ସ୍ୱାସ୍ଥ୍ୟ

୩ଥର ଆସିଲା ରୋଗୀ, ହେଲେ ଡାକ୍ତର କଲେ ନାହିଁ ଟେଷ୍ଟ – କରୋନା ଦ୍ଵାରା ବ୍ୟକ୍ତିର ମୃତ୍ୟୁ

ଦୁନିଆ ସାରା କରୋନା ଭାଇରସ ଦ୍ଵାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାକୁ ଲାଗିଛି, ପୁରା ସଂସାର ତାଙ୍କ ବଳ ଅନୁଯାଇ କରୋନା ସହ ଲଢିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଦୁନିଆ ସବୁଠାରୁ ବଳବାନ ଦେଶ ହେଲା ପରେ ମଧ୍ୟ ଆମେରିକା ଉପରେ କେତେ ପ୍ରଶ୍ନ ଉଠୁଛି, ଆମେରିକା ରେ ଲଗାତାର କରୋନା ଭାଇରସ ଟେଷ୍ଟ ହେଇପାରୁ ନାହିଁ ବୋଲି ପ୍ରଶ୍ନ ଉଠି ଚାଲିଛି । ଏମିତି ଗୋଟେ ଲୋକଙ୍କ ମୃତ୍ୟୁ ହୋଇଛି ଯିଏ ୩ ଥର ଟେଷ୍ଟ ପାଇଁ ଯାଇଥିଲେ କିନ୍ତୁ ତାଙ୍କୁ ଡକ୍ଟର ମନା କରିଥିଲେ ।

ଆମେରିକା ମିଶୋରୀ ରେ ରହୁଥିବା ୭୪ ବର୍ଷ ଡେନିସ ବିଲସନ ପ୍ରଥମ ଥର ୧୨ ମାର୍ଚ୍ଚରେ ରୋଗରେ ପଡିଥିଲେ ଓ ଡକ୍ଟର ପାଖକୁ ଯାଇଥିଲେ ।

ତାଙ୍କ ସ୍ତ୍ରୀ ଜୋନା କହିବା ଅନୁଯାଇ ତାଙ୍କ ସ୍ଵାମୀ ୩ ଥର ହସ୍ପିଟଲ ଯାଇଥିଲେ ଓ ଡକ୍ଟରକୁ ଦେଖା ମଧ୍ୟ କରିଥିଲେ କିନ୍ତୁ ସେ ଅଧିକ ରୋଗଗ୍ରସ୍ତ ହେଲା ପରେ ମଧ୍ୟ ଡକ୍ଟର ତାଙ୍କ ଟେଷ୍ଟ କଲା ନାହିଁ । ସ୍ତ୍ରୀ ଜୋନା ଅନୁଯାଇ ଡକ୍ଟର ତାଙ୍କ ସ୍ଵାମୀକୁ ଏହା କହି ଫେରେଇ ଦଉଥିଲେ ଯେ ଆପଣଙ୍କ ଭିତରେ କରୋନା ଏତେ ଲକ୍ଷଣ ଦେଖା ଯାଉ ନାହିଁ ଯାହା ଫଳରେ ଟେଷ୍ଟ କରା ଯିବ । ପରେ ସେ ଏତେ ରୋଗ ରେ ପଡି ଗଲେ ଯେ ତାଙ୍କୁ ଏମ୍ବୁଲେନ୍ସ ରେ ହସ୍ପିଟଲ ନିଆ ଗଲା ।

ଶନିବାର ଦିନ ଡେନିସ ମୃତ୍ୟୁ ହୋଇ ଯାଇଥିଲା, ତାଙ୍କ ସ୍ତ୍ରୀ ଫେସବୁକ ରେ ଲେଖିଥିଲେ “ଯୁଦ୍ଧ ସମାପ୍ତ ହେଲା” । ତେବେ ଡେନିସ ଭଳି ଆମେରିକାର କେତୋଟି ଲୋକଙ୍କର ଅଭିଯୋଗ ଅଛି ଯେ ତାଙ୍କର କରୋନା ଟେଷ୍ଟ କରା ଯାଉ ନାହିଁ । ଗୋଟେ ରିପୋର୍ଟ ଅନୁଯାଇ ଆମେରିକା ରେ ପ୍ରଭାବଶାଳୀ ଲୋକ ଯେମିତିକି ସେଲିବ୍ରେଟି, ନେତା ଓ ଧନୀ ଲୋକ ସହଜରେ କରୋନା ଟେଷ୍ଟ କରଉଛନ୍ତି ।

ବାସ୍କେଟବଲ ଆସୋସିଏସନ କେତେ ଟିମ ନିଜ ସବୁ ଖେଳାଳିମାନଙ୍କ କରୋନା ଟେଷ୍ଟ କରେଇଛନ୍ତି । ଜୋନା ୧୫ ମାର୍ଚ୍ଚକୁ ଡକ୍ଟର ପାଖକୁ ଯାଇଥିଲେ ଯାହା ପରେ ଡେନିସ ଏକ୍ସରେ କରା ଯାଇଥିଲା ଯାହା ପରେ ଏହା ଜଣା ପଡିଥିଲା ଯେ ତାଙ୍କୁ ଗମ୍ଭୀର ନିମୋନିଆ ଥିଲା, ଡକ୍ଟର ଡେନିସକୁ କରୋନା ସନ୍ଦିଗ୍ଧ ଜାଣି ମଧ୍ୟ ତାଙ୍କର ଟେଷ୍ଟ କଲେ ନାହିଁ । ପରେ ତାଙ୍କୁ ହସ୍ପିଟଲରେ ଏଡମିଟ କଲା ପରେ ତାଙ୍କ କରୋନା ଟେଷ୍ଟ କରା ଯାଇଥିଲା ଯାହା ପଜେଟିବ ଆସିଥିଲା, ମୃତ୍ୟୁ ଆଗରୁ ଗୋଟେ ସପ୍ତାହ ବହୁତ କଷ୍ଟକର ଥିଲା ଡେନିସଙ୍କ ପାଇଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button