ଧର୍ମ

ଘରର ବାତାବରଣକୁ ସୁଧ ରଖିବା ପାଇଁ ଅପନନ୍ତୁ ଏହି ଉପାୟ: ବାସ୍ତୁ ସମସ୍ୟା ମଧ୍ୟ ହେବ ଦୂର

ଆମ ଘର ଆଖ ପାଖରେ ସବୁଜ ରହିବା ଉଚିତ, ଘରେ ଏମିତି ଗଛ ଲଗାନ୍ତୁ ଯାହା ଦେଖିବାରେ ସୁନ୍ଦର ହୋଇଥିବ ଏବଂ ବାତାବରଣ ସୁଧ କରୁଥିବ । ବିଶେଷଜ୍ଞ କହିବା ଅନୁଯାଇ ବାଉଁସ ଗଛ ଲଗେଇବା ଘର ପବନ ସୁଧ କରିଥାଏ କାହିଁକିନା ଏହା ବାତାବରଣ ଠାରୁ କାର୍ବନ ମନୋକ୍ସାଇଡ, ବେଞ୍ଜିନ, କ୍ଳୋରୋଫର୍ମ ଭଳି ତତ୍ଵ ସମାପ୍ତ କରିଥାଏ, ତେବେ ଆଜି ଆମେ ଆପଣଙ୍କୁ କିଛି ଗଛ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

ବାଉଁଶ ଗଛ :

 

ଘରେ ବାଉଁଶ ଗଛ ଅବଶ୍ୟ ଲଗାନ୍ତୁ, ଏହି ଗଛକୁ ସୂର୍ଯ୍ୟ ଖରା ଅଧିକ ମାତ୍ରା ରେ ଦରକାର ପଡେ ନାହିଁ ସେଥିପାଇଁ ବାଉଁଶ ଗଛକୁ ବାଉଁଶ ଗଛ ଆପଣ ଘରେ ବା ଶୋଇବା ଘରେ ରାଖୀ ପାରନ୍ତି । ସ୍ଵର୍ଣପୁସ୍ପ ଗଛ ସୁନ୍ଦରତା ସହ ପବନ ମଧ୍ୟ ସୁଧ କରିଥାଏ, ଏହାକୁ ଖରା ରେ ରଖନ୍ତୁ ଓ ମାଟି ରେ ପାଣି ଲଗାତାର ପକାନ୍ତୁ, ଏହି ଗଛ ଦ୍ଵାରା ଅମୋନିଆ ଦରକାର ଥାଏ ।

ସୁପାରି ଗଛ :

ସୁପାରି ଗଛ ମଧ୍ୟ ବାଉଁଶ ଗଛ ଭଳି ହୋଇଥାଏ, ଏହାର ପତ୍ର ଆକାର ବହୁତ ବଡ ହୋଇଥାଏ, ସୁପାରି ଗଛ ପ୍ରାୟତଃ ସୂର୍ଯ୍ୟ ରେ ରଖା ଯାଏ ଓ ପାଣି ଆବଶ୍ୟକ ପଡିଥାଏ । ଏହା ପବନରୁ କାର୍ବୋନଡାଇଆକ୍ସାଇଡ, ଯାଇଲିନ, ଟ୍ରାଇକ୍ଳୋରୋଇଥଲୀନ କୁ ସମାପ୍ତ କରିବାର କ୍ଷମତା ଏହି ଗଛରେ ଥାଏ ।

ରବର ଗଛ :

ରବର ଗଛ ମଧ୍ୟ ଆପଣ ଘରେ ଲଗେଇ ପାରିବେ, ଏହାକୁ ଖରା ସହ ସାର ଓ ପାଣି ଅଧିକ ମାତ୍ରା ରେ ଦରକାର ପଡିଥାଏ । ରବର ଗଛ ଦ୍ଵାରା କାର୍ବୋନଡାଇଅକସାଇଡ ଏବଂ ଟ୍ରାଇକ୍ଳୋରୋଇଥିଲିନ ଭଳି ତତ୍ଵ ପବନରୁ ସମାପ୍ତ କରିଥାଏ ଏବଂ ଆପଣଙ୍କୁ ଘରେ ସୁଧ ପବନ ମିଳି ଥାଏ ।

ତେବେ ଏହି ବ୍ୟସ୍ତତାଭରା ଜୀବନ ଭିତରେ ନିଶ୍ଵାସ ନେବାକୁ ଯେଉଁଠି କଷ୍ଟ ଅଟେ ସେଠି ଯେତିକି ବି ସମୟ ଆମେ ପାଉଛେ କିଛି ଶୁଦ୍ଧ ପବନ ଗ୍ରହଣ କରିବାକୁ ଚେଷ୍ଟା କରୁଛେ, ଯାହା ଫଳରେ ମନ ଶାନ୍ତ ହେବ ଶରୀର ସୁସ୍ଥ ରହିବ । ଆଶା କରୁଛୁ ଆପଣମାନଙ୍କୁ ଆମର ପୋଷ୍ଟ ଗୁଡିକ ପସନ୍ଦ ଆସୁଥିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button