ଜୀବନଶୈଳୀ

ଲକଡାଉନ: ମଦ ନପାଇ ଲୋକ କରୁଛନ୍ତି ଆତ୍ମହତ୍ୟା, କେରଳ ମୁଖ୍ୟ ମନ୍ତ୍ରୀ ବାହାର କଲେ ଏହି ଉପାୟ

କରୋନା ଭାଇରସ ସଂକ୍ରମଣ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରା ଦେଶରେ ଲକଡାଉନ ସ୍ଥିତି ଜାରି କରିଛନ୍ତି ଯାହା ଫଳରେ ସାମାଜିକ ସମ୍ପର୍କ ହବ ନାହିଁ ଓ ଲୋକଙ୍କୁ ସଂକ୍ରମଣ ହବ ନାହିଁ । ଏହା ଏକ ଏମିତିକା ସଂକ୍ରମଣ ଯାହା ବିନା କୌଣସି ସଂକ୍ରମିତ ଲୋକଙ୍କ ସମ୍ପର୍କ ରେ ନଆସିଲେ ହବ ନାହିଁ । ଏହି ଲକଡାଉନ ୨୪ ମାର୍ଚ୍ଚ ଠାରୁ ଆରମ୍ଭ କରା ଯାଇଛି ଓ ୧୪ ଏପ୍ରିଲ ରେ ସମାପ୍ତ ହବ ବୋଲି କୁହା ଯାଇଛି ।

ଏମିତି ସ୍ଥିତି ରେ ଲୋକଙ୍କୁ ବହୁତ ପ୍ରକାର ଅସୁବିଧା ହଉଛି ଯାହା ସରକାର ବୁଝୁଛନ୍ତି କିନ୍ତୁ ଦେଶ ଭଲ ପାଇଁ ଏହି ଆଇନ ଲାଗୁ କରା ଯାଇଛି କିନ୍ତୁ କେରଳ ରେ କିଛି ଲୋକ ମଦ ପାଇଁ ଆତ୍ମହତ୍ୟା କରିବାର ଖବର ଆସିଛି ।

ଖବର ଅନୁଯାଇ ଲକଡାଉନ କାରଣରୁ ମଦ ନମିଳିବାରୁ କେରଳରେ ଦୁଇଟି ଲୋକ ଆତ୍ମହତ୍ୟା କରିଛନ୍ତି, ପୋଲିସ ଅନୁଯାଇ ତ୍ରିସୁର ଜିଲା କୋଡଙ୍ଗଲୁର ସୁନିଶ ଯିଏ ୩୨ ବର୍ଷ ର ଥିଲେ କଥିତ ରୂପରେ ନଦୀ ରେ ଡେଇଁ ଆତ୍ମହତ୍ୟା କରିଛନ୍ତି । ଅନ୍ୟ ଜଣ ନୋଫଲ ଯିଏ ୩୪ ବର୍ଷ ର ଥିଲେ ମଦ ନ ମିଳିବାରୁ ଶେବିଙ୍ଗ କଲା ପରେ ଲୋଶନ ପି ଆତ୍ମହତ୍ୟା କରିଥିଲେ । ଏହା ଆଗରୁ ଶୁକ୍ରବାର ଦିନ ଦିହାଡି ମଜୁରି କାମ କରୁଥିବା ୩୮ ବର୍ଷ ସନୋଜ ଘର ପାଖ ଗଛରେ ଫାଶୀ ଲଗେଇ ମଦ ପାଇଁ ଜୀବନ ଦେଇ ଦେଲେ ।

ତେବେ ଲୋକଙ୍କ ଏହି ଅବସ୍ତା ଦେଖି ସରକାର ଡକ୍ଟର ଦ୍ଵାରା ଦିଅ ଯାଇଥିବା କାଗଜ ଦ୍ଵାରା ମଦ ଉପଲବ୍ଧ କରା ଜୀବ ବୋଲି ଆଦେଶ ଦେଇଛନ୍ତି, କେତେ ଲୋକ ମଦ ନମିଳିବାରୁ ଏମିତି କାମ କରିଛନ୍ତି ସେଥିପାଇଁ ସରକାରକୁ ଏହି ଭଳି ନିଷ୍ପତ୍ତି ନବାକୁ ପଡିଛି । ଏହା ଛଡା କେରଳ ସରକାର ନିଶାମୁକ୍ତି କେନ୍ଦ୍ରରେ ଏହି ଭଳି ନିଶା ପାଗଳ ଲୋକଙ୍କ ଉପଚାର ପାଇଁ କହିଛନ୍ତି ।

ତେବେ ଇଣ୍ଡିଆନ ମେଡିକଲ ଆସୋସିଏସନ କେରଳ ସରକାର ଉପରେ ବହୁତ ପ୍ରକାର ପ୍ରଶ୍ନ କରିଛନ୍ତି ଓ ଏହା ମଧ୍ୟ କହିଛନ୍ତି ଯେ ଚିକିତ୍ସା ପାଇଁ ମଦ ପିବା ପାଇଁ ଲେଖିଲେ ଚିକିତ୍ସା ଅଧିକାର ଡକ୍ଟରମାନଙ୍କ ରହିବା ନାହିଁ, ଯେଉଁ ଲୋକ ମଦ ନିଶା କରିବା ପାଇଁ ଏତେ ଅଧୀର ହଉଛନ୍ତି ତାଙ୍କୁ ନିଶାମୁକ୍ତି କେନ୍ଦ୍ର ରେ ରଖିବା ଉଚିତ ବୋଲି ଇଣ୍ଡିଆନ ମେଡିକଲ ଆସୋସିଏସନ କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button