ଓଡିଶା

କାନାଡାରେ ଶିଖ ଗ୍ୟାଙ୍ଗଷ୍ଟର, ୧୧ ବର୍ଷୀୟ ପୁତ୍ରକୁ ଗୁଳିମାରି ହତ୍ୟା କଲେ ଅଜ୍ଞାତ ବ୍ୟକ୍ତି

ଓଟାଓ୍ବା : କାନାଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି । ଗତ ଗୁରୁବାର ଏଡମଣ୍ଟନରେ ଜଣେ ଭାରତୀୟ ବଂଶୋଦ୍ଭବ ଶିଖ ବ୍ୟକ୍ତି ଓ ତାର ୧୧ ୧୧ ବର୍ଷର ପୁଅଙ୍କୁ ଗୁଳି କରି ହତ୍ୟା କରାଯାଇଛି । କୁହାଯାଉଛି ଯେ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଶିଖ୍ ୪୧ ବର୍ଷୀୟ ହରପ୍ରୀତ ସିଂହ ଉପ୍ପାଲ କାନାଡାର ସଂଗଠିତ ଅପରାଧ କ୍ଷେତ୍ରରେ ଜଣେ କୁଖ୍ୟାତ ବ୍ୟକ୍ତି ଥିଲା । ବିପକ୍ଷ ଗ୍ୟାଙ୍ଗର ସୁଟରମାନେ ଏହି କାମ କରିଥିବା କୁହାଯାଉଛି ।

ଏଡମଣ୍ଟନ୍ ପୁଲିସ ସେବାର କାର୍ଯ୍ୟକାରୀ ଅଧୀକ୍ଷକ କଲିନ୍ ଡିର୍କସନ୍ ଶୁକ୍ରବାର କହିଛନ୍ତି ଯେ ଗୁରୁବାର ଅପରାହ୍ନରେ ଏକ ଗ୍ୟାସ୍ ଷ୍ଟେସନ ବାହାରେ ଉପାଲ ଏବଂ ତାଙ୍କ ପୁଅଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଗୁଳିକାଣ୍ଡ ସମୟରେ ଉପଲର ପୁଅର ସାଙ୍ଗମାନେ ମଧ୍ୟ ତାଙ୍କ କାରରେ ଥିଲେ, କିନ୍ତୁ ଆକ୍ରମଣରୁ ସେମାନେ ବର୍ତ୍ତିଯାଇଛନ୍ତି ।  ଆକ୍ରମଣକାରୀମାନେ ଗୁଳି ଚଳାଇବା ସମୟରେ କାର୍ ରେ ପିଲାମାନେ ଥିବା ଜାଣିଥିଲେ କି ନା ସେ ସମ୍ପର୍କରେ ଜଣାପଡ଼ିନାହିଁ । କିନ୍ତୁ ଏହା ସ୍ପଷ୍ଟ ଯେ ଅପରାଧୀମାନେ ଜାଣିଶୁଣି ଉପ୍ପଲର ପୁଅକୁ ଗୁଳି କରିଥିଲେ । ଦିନ ଥିଲା ଗ୍ୟାଙ୍ଗଓ୍ବାରବେଳେ ଅପରାଧୀମାନେ ପିଲାମାନଙ୍କ ଉପରକୁ ଆକ୍ରମଣ କରୁନଥିଲେ । କିନ୍ତୁ ଏବେ ସେମାନେ ଏହି ସୀମାରେଖାକୁ ବି ମାନୁନାହାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button