ସ୍କୁଲ ପିଲାଙ୍କ ବ୍ୟାଗରୁ ମିଳିଲା କଣ୍ଡୋମ ସହ ଏହିସବୁ ଆପତ୍ତିଜନକ ସାମଗ୍ରୀ, ଚିନ୍ତାରେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଅଭିଭାବକ, ଜାଣନ୍ତୁ ପୂରା ଘଟଣା

ସାଧାରଣତଃ ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗ ଖୋଲିଲେ ଆପଣଙ୍କୁ ବହି ଖାତା ଆଦି ମିଳିବ ବୋଲି ଆପଣ ଆଶା କରିବେ। କିନ୍ତୁ, ଯଦି ସେମାନଙ୍କ ବ୍ୟାଗରୁ କଣ୍ଡୋମ, ସିଗାରେଟ ଭଳି ଆପତ୍ତିଜନକ ସାମଗ୍ରୀ ମିଳେ ତେବେ ଆପଣ କଣ କହିବେ? ବାଙ୍ଗାଲୋରର କିଛି ସ୍କୁଲ ଗୁଡିକରେ ଠିକ ଏଭଳି ହିଁ ଅବସ୍ଥା ହୋଇଛି।
ଏଠାରେ ପିଲାମାନଙ୍କ ବ୍ୟାଗରୁ ଏଭଳି ଜିନିଷ ମିଳିବା ସ୍କୁଲ କର୍ତ୍ତୃପକ୍ଷ ଏବଂ ଅଭିଭାବକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଗତ କିଛି ଦିନ ତଳେ ପିଲାମାନଙ୍କ ବ୍ୟାଗରେ ମୋବାଇଲ ଫୋନ ଥିବା ନେଇ ସନ୍ଦେହ ହେବାପରେ ତାଙ୍କ ବ୍ୟାଗ ଚେକ୍ କରାଯାଇଥିଲା। କିନ୍ତୁ, ବ୍ୟାଗ ଭିତରୁ କଣ୍ଡୋମ, ଗର୍ଭନିରୋଧକ ବଟିକା ଓ ସିଗାରେଟ ଭଳି ସାମଗ୍ରୀ ମିଳିଥିଲା।
ଏଭଳି ସମଗ୍ରୀ ମିଳିବା ପରେ ପିଲାମାନଙ୍କର ବ୍ୟାଗକୁ ପ୍ରତିଦିନ ଚେକ୍ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ନିର୍ଦ୍ଧେଶ ଦେଇଛନ୍ତି। ଏଭଳି କାର୍ଯ୍ୟ କରିଥିବା ହେତୁ ପିଲାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସେମାନଙ୍କୁ କାଉନସିଲିଂ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିବା ସୂଚନା ମିଳିଛି।