ଜୀବନଶୈଳୀ

୧୫ ବର୍ଷ ବୟସରେ ଛାଡିଲେ ଘର, ପାଖରେ ଥିଲା କେବଳ ୩୦୦ ଟଙ୍କା… କିନ୍ତୁ ଏବେ ଅଟନ୍ତି ଏତେ କୋଟି ଟଙ୍କା କମ୍ପାନୀର ମାଲିକ

୧୫ ବର୍ଷ ବୟସ ରେ ଛୁଆ ନିଜୁକୁ ସମ୍ଭାଳି ପାରନ୍ତିନୀ ହେଲେ ଏହି ଝିଅ ନିଜ ଜୀବନ ସଜେଇ ପାରିଲେ । କୁହାଜାଏ ଯେଉଁ ମଣିଷ ଜୀବନ ରେ ହାର ମାନେନୀ ସେ କେବେ ବି ହାରେନୀ । ମଣିଷ ଜୀବନ ରେ କେତେ ପ୍ରକାର ପରିସ୍ଥିତି ଆସେ ଓ ସବୁଥର ଭାଗ୍ୟ ସାଥିରେ ନଥାଏ । ଏମିତି କେତେ କାହାଣୀ ଆମ ଆଖ ପାଖ ରେ ଦେଖିବାକୁ ମିଳିବ ଯେଉଁମାନେ କେତେ କଷ୍ଟ କରି ଉପରକୁ ଜାଇଛନ୍ତି । ସେମିତି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବୁ ।

ଏହି କାହାଣୀ ହେଉଛି ଚିନୁ କାଲା ନାମକ ଝିଅର, ଯିଏ ଆଜି ଗୋଟେ ବଡ ନାମୀ ଦାମୀ ବିଜନେସ ୱୂମେନ ।

 

15 ବର୍ଷ ବୟସ ରେ ଘର ଛାଡିବାକୁ ପଡିଲା :

ଚିନୁ କାଲା ତାଙ୍କ ଘର ଏମିତି କେତେ କାରଣ ପାଇଁ ଛାଡିଲେ ଜାହା ସହ ସେ କେବେ ଲଢି ପାରିଲେ ନାହିଁ । ଗୋଟେ ଇଂଟରୱ୍ଯୂ ରେ ଚିନୁ କାଲା କହିଲେ ଯେତେବେଳେ ସେ ଘର ଛାଡିଲେ ତାଙ୍କ ପାଖରେ ମାତ୍ର ଦୁଇଟି କପଡା ଓ ମାତ୍ର 300 ଟଙ୍କା ଥିଲା ।

 

ନିଜ ଜୀବନ ରେ କେତେ କାମ କଲେ  :

ଚିନୁ କାଲା ପ୍ରଥମେ ସେଲ୍ସଗର୍ଲ ର କାମ କଲେ ଜେଉଁଥିପାଇଁ ତାଙ୍କୁ ଲୋକଙ୍କ ଘରୁକୁ ଘର ବୁଲିବାକୁ ପଡିଲା । ସେହି ସମୟ ରେ ତାଙ୍କର ଦିନାକା ମଜୁରି 20 ରୁ 60 ଭିତରେ ମିଳୁଥିଲା । 16 ବର୍ଷ ବୟସ ରେ ତାଙ୍କୁ ପ୍ରଥମ ପ୍ରମୋଶନ ମିଳିଲା । ତା ପରେ ସେ ତିନିଟା ଅଲଗା ଝିଅଙ୍କୁ ଟ୍ରେନିଂଗ ଦବା ଆରମ୍ଭ କଲେ ଜାହା ସାହାଯ୍ୟ ରେ ତାଙ୍କୁ ଆଉ ଅଧିକ ପଇସା ମିଳିଲା । ସେହି ସମୟରେ ସେ ନିଜକୁ ଏକ ବିଜନେସ ୱୂମେନ ଭାବରେ ଅନୁଭବ କଲେ । କେବଳ ସେଲ୍ସ ରେ ନୁହେଁ ସେ ରେଷ୍ଟୁରାଣ୍ଟ ରେ ୱେଟ୍ରେସ ଭାବେ ମଧ୍ୟ କାମ କରିଛନ୍ତି ।

2004 ରେ ତାଙ୍କ ବାହାଘର ଅମିତ କାଲାଙ୍କ ସହ ହୋଇଗଲା, ଯାହା ତାଙ୍କ ଜୀବନରେ ସବୁଠୁ ବଡ ସପୋର୍ଟ ଥିଲା । ୨ବର୍ଷ ପରେ ସେ ମିସେଜ ଇଣ୍ଡିଆ ପେଜେଂଟ ରେ ଭାଗ ନେଲେ ଏବଂ ଅନ୍ତିମ ରାଉଣ୍ଡ ଯାଏଁ ପୋହୋଞ୍ଚିଲେ । ଏହା ପରେ ତାଙ୍କୁ ବହୁତ ଅବସର ପ୍ରାପ୍ତ ହେଲା ।

ଖୋଲିଲେ ନିଜ କମ୍ପାନୀ :

ମିସେଜ ଇଣ୍ଡିଆ ହେଲା ପରେ ଯେମିତି ସମସ୍ତେ ତାଙ୍କୁ ଚିହ୍ନିବାକୁ ଲାଗିଲେ ସେ ଭାବିଲେ ସେ ଫୈଶନ ଜ୍ୱେଲରୀ ଉପରେ କିଛି କରିପାରେବେ ଏବଂ ସେ କାମ ରେ ଲାଗିଗଲେ । 2014 ରେ କମ୍ପାନୀ ଆରମ୍ଭ ହେଲା ଏବଂ ଦିନ କୁ ଦିନ ବଢିଚାଲିଲା । ଏବେ ଚିନୁ କାଲା 7.5 କରୋଡ଼ ର ମାଲିକ ଏବଂ 25 ଲୋକ ତାଙ୍କ ତଳେ କାମ କରୁଛନ୍ତି । ଆଗରୁ ଯିଏ ନିଜ ସ୍ଯାଲାରି ପାଇଁ ଚିନ୍ତିତ ଥିଲେ ଏବେ ସେ ୨୫ ଲୋକଙ୍କୁ ସ୍ଯାଲାରି ଦେଉଛନ୍ତି । ଏହା ତାଙ୍କ ପରିଶ୍ରମ ର ହିଁ ଫଳ କି ସେ ଆଜି ଏତେ ସଫଳ ହୋଇ ପଡ଼ିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button