ବିଚାର

ତୁଳସୀ ପତ୍ର ଓ କାଠର କିଛି ଚମତ୍କାରୀ ଉପାୟ, ଯାହାକୁ କରିଲେ ସବୁ ମନୋକାମନା ହେବ ପୂର୍ଣ୍ଣ

ବନ୍ଧୁଗଣ ଆପଣ ମାନେ ତୁଳସୀ ଗଛର ମାହାତ୍ମ୍ଯ ବିଷୟରେ ନିଶ୍ଚୟ ଜାଣିଥିବେ । ତୁଳସୀ ଏମିତି ଏକ ପବିତ୍ର ଗଛ ଯାହାର ସେବନ ଦ୍ଵାରା ଅନେକ ପ୍ରକାରର ରୋଗ ଦୂର ହୋଇଥାଏ । ଏହାକୁ ଆୟୁର୍ବେଦିକ ରେ ବହୁଳ ମାତ୍ରା ରେ ବ୍ୟବହାର କରା ଯାଇଥାଏ । ତୁଳସୀ ଗଛକୁ ପ୍ରତି ଦିନ ପୂଜା କରିଲେ ମଣିଷ ଜୀବନରେ ସୁଖ ଶାନ୍ତି, ସମୃଦ୍ଧି ଓ ଧନ ବୃଦ୍ଧି ପାଇଥାଏ । ଆଜି ଆମେ ଆପଣ ମାନଙ୍କୁ ତୁଳସୀ ଗଛ ବିଷୟରେ କିଛି ଜରୁରୀ କଥା କହିବାକୁ ଯାଉଛୁ ଯାହା ପ୍ରତେକ ମାନବ ଜାତି ଜାଣିବା ଉଚିତ ଅଟେ ।

ଏକାନ୍ତ ଭକ୍ତି, ନିଷ୍ଠା ର ସହକାରେ ତୁଳସୀ ଗଛର ମାଟିକୁ କପାଳ ରେ ଧାରଣ କରିଥାଏ ଓ ଯେଉଁ ବ୍ୟକ୍ତି ତାହାର ଦର୍ଶନ କରେ ସେହି ବ୍ୟକ୍ତି ବର୍ଷକ ମହଦୟରେ ପାପ ମୁକ୍ତ ହୋଇଥାଏ । ଯେଉଁ ବ୍ୟକ୍ତି ର କପାଳ ର ତୁଳସୀ ଗଛର ମାଟି ଦେଖାଜେ ସେହି ବ୍ୟକ୍ତି ର ଶରୀରକୁ ପାପ ସ୍ପର୍ଶ କରିପାରେ ନାହି । ଯେଉଁ ବ୍ୟକ୍ତି ତୁଳସୀ ପାଣି ସହ ଶାଳଗ୍ରାମ ଦେଉଥିବା ଜଳ ର ପାନ କରିଥାଏ ସେ ସଂସାର ର ବନ୍ଧନ ରୁ ମୁକ୍ତି ପାଇଯାଏ । ସେ ବ୍ୟକ୍ତି ପୁନଃଜନ୍ମ ଲାଭ କରେ ନାହି ଓ ବୈକୁଣ୍ଠ ପ୍ରାପ୍ତ କରିଥାଏ ।

ଏପରି ମାନ୍ୟତା ଅଛି ମା ବୃନ୍ଦାବତୀ ଙ୍କୁ ଦର୍ଶନ, ପୂଜା ଓ ବନ୍ଦନା କରିଲେ ମୋକ୍ଷ ପ୍ରାପ୍ତ ହୋଇଥାଏ । ତୁଳସୀ ଏକ ଏପରି ପବିତ୍ର ଗଛ ଅଟେ ଯାହା ବାସୀ ହେବା ପରେ ବି ଆମେ ବ୍ୟବହାର କରି ପାରିବ । ବାସୀ ତୁଳସୀ ଆମେ ଠାକୁର ଙ୍କ ପୂଜା ରେ ଲଗାଇ ପାରିବା । ଠାକୁର ପୂଜା କରିବା ସମୟରେ ଯେବେ ଆପଣ ଚନ୍ଦନ ଘୋରୁଛନ୍ତି ଗୋଟେ କଥା ଧ୍ୟାନ ଦେବେ ତୁଳସୀ କାଠ ଆଣି ଚାନ୍ଦ ଘୋରିବେ । ଯଦି ତୁଳସୀ କାଠ ରେ ଆପଣ ଚନ୍ଦନ କୁ ଘୋରନ୍ତି ଓ ସେହି ଚନ୍ଦନ କୁ ଭଗବାନ ବିଶୁଣୁ ଓ ନାରାୟଣ ଙ୍କ ମୂର୍ତ୍ତି ଲଗାନ୍ତି ତେବେ ମଣିଷ କୁ ମୃତ୍ୟୁ ପରେ ନର୍କ ର ଦର୍ଶନ କରିବାକୁ ପଡେ ନାହି ।

କୁହାଯାଏ ଅନେକ ପ୍ରକାରର ଔଷଧ ତୁଳସୀ ଗଛର ମଞ୍ଜି, ପତ୍ର ଓ ଚେର ରୁ ପ୍ରସ୍ତୁତ ହେଉଛି । ତେଣୁ ତୁଳସୀ ଏକ ପବିତ୍ର ଗଛ ଯାହା ବିଷୟରେ ପୂର୍ବ ରୁ ମହାପୁରୁଷ ମାନେ କରି ଯାଇଛନ୍ତି । କିନ୍ତୁ କେତୋଟି କଥା ପ୍ରତି ଧ୍ୟାନ ଦେବେ ବି ତୁଳସୀ ପତ୍ର କେବେ ବି ସ୍ନାନ ନ କରି ଛିଡାଇବା ନାହି । ଏମିତି କରି ପୂଜା କରିଲେ ସେ ପୂଜା ନିଷ୍ଫଳ ହୋଇଥାଏ । ପୂଜା କରୁଥିବା ପୂଜକର ମଧ୍ୟ ଖରାପ ହୋଇଥାଏ ।

ଅମାବାସ୍ୟା, ପୂର୍ଣ୍ଣିମା, ସଙ୍କ୍ରାନ୍ତି, ଦ୍ଵାଦଶୀ ରେ ତୁଳସୀ ପତ୍ର ଛିଡାଇବା ଉଚିତ ନୁହେଁ । ସ୍ନାନ ନ କରି ଓ ତେଲ ଲଗାଇ ଶରୀର ରେ ତୁଳସୀ ପତ୍ର ଛିଡାଇଲେ ବ୍ରହ୍ମ ହତ୍ୟା ଦୋଷ ଲାଗିଥାଏ । ତେଣୁ ଭୁଲରେ ବି ଏମିତି କରନ୍ତୁ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button