ଦେଶ ବିଦେଶ

ଆଲୋଚନା ମାଧ୍ୟମରେ ମଣିପୁରର ସମାଧାନର ରାସ୍ତା ବାହାରିବ: ପ୍ରଧାନମନ୍ତ୍ରୀ – Utkal Mail


ନୂଆଦିଲ୍ଲୀ: କିଛି ଦିନ ହେଲା ମଣିପୁର ହିଂସା ମୋତେ ବ୍ୟଥିତ କରିଛି। ଏଥିସହ ଏହା ଭିତରେ ମଣିପୁରରେ ଶାନ୍ତି ଫେରିବା ମଧ୍ୟ ଆଶ୍ୱସ୍ତ କରିଛି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଶାନ୍ତି ଅଛି। ସାରା ଦେଶ ମଣିପୁରବାସୀଙ୍କ ସହ ଅଛି। ଆଲୋଚନା ମାଧ୍ୟମରେ ମଣିପୁରର ସମାଧାନର ରାସ୍ତା ବାହାରିବ। ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇ ଏକଥା କହିଛନ୍ତି। ମୋର ପ୍ରିୟ ୧୪୦ କୋଟି ପରିବାରଜନ, ବୋଲି ଦେଶବାସୀଙ୍କୁ ସମ୍ବୋଧନ କରି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ଆମର ଲୋକତନ୍ତ୍ର ବିଶ୍ୱରେ ସବୁଠୁ ବଡ଼। ସଦିଦ୍ ଭଗତ ସିଂହ ଓ ରାଣୀ ଲକ୍ଷ୍ମୀବାଈଙ୍କ ପରି ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ଦେଶର ସ୍ବାଧୀନତା ପାଇଁ ଯେଉଁମାନେ ବଳିଦାନ ଦେଇଛନ୍ତି ସମସ୍ତଙ୍କୁ ସମ୍ମାନ ଜଣାଉଛି। ଚଳିତବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ଦେଶରେ ବହୁତ କ୍ଷତି ହୋଇଛି ଏହାର ସାମ୍ନା କରିଥିବା ପରିବାରଙ୍କୁ ମୋର ସମବେଦନା ଜଣାଉଛି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, କରୋନା ପରେ ବିଶ୍ୱର ଗତିପଥ ବଦଳିଛି। ନୂଆ ଶକ୍ତିର ଆର୍ବିଭାବ ହୋଇଛି। କୋଭିଡ କାଳରେ ଭାରତ ବିଶ୍ୱକୁ ମାନବିକତା ଶିଖାଇଛି, ସାରା ବିଶ୍ୱବାସୀଙ୍କ ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟ କରିଛି। ୨୦୧୪ ପରେ ସରକାର ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କର ଏହା ଶେଷ ସମ୍ବୋଧନ। ସେଥିପାଇଁ କେବଳ କେବଳ ଭାରତ ନୁହେଁ, ସମଗ୍ର ଦୁନିଆର ନଜର ପ୍ରଧାନମନ୍ତ୍ରୀଙ୍କର  ସମ୍ବୋଧନ ଉପରେ ରହିଛି । କୁହାଯାଉଛି, ମୋଦୀ ଦେଶବାସୀଙ୍କ ଆଗରେ ନିଜ ସରକାରର ରିପୋର୍ଟ କାର୍ଡ ଉପରେ ସବିଶେଷ ବିବୃତି ରଖିବା ସହ କିଛି ପ୍ରମୁଖ ଯୋଜନାର ଘୋଷଣା କରିପାରନ୍ତି । ସେପଟେ ଲାଲକିଲାରେ ସମଗ୍ର ବିଶ୍ୱରୁ ୧୮ଶହ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସ୍ୱାଧୀନତା ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଲାଲକିଲା ଆଖପାଖରେ ୧୦ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।

ଏହାସହ ୧ହଜାର କ୍ୟାମେରା, ଆଂଟି-ଡ୍ରୋନ୍ ସିଷ୍ଟମ ଲଗାଯାଇଛି । ଛୋଟ ଛୋଟ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ ଆଶଙ୍କା ଥିବାରୁ ଏହାର ମୁକାବିଲା କରିବାକୁ ଡିଆରଡିଓ ପକ୍ଷରୁ ବିକଶିତ କାଉଂଟର ଡ୍ରୋନ ସିଷ୍ଟମକୁ ଲାଲକିଲ୍ଲା ନିକଟରେ ମୁତୟନ କରାଯାଇଛି । ପ୍ରଧାନମନ୍ତ୍ରୀ ଓ ଅନ୍ୟ ଭିଭିଆଇପି ଅତିଥିଙ୍କ ସୁରକ୍ଷା ପାଇଁ ସ୍ନାଇପର୍ସ, ସ୍ୱତନ୍ତ୍ର ସ୍ୱାଟ୍ କମାଣ୍ଡୋ ଓ ଶାର୍ପଶୁଟର ମୁତୟନ କରାଯାଇଛି ।




Related Articles

Leave a Reply

Your email address will not be published. Required fields are marked *

Back to top button