କ୍ରାଇମ

ପ୍ରସ୍ତାବରେ ଅଟକିଛି ରଣପୁର ଡ୍ରେନ ନିର୍ମାଣ: ପୋଖରୀ ଉଛୁଳି ଘରେ ପଶୁଛି ପାଣି – Utkal Mail


ବାଲିଅନ୍ତା: ସ୍ଥାନୀୟ ସରକଣା ପଞ୍ଚାୟତ ଅଧୀନ ରଣପୁର ଗ୍ରାମରେ ଏବେ ଜଳ ନିଷ୍କାସନ ସମସ୍ୟା ଉତ୍କଟ ହୋଇଛି। ଗାଁଟା ଯାକର ବର୍ଷାପାଣି ପଞ୍ଚାୟତ ପୋଖରୀରେ ପଶୁଛି। ବର୍ଷାପାଣି ପଶି ପୋଖରୀ ଭରପୂର ହୋଇଯାଇଥିବାରୁ ଏବେ ଜଳ ନିଷ୍କାସନ ସମସ୍ୟା ଆହୁରି ଅସୁବିଧା ସୃଷ୍ଟି କରିଛି। ବର୍ଷା ହେଲେ ବନ୍ଧବାଡ଼ ନଥିବା ଏହି ପୋଖରୀରୁ ପାଣି ଉଛୁଳି ଲୋକଙ୍କ ଘରେ ପଶୁଥିବା ଦେଖିବାକୁ ମିଳୁଛି। ଗାଁ, ସାହି ଭିତରୁ ବର୍ଷାପାଣି ନିଷ୍କାସନ ସମସ୍ୟାର ସମାଧାନ ନେଇ ଗ୍ରାମବାସୀ ଡ୍ରେନ ନିର୍ମାଣ ପାଇଁ ସ୍ଥାନୀୟ ସରପଞ୍ଚ ବିଷ୍ଣୁପ୍ରିୟା ସାହୁଙ୍କ ଠାରୁ ଆରମ୍ଭ କରି ବିଡିଓ ପବିତ୍ର କୁମାର ସାମଲଙ୍କୁ ଅବଗତ କରିଛନ୍ତି। ହେଲେ ସମସ୍ୟା‌ର ସମାଧାନ ନେଇ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।

ଫଳରେ ସ୍ଥାନୀୟ ଲୋକ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ବର୍ଷା ହେଲେ ମୁକୁଳ‌ା ପୋଖରୀ ଜଳ ସିଧା ଉଛୁଳି ଲୋକଙ୍କ ଘରେ ପଶୁଛି। ୨୦ ପରିବାର ବର୍ଷା ଚାରିମାସ ପାଣି ଘେରରେ ରହୁଛନ୍ତି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ଏସଂପର୍କରେ ସରପଞ୍ଚ ବିଷ୍ଣୁପ୍ରିୟା ସାହୁଙ୍କୁ ପଚାରିବାରେ ଡ୍ରେନ ନିର୍ମାଣ ପ୍ରସ୍ତାବ ନେଇ ଗ୍ରାମ ସଭା ବୈଠକରେ ରିଜୋଲ୍ୟୁସନ ପଞ୍ଚାୟତ ସମିତିକୁ ପଠାଯାଇଛି। ଟଙ୍କା ଆସିଲେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି। ବିଡିଓ ଏଦିଗରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ବାସନ୍ଦା ଦାବି କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button