ଓଡିଶା

ପୁଣି ମେ ମାସରେ ବାତ୍ୟା ଚର୍ଚ୍ଚା : ଆଇଏମଡି କହିନାହିଁ, ୨୩ ରୁ ୨୮ ତାରିଖ ମଧ୍ୟରେ ସୃଷ୍ଟି ହେବା ସମ୍ଭାବନା

ଭୁବନେଶ୍ୱର : ଏ ବର୍ଷ ପୁଣି ମେ ମାସରେ ବାତ୍ୟା ସମ୍ଭାବନା। ଆଇଏମଡି କହିନାହିଁ। କିନ୍ତୁ ବାତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ଏଥିପାଇଁ ପ୍ରଶାସନିକ ସ୍ଥରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହେଲାଣି । ୨୩ ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପ ସାଗରରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନୀ ଏଭଳ କିଛି ଆକଳନ କରୁଛନ୍ତି। ବାତ୍ୟା ହେଲେ ଏହାର ନାଁ ରହିବ ଶକ୍ତି।

ତେବେ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ବାତ୍ୟା ସମ୍ଭାବନା ନେଇ କହିନାହିଁ। ବାଂଲାଦେଶୀ ପାଣିପଗା ବିଶେଷଜ୍ଞ ମୋସ୍ତାଫା କାମାଲ ପାଲା କହିଛନ୍ତି, ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ। ମେ ୧୬ରୁ ୧୮ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବାନା ରହିଛି। ଏହା ମେ ୨୩ ରୁ ୨୮ ମଧ୍ୟରେ ବାତ୍ୟାରେ ପରିଣତ ହୋଇପାର। ତେବେ ଏ ନେଇ ଆଇଏମଡି ଏପର୍ଯ୍ୟନ୍ତ ନିଶ୍ଚିତ କରି ନାହିଁ।

କିଛି ପାଣିପାଗ ବିଶେଷଜ୍ଞ ‘ଶକ୍ତି’ ନାମକ ସମ୍ଭାବ୍ୟ ବାତ୍ୟା ଗଠନ ସମ୍ପର୍କରେ ସତର୍କ କରୁଛନ୍ତି। ସେମାନେ ସଚେତନ କରିଛନ୍ତି ଯେ ମେ ୨୩ ରୁ ୨୮ ମଧ୍ୟରେ ବଙ୍ଗୋପସାଗର ରେ ଏହି ବାତ୍ୟା ଗଠିତ ହେବାର ଶକ୍ତିଶାଳୀ ସମ୍ଭାବନା ରହିଛି। ତଥାପି, ଭାରତୀୟ ପାଣିପାଗ ବିଭାଗ (IMD) ଏଯାଁତା ଯାଞ୍ଚ କରିନାହିଁ ଯେ ଏକ ବାତ୍ୟା ଗଠିତ ହୋଇଛି। ଏହି ଘଟଣା ଘୁର୍ଣ୍ଣିବାତ୍ୟାରେ ପରିଣତ ହେବ କି ନାହିଁ, ଏହିଥିରେ ଏଯାଁତା ନିଶ୍ଚିତ କୁହିପାରିବା ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button