ଓଡିଶା

ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲର ସମୀକ୍ଷା

କଟକ, ୨୭/୮ ବଡ ମେଡିକାଲର ସମ୍ପ୍ରସାରଣ ତଥା ବିଶ୍ୱସ୍ତରୀୟ ଏମ୍ସ ପ୍ଳସ ନିମନ୍ତେ ବହୁ ବଡ ବଡ ଅଟ୍ଟାଳିକା ଉଚ୍ଛେଦ କରାଯାଇଥିଲା । ସେଥିମଧ୍ୟରେ ଏସସିବି ମେଡିକାଲ ପବ୍ଲିକ ସ୍କୁଲ ମଧ୍ୟ ସାମିଲ ଥିଲା । ରାଜ୍ୟ ସରକାର ଶିକ୍ଷା ଅନୁଷ୍ଠାନର ଗୁରୁତ୍ୱକୁ ଉପଲବ୍ଧ କରି ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ଦୁଇ ଏକର ଜମି ଯୋଗାଇଦେବା ସହିତ ତିନି ମହଲା ବିଶିଷ୍ଟ ସ୍କୁଲ ଘରର ନିର୍ମାଣ ପାଇଁ ୨୪ କୋଟି ଟଙ୍କା ମଂଜୁର କରିଛନ୍ତି । ଏହି ସ୍କୁଲ ଘରଟି ଓଡିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ (ଓବିସିସି) ଅଧିନରେ ଥିବା ବେଳେ ନିର୍ମାଣ କାର୍ଯ୍ୟର ଠିକା ଭାର ନେଇଛନ୍ତିି ନାଗାର୍ଜୁନ କନଷ୍ଟ୍ରକସନ କମ୍ପାନୀ (ଏନସିସି) । ଦୃତ ପ୍ରସ୍ତୁତି ପଥେ ସ୍କୁଲ ଘର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଏହାର ଅଗ୍ରଗତିର କାର୍ଯ୍ୟକୁ ନେଇ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ପରିଦର୍ଶନରେ ଆସି ସମୀକ୍ଷା କରିବା ସହ ବିଭାଗୀୟ ଅଧିôକାରୀଙ୍କ ସହିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଏବଂ ସ୍କୁଲର ନିର୍ମାଣ କାର୍ଯ୍ୟ ଆସନ୍ତା ୨୦୨୩ ଜାନୁଆରୀ ସୁଦ୍ଧା ଶେଷ ହେବ ବୋଲି ବିଧାୟକ ଶ୍ରୀ ବିଶ୍ୱାଳ ଗଣମାଧ୍ୟକୁ ସୁଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ସ୍ୱାଇଁ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ତଥା ପୂର୍ବତନ ସମ୍ପାଦକ ରବିନ୍ଦ୍ରନାଥ ମହାନ୍ତି, ସ୍ଥାନୀୟ କର୍ପୋରେଟର ମୀନା ସାହୁ, ସାହି ମୁରବୀ ନିରଞ୍ଜନ ସ୍ୱାଇଁ, ପ୍ରକାଶ ଦାସ, ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା, ସାଂସଦଙ୍କ ପ୍ରତିନିଧିô ଚିରଞ୍ଜୟ ସାହୁ, ସଂଜୟ ଜେନା, ସୁକାନ୍ତ ସାହାଣୀ, ସୁନିଲ ସାହୁ ଏବଂ ଓବିସିସିର ବରିଷ୍ଠ ପ୍ରକଳ୍ପ ପରିଚାଳକ ଇଂ ଶ୍ୟାମସୁନ୍ଦର ମାରାଣ୍ଡି ଓ ଏନସିସିର ମୁଖ୍ୟ ପରିଚାଳକ ଇଂ ଦିଲ୍ଲୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button