ଦେଶ ବିଦେଶ

ଜୀବନକୁ ଖାତିର ନକରି ଉଚ୍ଛୁଳା ନଦୀକୁ ୨୦୦ରୁ ଅଧିକ ଲୋକେ ଡେଇଁ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଲେ – Utkal Mail


ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଯାତ୍ରା ଉଚ୍ଛୁଳା ନର୍ମଦା ନଦୀରେ ହୋଇଥିବା ଦେଖିବାକୁ ମିଳିଛି। ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଲୋକେ ବି ଉକ୍ତ ଯାତ୍ରାରେ ସାମିଲ ହୋଇଥିବା ପ୍ରତ୍ୟେକଟି ସଦସ୍ୟକୁ ଭୁରିଭୁରି ପ୍ରଶଂସା କରିଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ସ୍ବାଧୀନତା ଦିବସ ପାଳନକୁ ଦୃଷ୍ଟି‌ରେ ରଖିବା ସହିତ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ୨୦୦ରୁ ଅଧିକ ଲୋକ ଏହି ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ। ଆଉ ସମସ୍ତେ ମିଶି ଉଚ୍ଛୁଳା ନିର୍ମଦା ନଦୀକୁ ଡେଇଁ ୧୦କି‌ଲୋମିଟର ପର୍ଯ୍ୟନ୍ତ ପହଁରି ପହଁରି ତ୍ରିରଙ୍ଗା ଯାତ୍ରାକୁ ସଫଳତା ଭାବେ ପୂରା କରିଥିଲେ।

ଘ‌ରେ ଘରେ ତ୍ରିରଙ୍ଗା ଅଭିଯାନ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି, କିଭଳି ୨୦୦ରୁ ଅଧିକ ଲୋକ ନିଜ ଜୀବନକୁ ଖାତିର ନକରି ହାତରେ ତ୍ରିରଙ୍ଗା ଧରି ଉଚ୍ଛୁଳା ନଦୀକୁ ଡେଇଁ ପହଁରୁଛନ୍ତି। କିଛିଲୋକଙ୍କର ତ ପାଣି ବେକ ଯାଏଁ ହୋଇଯାଉଛି। ଆଉ କିଛିଲୋକେ ଡଙ୍ଗାରେ ବସି ଏହି ଯାତ୍ରାରେ ସାମିଲ ହୋଇଛନ୍ତି।

ଏହି ଯାତ୍ରାର ପରିଚାଳକ ସଞ୍ଜୟ ଯାଦବ କହିଛନ୍ତି, ‘ପ୍ରତିବର୍ଷ ଏହି ଶୋଭାଯାତ୍ରାରେ ସାମିଲ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏମିତି ଜାରି ରହିଲେ ଆମ ଯୁବପିଢ଼ିଙ୍କ ମଧ୍ୟରେ ଦେଶଭକ୍ତିର ଭାବନା ବୃଦ୍ଧି ପାଇପାରିବ।’




Related Articles

Leave a Reply

Your email address will not be published. Required fields are marked *

Back to top button