ବିଚାର

ଆପଣଙ୍କ ପିଲାର ବିଦ୍ୟାରେ ସମସ୍ୟା ଥିଲେ ସରସ୍ଵତୀ ପୂଜା ଦିନ କରନ୍ତୁ ଏହି ଉପାୟ, ଆଉ ତା ପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ଚଳିତ ବର୍ଷ ଜାନୁଆରୀ 26 ତାରିଖ ଗୁରୁବାର ଦିନ ପଦ୍ମନି ବୀଣାପାଣି ବିଦ୍ୟା ଦାୟିନୀ ମା ସ୍ବରସ୍ବତୀଙ୍କ ପୂଜା ଉସଚବା ଅନୁଷ୍ଠିତ ହେବାକୁ ଯାଉଛି । ଏହି ଦିନ ଏକ ଗୁରୁତ୍ଵ ପୂର୍ଣ୍ଣ ଯୋଗ ବନିବାକୁ ଯାଉଛି । ଯେମିତିକି ଶ୍ରୀପଞ୍ଚମୀ ହେବ ସହ ଗୁରୁବାର ପଡୁ ଥିବାରୁ ଏହି ଯୋଗ ବହୁତ ମୂଲ୍ୟବାନ ଅଟେ । ଗୁରୁବାର ଦିନ ସରସ୍ଵତୀ ପୂଜା ପଡୁଥିବାରୁ ବିଦ୍ୟାର୍ଥୀ ମାନଙ୍କ ପାଇଁ ଅତ୍ୟନ୍ତ ମୁଲ୍ଯବନ ଓ ଗୁରୁତ୍ଵ ଅଟେ ।

ଏହା ଏକ ଦୁର୍ଲଭ ଯୋଗ ରହିଛି । ଯେଉଁ ମାନଙ୍କର ବିଦ୍ୟା କ୍ଷେତ୍ରରେ ସମସ୍ଯା ଆସୁଛି ଶ୍ରୀପଞ୍ଚମିରେ କେଉଁ ଉପାୟ କରିଲେ ତାହାର ସମାଧାନ ହେବ ସେହି ବିଷୟରେ ଆସନ୍ତୁ ଜାଣିବା । ବେଦର ଉତପତି ଜଗତ ଜନନୀ ବାଘ ବାଦିନୀ ମା ସରସ୍ଵତୀଙ୍କ ଠାରୁ ହୋଇଛି । ମା ସରସ୍ଵତୀ ଶ୍ଵେତ ବର୍ଣ୍ଣ ଯାହା ସାତ୍ଵିକ ଓ ମୋକ୍ଷ ର ପ୍ରତୀକ ଅଟେ ।

ଶିକ୍ଷା ରେ ଅବରୋଧ କରୁଥିବା ଗ୍ରହ ଯୋଗକୁ ଯଦି ବିଚାର କରାଯାଏ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ପଞ୍ଚମ ସ୍ଥାନରେ କ୍ରୂର ର ଗ୍ରହ ଯଦି ଶତ୍ରୁ ଗ୍ରହ ସହ ଯୁକ୍ତ ହୁଅନ୍ତି କିମ୍ବା ନୀଚ୍ଚ ରାଶି ଗତ ହୁଅନ୍ତି ତେବେ ବ୍ୟକ୍ତି ବୁଦ୍ଧିହୀନ ତଥା ମୂର୍ଖ ହୋଇଥାନ୍ତି । ଯଦି ଜନ୍ମ ଜାତକରେ ପଞ୍ଚମାଧିପତି ଷଷ୍ଠ, ଅଷ୍ଟମ ବା ଦ୍ଵାଦଶ ସ୍ଥାନରେ କିମ୍ବା ପାପ ଗ୍ରହ ସହ ରହୁଥିବେ ତା ହେଲେ ବିଦ୍ୟା ଭଙ୍ଗ ଯୋଗ ଆସେ ଅର୍ଥାତ ପାଠ ପଢା ଅଧାରୁ ବନ୍ଦ ରୁହେ ।

ନିଜର ପରିଶ୍ରମ ଅନୁଯାୟୀ ଯଦି ବିଦ୍ୟାର୍ଥୀଙ୍କୁ ସଫଳ ମିଳୁ ନାହି ତେବେ କରନ୍ତୁ ଏହି ଉପାୟ । ମା ସରସ୍ଵତୀ ବିଦ୍ୟା, ଜ୍ଞାନର ଦେବୀ ଅଟନ୍ତି । ବିଶେଷ ଭାବରେ ସରସ୍ଵତୀ ରହସ୍ୟ ଉପନିଷଦ ଓ ସାରତା ତିଳକ ଆଦି ଗ୍ରନ୍ଥ ରେ ମାନଙ୍କରେ ଅନେକ ପ୍ରକାରର ମନ୍ତ୍ର ଦୃଶ୍ୟମାନ ହୁଏ । ଶ୍ରୀପଞ୍ଚମୀ ଦିନ ବିଦ୍ୟାର୍ଥୀ କିମ୍ବା ଅଭିଭାବକ ମାନେ ପ୍ରାତଃ କାଳରୁ ଶଯ୍ୟା ତ୍ୟାଗ କରି ସ୍ନାନଦୀ କର୍ମ ସାରି ଭଗବାନ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରି ନମସ୍କାର କରନ୍ତୁ ।

ଏହା ପରେ ମା ସରସ୍ଵତୀଙ୍କ ପୂଜା କରନ୍ତୁ । ପୂଜା ପରେ ଶୁଦ୍ଧ ଆସନ ପକାଇ ପୂର୍ବ ବା ଔତ୍ତର ଦିଗକୁ ମୁଖ କରି ବସିବେ । ଯଦି ଆପଣ ଘରେ ସରସ୍ଵତୀ ପୂଜା କରୁ ନାହାନ୍ତି ତେବେ ପୂଜା ପୂର୍ବରୁ ଏକ ଖଟୁଲିରେ ପ୍ରଭୁ ଶ୍ରୀ ଗଣେଶ, ମା ସରସ୍ଵତୀଙ୍କ ଫୋଟୋ ସ୍ଥାପନ କରି ପୂଜା କରନ୍ତୁ । ପାଞ୍ଚ ଉପଚାର କରିବା ପରେ ଗଣେଶଙ୍କ ଧ୍ୟାନ ମନ୍ତ୍ର ପାଠ କରନ୍ତୁ । ଏହା ପରେ ମାତା ସରସ୍ଵତୀଙ୍କ ପୂଜା କରନ୍ତୁ ।

ଖଇରେ କନ୍ଦ, କ୍ଷୀର, ମହୁ, ଘୃତ ମିଶାଇ ନୈବେଦ୍ୟ ପ୍ରସ୍ତୁତ କରିବା ସହ ମିଠା ଓ ଫଳ ଭୋଗ ଲଗାନ୍ତୁ । ପୂଜା କରିବା ପରେ ତମ୍ବା ପାତ୍ରରେ ପାଣି ରଖି ଓମ ହ୍ରୀଙ୍ଗ ସରସ୍ଵତଇ ନମଃ ମନ୍ତ୍ର ଜପ କରନ୍ତୁ । ସେହି ଜଳ ଅଭିମନ୍ତ୍ରିତ ହେବା ପରେ ବିଦ୍ୟାର୍ଥୀ ସେବନ କରିବେ । ଦେଖିବେ ବିଦ୍ୟା କ୍ଷେତ୍ରରେ ଯାହାବି ସମସ୍ଯା ଥିବ ତାହା ଦୂରେଇ ଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button