Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ଏହି ରିଚାର୍ଜ ପ୍ଲାନରେ ବର୍ଷ ସାରା ସିମ୍ ରହିବ ଆକ୍ଟିଭ

୩୫ କୋଟିରୁ ଅଧିକ ମୋବାଇଲ୍ ୟୁର୍ଜସଙ୍କ ପାଇଁ Airtel ର ଏକ ବଡ ରିଚାର୍ଜ ପ୍ଲାନ ଅଛି । ଯେଉଁଥିରେ ୟୁର୍ଜସମାନେ ଗୋଟିଏ ବର୍ଷର ଅର୍ଥାତ ୩୬୫ ଦିନର ଭ୍ୟାଲିଡିଟି ପାଇପାରିବେ । Airtel ର ଏହି ପ୍ଲାନ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଯେ ଏହି ପ୍ଲାନରେ ୟୁର୍ଜସଙ୍କୁ ଅନଲିମିଟଡେ୍ 5G ଇଣ୍ଟରନଟେ୍ ଦିଆଯିବ । Airtel ର ଏହି ଶସ୍ତା ପ୍ରିପେଡ ରିଚାର୍ଜ ପ୍ଲାନ Jio ଏବଂ BSNL ର ଲମ୍ବା ଭ୍ୟାଲିଡିଟି ରିଚାର୍ଜ ପ୍ଲାନକୁ କଡା ଟକ୍କର ଦବେ ।
Airtel ର ପ୍ଲାନ :
Airtel ର ଏହି ପ୍ରିପେଡ ରିଚାର୍ଜ ପ୍ଲାନ୍ ୩୬୫ ଦିନର ଭ୍ୟାଲିଡିଟି ସହିତ ଆସିଥାଏ । ଭାରତ Airtel ର ଏହି ପ୍ରିପେଡ ରିଚାର୍ଜ ପ୍ଲାନ ପ୍ରତିଦିନ ୨GB ହାଇ ସ୍ପିଡ୍ ଡାଟା ଅଫର କରିଥାଏ । ଏହି ଉପାୟରେ ଆପଣଙ୍କୁ ସମୁଦାୟ ୭୨୦GB ହାଇ ସ୍ପିଡ୍ ଡାଟା ମିଳିବ । ଏହା ବ୍ୟତୀତ, ଏହି ପ୍ଲାନରେ ୟୁର୍ଜସମାନେ ଦେଶରେ ଯକୌଣସି ଟେଲିକମ୍ ନେଟୱାର୍କରେ ଅନଲିମିଟଡେ୍ ଫ୍ରି’ କଲିଂର ଲାଭ ପାଇପାରିବେ । କେବଳ ଏତିକି ନୁହେଁ, ୟୁର୍ଜସମାନେ ସାରା ଦେଶରେ ଫ୍ରି’ ନ୍ୟସନାଲ ରୋମିଙ୍ଗର ସୁବିଧା ମଧ୍ୟ ପାଇବେ ।
Airtel ର ଏହି ପ୍ଲାନରେ ମିଳୁଥିବା ଅନ୍ୟାନ ବେନିଫିଟ୍ସ ବିଷୟରେ କହିବାକୁ ଗଲେ ଏଥିରେ ୟୁର୍ଜସଙ୍କୁ ପ୍ରତିଦିନ ୧୦୦ ଫ୍ରି SMS ର ଲାଭ ମିଳିବ । ଏହା ସହିତ, ଯଦି ୟୁର୍ଜସଙ୍କର 5G ସ୍ମାର୍ଟଫୋନ ଥାଏ ଏବଂ 5G କଭରେଜ ଅଞ୍ଚଳରେ ଥାଏ, ତବେେ ଫ୍ରିରେ ଅନଲିମିଟଡେ୍ 5G ଡାଟା ଅଫର କରାଯାଇଥାଏ । Airtel ର ଏହି ରିଚାର୍ଜ ପ୍ଲାନ୍ ୩,୫୯୯ ଟଙ୍କାରେ ଆସିଛି । ଯଦି ଆପଣ ପ୍ରତି ମାସର ରିଚାର୍ଜ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଏହି ପ୍ଲାନ ସହିତ ନିଜ ନମ୍ବରକୁ ରିଚାର୍ଜ କରିପାରିବେ । ଏହା ବ୍ୟତୀତ, କମ୍ପାନୀ କିଛି ଭ୍ୟାଲୁ ଆଡେଡ୍ ସର୍ଭିସ୍ ମଧ୍ୟ ଅଫର କରେ ।
ତିନୋଟି ନୂଆ ରିଚାର୍ଜ :
Airtel ସହ ଜଡିତ ଅନ୍ୟାନ୍ୟ ଖବର ବିଷୟରେ କହିବାକୁ ଗଲେ କମ୍ପାନୀ ନିକଟରେ ତିନୋଟି ନୂଆ ଡାଟା ରିଚାର୍ଜ ପ୍ୟାକ୍ ଲଞ୍ଚ କରିଛି । ଦୈନିକ ଡାଟା ସରିବା ପରେ ମଧ୍ୟ ଏହି ପ୍ୟାକ୍ କାମ କରିବ । ଏହି ରିଚାର୍ଜ ପ୍ଲାନଗୁଡିକ ୧୬୧, ୧୮୧ ଏବଂ ୩୫୧ ଟଙ୍କାରେ ଆସିଥାଏ । ଯଦି ୟୁଜର୍ସମାନେ ଏହି ପ୍ଲାନଗୁଡିକ ସହିତ ସେମାନଙ୍କର ନମ୍ବର ରିଚାର୍ଜ କରନ୍ତି, ତେବେ ସେମାନେ ୫୦GB ପର୍ଯ୍ୟନ୍ତ ହାଇ ସ୍ପିଡ୍ ଡାଟାର ଲାଭ ପାଇବେ ।