କରୋନା

କରୋନା ଆତଙ୍କ ପାଇଁ ଏବେ ଏହି ଟ୍ରେନ ମଧ୍ୟ ହେଲା କ୍ୟାନ୍ସଲ

ଘରୁ ଲୋକ କମ ବାହାରିବେ ବୋଲି ସରକାର ନୂଆ ନୂଆ ଉପାୟ ବାହାର କରୁଛନ୍ତି, କରୋନା ଡରରେ ଲୋକ ବହୁତ କମ ବାହାରୁଛନ୍ତି ଯେତିକି ଦରକାର ସେତିକି କାମ ପାଇଁ ଲୋକେ ଘରୁ ବାହାରକୁ ଯାଉଛନ୍ତି । ସରକାର ଦ୍ଵାରା ସ୍କୁଲ, କଲେଜ, ସ୍ମାରକ ଓ ବଡ ବଡ ଜାଗା ରେ ଭିଡ ମଧ୍ୟ ବନ୍ଦ କରା ଯାଇଛି ଓ ଲୋକଙ୍କୁ ଭିଡ ଜାଗାରେ ଯିବା ମନା କରା ଯାଇଛି ବା ଭିଡ କରିବା ପାଇଁ ମନା ହୋଇଛି ।

ଏହି ସମ୍ବନ୍ଧରେ ଏବେ ଟ୍ରେନ ମଧ୍ୟ କ୍ୟାନ୍ସଲ କରା ଯାଉଛି, ଅଲଗା ଅଲଗା ଖବର ଅନୁଯାଇ ଟ୍ରେନ କ୍ୟାନ୍ସଲ ହବାର ଖବର ମିଳିଛି ।

ଏହି ସୂଚୀ ରେ ମାଲ ଗାଡି ଠାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ସବୁ କ୍ୟାନ୍ସଲ ଅଛି ବୋଲି ଖବର ଅଛି, ଏପର୍ଯ୍ୟନ୍ତ ୮୫ ଟ୍ରେନ କ୍ୟାନ୍ସଲ କରା ଯାଇଛି, ରେଲୱେ କହିବା ଅନୁଯାଇ କମ ଲୋକଙ୍କ ପାଇଁ ଟ୍ରେନ କ୍ୟାନ୍ସଲ କରା ଯାଉଛି । ମୁମ୍ବାଇ ଠାରୁ ନିଉ ଦିଲ୍ଲୀ ଯିବା ଟ୍ରେନ ଛତ୍ରପତି ଶିୱାଜୀ ମହାରାଜ ଟର୍ମିନସ (ସୀଏସଏମଟୀ)- ନିଜାମୁଦ୍ଦୀନ ରାଜଧାନୀ ଏକ୍ସପ୍ରେସ ୨୦, ୨୩, ୨୭ ଓ ୩୦ ମାର୍ଚ୍ଚ ଏବଂ ଫେରିବା ପାଇଁ ୨୧, ୨୪, ୨୬ ଓ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ କରା ଯାଇଛି, ଲୋକମାନ୍ଯ ତିଲକ ଟର୍ମିନସ (ଏଲଟୀଟୀ)- ନିଜାମାବାଦ ଏକ୍ସପ୍ରେସ ଦୁଇ ତରଫରୁ ୨୧ ମାର୍ଚ୍ଚ ଠାରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ କରା ଯାଉଛି ।

କୋଲକାତାକୁ ମୁଂବଈ ସହ ଜୋଡିବା ହାୱଡ଼ା-ମୁଂବଈ ଦୁରଂତୋ ଏକ୍ସପ୍ରେସ ୨୪ ମାର୍ଚ୍ଚ ଠାରୁ ୧ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ କରା ଯାଇଛି । ଏଲଟୀଟୀ-ମନମାଡ ଏକ୍ସପ୍ରେସ ୧୮ ଠାରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ କରା ଯାଇଛି, ମୁମ୍ବାଇ-ପୁଣେ ପ୍ରଗତି ଏକ୍ସପ୍ରେସ ଦୁଇ ଆଡୁଆ ୧୮ ଠାରୁ ୧ ଏପ୍ରିଲ ପର୍ଯ୍ୟନ୍ତ ବଡ ଅଛି, ମୁମ୍ବାଇ-ପୁଣେ ଡେକକନ ଏକ୍ସପ୍ରେସ ୧୮ ମାର୍ଚ୍ଚ ଠାରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ଅଟେ, ଏଲଟିଟିଅଜନି ଏକ୍ସପ୍ରେସ ୨୦ ମାର୍ଚ୍ଚ ଠାରୁ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ଦୁଇ ଆଡୁଆ ବନ୍ଦ ରହିବ ଏହି ଭଳି ବହୁତ ଟ୍ରେନ ବନ୍ଦ କରା ଯାଇଛି ଯାହା ଫଳରେ ଲୋକଙ୍କ ସୁରକ୍ଷା ହୋଇ ପାରିବ । ତେବେ ଯଦି ଆପଣମାନେ କୁଆଡେ ଯିବା ପାଇଁ ବାହାରିଛନ୍ତି ଥରେ ନିଶ୍ଚୟ ଟ୍ରେନ ବିସାୟରେ ଯାଞ୍ଚ କରି ନିଅନ୍ତୁ ଓ ହୋଇପାରିଲେ ଯେତେ ସମ୍ଭବ ଭିଡ ଜାଗରୁ ଦୂରେଇ ରୁହନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button