ଓଡିଶା

ଜବରଦଖଲ ଉପରେ ଚାଲିଲା ବୁଲ୍‌ଡ୍ରୋଜର୍‌: ସାଲିଆସାହିରେ ସରକାରୀ ଜମିରେ ଘର ତିଆରି ପ୍ରସଙ୍ଗ

ନ୍ଦ୍ରଶେଖରପୁର: ‘ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି: ସରକାରୀ ଜମିରେ ଘର ତିଆରି’ ହେଉଛି। ରାଜଧାନୀ ଛାତି ଉପରେ ଜମି ମାଫିଆଙ୍କ କଳାକାରନାମା ସମ୍ପର୍କରେ ଦୁଇ ଦିନ ତଳେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଉଠିଛି। ବିଏମ୍ସି ଅଧିକାରୀମାନେ ଘଟଣା ସ୍ଥଳ ଅନୁଧ୍ୟାନ କରିବା ସହ ବୁଲ୍ଡ୍ରୋଜର୍ ଲଗାଇ ଘରଗୁଡ଼ିକୁ ଭାଙ୍ଗିଛନ୍ତି।

ତେବେ ସମ୍ପୂର୍ଣ୍ଣ ସଫଳ ହୋଇ ନାହାନ୍ତି। ସ୍ଥାନୀୟ ମହିଳାଙ୍କ ପ୍ରତିବାଦ ଓ ବିରୋଧ ସତ୍ତ୍ବେ ବିଏମ୍ସି ପକ୍ଷରୁ ୩ଟି ଘରକୁ ମାଟିରେ ମିଶାଇ ଦିଆଯାଇଛି। ଆଉ ଗୋଟିଏ ଘର ଭାଙ୍ଗିବା ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାରୁ ଅଧିକାରୀମାନେ ପଳାଇ ଆସିଛନ୍ତି। ତେବେ ଆଗାମୀ ଦିନରେ ପୁଲିସ ମୁତୟନ କରାଯାଇ ଘରଗୁଡ଼ିକ ଭଙ୍ଗାଯିବ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ ବିଏମ୍ସି ୧୬ ନମ୍ବର ୱାର୍ଡ ଅନ୍ତର୍ଗତ ମେ’ ଫେୟାର ହୋଟେଲ ନିକଟରେ କେତେଜଣ ବ୍ୟକ୍ତି ସରକାରୀ ଜାଗାକୁ ମାଡ଼ି ବସି ଘର ତିଆରି ଆରମ୍ଭ କରିଦେଇଥିଲେ। ରାସ୍ତା ପାର୍ଶ୍ବକୁ ମଧ୍ୟ କବ୍ଜା କରି ନେଇଥିଲେ। ଡ୍ରେନ୍କୁ ଲଗାଇ ଘରଗୁଡ଼ିକ ଏଭଳି ଭାବେ ନିର୍ମାଣ କରିଥିଲେ ଯେ ଗୋଟିଏ ଗାଡ଼ି ଗଲେ ଆଉ ଗୋଟିଏ ସେହି ରାସ୍ତାରେ ପାର୍ ହେବା ମୁସ୍କିଲ ହୋଇପଡ଼ୁଥିଲା। ଜଣେ ରାଜନେତାଙ୍କ ପୃଷ୍ଠପୋଷକତାରେ ଏହି ଘର ନିର୍ମାଣ ହେଉଥିଲେ ମଧ୍ୟ ସମସ୍ତେ ଚୁପ୍ ରହିଥିଲେ। ଯେଉଁମାନେ ମୁହଁ ଖୋଲୁଥିଲେ ସେମାନଙ୍କୁ ଧମକଚମକ ଦିଆଯାଉଥିଲା। ତେବେ ଖବର ପ୍ରକାଶ ପରେ ସେମାନଙ୍କ ସବୁ କାରନାମା ଏବେ ପଦାକୁ ଆସିଛି। ଘରଗୁଡ଼ିକ ଭାଙ୍ଗିବା ସମୟରେ ସମ୍ପୃକ୍ତ ରାଜନେତା ଜଣକ ଆସି ବିରୋଧ ମଧ୍ୟ କରିଥିଲେ। କୋର୍ଟରୁ ରହିତାଦେଶ ଆଣିଥିବା ନେଇ ଯୁକ୍ତି ବାଢ଼ିଥିଲେ ମଧ୍ୟ କାଗଜ ଦେଖାଇପାରି ନ ଥିଲେ। ଆମ ପାଖରେ କୌଣସି କାଗଜ ପହଞ୍ଚି ନ ଥିବା ବିଏମ୍ସି ଅଧିକାରୀ କହିବା ସହ ଘରଗୁଡ଼ିକୁ ଭାଙ୍ଗି ଚାଲିଥିଲେ। ତେବେ ଭିତରେ ଥିବା ଗୋଟିଏ ଘରେ ଜଣେ ମହିଳା ଜୋରଜବରଦସ୍ତ ବସି ରହିବାରୁ ଭାଙ୍ଗିବା ସମ୍ଭବପର ହୋଇନଥିଲା। ଆବଶ୍ୟକୀୟ ପୁଲିସ ନ ଥିବାରୁ ଭଙ୍ଗା କାର୍ଯ୍ୟ ଆଗକୁ ବଢ଼ି ପାରି ନଥିବା ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି।

ମାପଚୁପ ସମୟରେ ଜଣାପଡ଼ିଛି ଯେ ୧୬ ନମ୍ବର ୱାର୍ଡର ଖାଲିଥିବା ଏହି ଜାଗା ମଧ୍ୟରୁ ପ୍ରାୟ ୩୦% ଘରୋଇ ଜମି। ବାକି ୭୦% ଜାଗା ସରକାରୀ ଖାତାରେ ରହିଛି। ବିଏମ୍ସି ପକ୍ଷରୁ ଅମିନ ପଠାଇ ମାପଚୁପ କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଥିଲା। ସରକାରୀ ଜମିରେ ବେଆଇନ ଭାବେ ଘର ତିଆରି କରିବାକୁ ବାରଣ ହୋଇଥିଲେ ମଧ୍ୟ କେଉଁଭଳି ଭାବେ ଏବଂ କାହା ସାହସରେ ରାଜନେତା ଜଣକ ଏତେ ବଡ଼ ସରକାରୀ ଜାଗାକୁ କରାୟତ୍ତ କରିବାକୁ ଉଦ୍ୟମ କରୁଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button