କ୍ରାଇମ

ଗତିରାଉତପାଟଣା ଧନେଶ୍ୱର ମୃତ୍ୟୁ ଘଟଣା କ୍ରାଇମବ୍ରାଂଚ ତଦନ୍ତ ପାଇଁ ଡିଜିପିଙ୍କୁ ସ୍ମାରକପତ୍ର

କଟକ, ୨୭/୮ ଚାଉଳିଆଗଂଜ ଥାନା ଅନ୍ତର୍ଗତ ଗତିରାଉତପାଟଣାର ଧନେଶ୍ୱର ବେହେରା(୩୨)ଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଲାଗି ତାଙ୍କ ପିତା ଗଙ୍ଗାଧର ବେହେରା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ବଲାଙ୍ଗୀର ଜିଲ୍ଲା ପାଟଣାଗଡର ସିଭିଲ କୋର୍ଟରେ ଷ୍ଟୋନୋ ଭାବେ ଚାକିରି କରୁଥିବା ଜନୈକ ସୂଚୀସ୍ମିତା ଦଳେଇଙ୍କୁ ବିବାହ କରିଥିଲେ । ତାଙ୍କର ୬ ମାସର ଏକ ଶିଶୁ ପୁତ୍ର ରହିଛି । ତେବେ ପାରିବାରିକ କନ୍ଦଳରୁ ତାଙ୍କ ପୁଅ ଧନେଶ୍ୱର ପ୍ରାୟତଃ ପାଟଣାଗଡରେ ନ ରହି ନିଜ ଘରକୁ ଚାଲି ଆସୁଥିଲେ । ହେଲେ ଶେଷ ଥର ପାଇଁ ଧନେଶ୍ୱର ଗତ ମେ ମାସ ୮ ତାରିଖରେ ପତ୍ନୀ ସୂଚୀସ୍ମିତାଙ୍କ ପାଖକୁ ଯାଇଥିଲେ । ତେବେ କିଛି ଦିନ ପରେ ଗଳାକଟା ଅବସ୍ଥାରେ ତାଙ୍କର ମୃତ ଦେହ ସେଠାରୁ ମିଳିଥିଲା । ଏସଂପର୍କରେ ସେ ପାଟଣାଗଡ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୧.୫.୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲେ ହେଁ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇପାରିନଥିଲେ । ଏଣୁ ଏହାର କ୍ରାଇମ୍‌ବ୍ରାଂଚ ତଦନ୍ତ ପାଇଁ ଧନେଶ୍ୱରଙ୍କ ପିତା ଗଙ୍ଗାଧର ଡିଜିପିଙ୍କୁ ଅନୁରୋଧ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button