଲଗଛ ରହିଥାଏ । ଘରର ଉତ୍ତର-ପଶ୍ଚିମ ଦିଗରେ ବେଲଗଛ ଥିଲେ ସେଠାରେ ରହୁଥିବା ସବୁ ଲୋକଙ୍କ ଯଶସ୍ବୀ ଓ ତେଜବାନ ବନାଇଥାଏ । ଘରର ଉତ୍ତର-ପୂର୍ବ ଦିଗରେ ବେଲଗଛ ଲାଗଇଲେ ପରିବାରକୁ ଆର୍ଥିକ ସଙ୍କଟରୁ ମୁକ୍ତି ଦେଇଥାଏ । କରଜରୁ ମୁକ୍ତି ପାଇବାକୁ ଏହି ଦିଗରେ ଲଗାଇବା ଉଚିତ ।

ଏହା ସହ ପରିବାର ଲୋକଙ୍କ ମଧ୍ୟରେ ପ୍ରେମ ଭାବନା ରହିଥାଏ । ବାସ୍ତୁ ଅନୁଯାୟୀ ଘରର ଅଗଣାରେ ବେଲଗଛ ଲଗାଇଲେ ବାସ୍ତୁ ଦୋଷ ଦୂର ହୋଇଥାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ମହାଅଷ୍ଟମୀ, ପୂର୍ଣ୍ଣିମା, ଅମାବାସ୍ୟା ଦିନ ବେଲପତ୍ର ତୋଳିବା ଉଚିତ ନୁହେଁ ।

ଚଢା ଯାଇଥିବା ବେଲପତ୍ରକୁ ଧୋଇକି ଦ୍ଵିତୀୟ ଥର ବ୍ୟବହାର କରିହେବ ଯଦି ପତ୍ର ସୁଖୀ ନ ଥିବ । ଯେଉଁ ମାନେ ଦ୍ଵାଦଶୀ ରବିବାର ଦିନ ପଡୁଥାଏ ସେଦିନ ବେଲଗଛ ମୂଳରେ ଦୀପ ଅବଶ୍ୟ ଜଳାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button