ଗିରଫ ଜ୍ୟୋତିଙ୍କୁ ନେଇ ବଢ଼ୁଛି ପ୍ରିୟଙ୍କାଙ୍କ ଅଡୁଆ, କେମିତି ଦୁଇଜଣଙ୍କ ମଧ୍ୟରେ ହେଲା ଯୋଗାଯୋଗ ତଦନ୍ତ କରୁଛି NIA ଟିମ

ପୁରୀ : ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହରିଆଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ବଢ଼ୁଛି ପ୍ରିୟଙ୍କା ସେନାପତିଙ୍କ ଅଡ଼ୁଆ । ଜ୍ୟୋତିଙ୍କ ଓଡ଼ିଶା ଲିଙ୍କ୍ ର ଖୋଳତାଡ଼ ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା- NIA । ଜ୍ୟେତିଙ୍କ ସହ ପୁରୀର ପ୍ରିୟଙ୍କା ସେନାପତିଙ୍କ ସଂପର୍କ ଥିବା ଓ ଉଭୟ ପାକସ୍ତାନ କରତାରପୁର ଯାଇଥିବାରୁ ଉଭୟଙ୍କ ବାବଦରେ ପୁରୀ ଓ ହରିଆଣା ପୋଲିସ ଠାରୁ ତଥ୍ୟ ସଂଗ୍ରହ କରିଛି ଏନଆଇଏ । ଏନଆଏ ଟିମ୍ ଖୁବ ଶୀଘ୍ର ପ୍ରିୟଙ୍କାଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ତାଙ୍କୁ ହେପାଜତକୁ ମଧ୍ୟ ନେଇପାରେ ଏନଆଇଏ । ଏବେ ପ୍ରୟଙ୍କାଙ୍କା ସେନାପତିଙ୍କୁ ପଚରାଉଚରା କରୁଛି ପୁରୀ ପୋଲିସ । ଜ୍ୟୋତି ପୁରୀରେ ପହଞ୍ଚିବା ପରେ କୁଆଡ଼େ ଯାଇଥିଲେ, କେଉଁଠି ରହିଥିଲେ ? ପୁରୀ ପରେ ଅନ୍ୟ କେଉଁ ଜିଲ୍ଲାକୁ ଯାଇଥିଲେ , ଏ ସଂପର୍କରେ ଭିତିରିଆ ଖୋଳତାଡ଼ ଆରମ୍ଭ କରିଛି ଏନଆଇଏ । ପ୍ରିୟଙ୍କାଙ୍କ ଆକାଉଣ୍ଟକୁ ପାକିସ୍ତାନରୁ ଟଙ୍କା ଆସିଛି କି ନାହିଁ, ସେ ନେଇ ଯାଞ୍ଚ ଆରମ୍ଭ ହୋଇଛି। ଦୁଇ ଦିନ ଭିତରେ ୯ ଜଣଙ୍କୁ ଅନଫଲୋ କରିଛନ୍ତି ପ୍ରିୟଙ୍କା ।
ସେହିପରି ପ୍ରିୟଙ୍କା ବନ୍ଦେ ଭାରତ ଟ୍ରେନର ଲୋକୋ ପାଇଲଟ କ୍ୟାବିନରେ ଯାତ୍ରା କରୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏକ ଅତ୍ୟାଧୁନିକ ଟ୍ରେନର ଲୋକେ ପାଇଲଟ କ୍ୟାବିନକୁ ଗଲେ କିପରି ? ଯଦି ଗଲେ ସେଠାରେ ଭିଡିଓ ସୁଟି କାହିଁକି କଲେ ? ୨୦୨୪ ଡିସେମ୍ବର ୪ ତାରିଖରେ ପୁରୀରେ ଅନୁଷ୍ଠିତ ନେଭି ଡେରେ ସାମିଲ ହୋଇଥିଲେ ପ୍ରିୟଙ୍କା । ବିଭିନ୍ନ ସ୍ଥାନକୁ ସେମାନେ ଏକାଠି ଗସ୍ତ କରିଥିଲେ ମଧ୍ୟ ହୋଟେଲ ରୁମରେ ରହିବା ଓ ବୁଲାବୁଲି କରିବା ବେଳର ବନ୍ଧୁତ୍ବପୂର୍ଣ୍ଣ ଶୈଳୀ ସଂପର୍କ ଅତି ନିବିଡ଼ତା ଥିବା ଦର୍ଶାଉଛି । ଏବେ ପ୍ରିୟଙ୍କା ଓ ଜ୍ୟୋତି ଓଡ଼ିଶାରେ ବୁଲାବୁଲି କରୁଥିବା ଜାଗା ନେଇ ତଥ୍ୟ ସଂଗ୍ରହ କରୁଛି ଓଡ଼ିଶା ପୋଲିସ ।