ଓଡିଶା
ହାଇକୋର୍ଟ ବୁଲିଲେ ଡିଏଭି ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀ
କଟକ, ୨୭/୮ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ବିଧାନର ବିଚାରଧାରା ପ୍ରକ୍ରିୟାର କାର୍ଯ୍ୟକାରିତା ଉପରେ ସଚେତନତା କରାଇବା ଲାଗି ଓଡିଶା ଉଚ୍ଚ ନ୍ୟାୟାଳୟ ନେଇଥିବା ବିଭିନ୍ନ ପ୍ରକାର ପଦକ୍ଷେପ ପରିପ୍ରେକ୍ଷୀରେ ଆଜି ସିଡିଏ ଡିଏଭି ପବ୍ଲିକ ସ୍କୁଲର ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀମାନଙ୍କୁ କୋର୍ଟ ପରିସର ବୁଲି ଦେଖିବା ପାଇଁ ଅନୁମତି ଦିଆଯାଇଥିଲା । ଛାତ୍ରଛାତ୍ରୀମାନେ ମୁଖ୍ୟ ବିଚାରପତିଙ୍କ ଅଦାଲତ, ଚାମ୍ବର, ହେରିଟେଜ ବିଲ୍ଡିଂ, ହାଇକୋର୍ଟର ନୂତନ କୋଠା, ଲାଇବ୍ରେରୀ, ସମ୍ମିଳନୀ କକ୍ଷ ଆଦି ବୁଲି ଦେଖିଥିଲେ । ସାଧାରଣ ଲୋକଙ୍କ ନିମନ୍ତେ ଉଦ୍ଦିଷ୍ଟ ଜନସ୍ୱାର୍ଥ ମାମଲାର ଭିିଭୂମି ଓ ତାହାର ସମାଧାନ କିପରି କରାଯାଉଛି ସେ ସଂପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା । ଏହି ଅବସରରେ ଜଷ୍ଟିସ୍ ଗୈାରୀଶଙ୍କର ଶତପଥୀ, ଜଷ୍ଟିସ ଚିରଂଜନ ଦାଶ ଛାତ୍ରଛାତ୍ରୀମାନଙ୍କୁ ଆଇନ ଉପରେ ବୁଝାଇଥିଲେ ।