ଓଡିଶା

ବଢ଼ୁଛି ପ୍ରିୟଙ୍କା ସେନାପତିଙ୍କ ଗିରଫ ସମ୍ଭାବନା ? ବୈସରନ ଘାଟିରେ ଉଭୟ ବୁଲାବୁଲି କରିଥିବା ଫଟୋ ଓ ଭିଡିଓ ଭାଇରାଲ

ପୁରୀ : ବଢ଼ୁଛି ପ୍ରିୟଙ୍କା ସେନାପତିଙ୍କ ଗିରଫ ସମ୍ଭାବନା । ପୁରୀର ୟୁଟ୍ୟୁବର ପ୍ରିୟଙ୍କାଙ୍କ ସହ ଜ୍ୟୋତିଙ୍କ ଲିଙ୍କ୍ ନେଇ ତନାଘନା କରୁଛି ପୁରୀ ପୁଲିସ । ଦୁଇଦିନ ହେଲା ପ୍ରିୟଙ୍କା ଓ ତାଙ୍କ ପରିବାରକୁ ପଚରାଉଚରା ଚାଲିଛି ।  ପ୍ରିୟଙ୍କାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି ତଦନ୍ତକାରୀ ସଂସ୍ଥା ।  ପାକିସ୍ତାନ ଗୁପ୍ତଚର ଜ୍ୟୋତିଙ୍କ ଗିରଫ ପରେ ତଦନ୍ତ ପାଇଁ ପୁରୀ ଆସିପାରେ ଏନଆଇଏ ।

ଜାତୀୟ ସୁରକ୍ଷା ସଂପର୍କିତ ମାମଲା ହୋଇଥିବାରୁ ପୁରୀ ଆସି ଏନଆଇଏ ଖୋଳତାଡ କରିପାରେ ।  କାରଣ ଜ୍ୟୋତି ଗତ ସେପ୍ଟେମ୍ବରରେ ପୁରୀ ଆସିଥିଲେ ।  ପୁରୀର ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ । ପୁରୀ ଆସିଥିବା ସମୟରେ ଜ୍ୟୋତି କେଉଁଠିକୁ ଯାଇଥିଲେ, କାହା କାହକୁ ଭେଟିଥିଲେ?  ସେ ସଂପର୍କରେ ତଦନ୍ତ କରିପାରେ ଜାତୀୟ ତଦନ୍ତକାରୀ ସଂସ୍ଥା।

ଏହାଛଡା କେବଳ ବୁଲିବାକୁ ପୁରୀ ସେ ଆସିଥିଲେ ନା ପୁରୀ ଆସିବା ପଛରେ ତାଙ୍କର ଭିନ୍ନ ଉଦ୍ଦେଶ୍ୟ ଥିଲା ?  ଜ୍ୟୋତି ପୁରୀ ଆସିଥିବା ବେଳେ ପ୍ରିୟଙ୍କା ସେନାପତିଙ୍କ ସହ ବନ୍ଧୁତା କରିଥିଲେ ।  ପହଲଗାମ ଆକ୍ରମଣ ପୂର୍ବରୁ ଉଭୟ ସେଠାକୁ ଯାଇଥିଲେ । ଏବେ ପ୍ରଶ୍ନ ଉଠୁଛି ସେଠାରେ ରେକ୍କି କରିଥିଲେ କି?  କାହାକୁ ବୈସରନ ଘାଟି ସଂପର୍କରେ କିଛି ସୂଚନା ପ୍ରଦାନ କରିଥିଲେ କି?

ଯଦି ପ୍ରିୟଙ୍କା ସେନାପତି ଜାଣିଶୁଣି ସମ୍ବେଦନଶୀଳ ସୂଚନା ପ୍ରଦାନ କରିଥାନ୍ତି ତାଙ୍କୁ ଗିରଫ କରାଯାଇପାରିବ।  ତଦନ୍ତ ନସାରିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ଛାଡି ନଯିବାକୁ ନିର୍ଦ୍ଦେଶ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button