ଦେଶ ବିଦେଶ
ତେଲିଆ ତ୍ୱଚାର ଯତ୍ନ

ସମସ୍ତଙ୍କର ତ୍ୱଚାର ଭିନ୍ନ ହୋଇଥାଏ । ତେବେ ତେଲିଆ ତ୍ୱଚ୍ଚାରେ ବ୍ରଣ ସମସ୍ୟା ଅଧିକା ଦେଖାଦେଇଥାଏ । ହେଲେ ଖରାଦିନେ ଏହି ସମସ୍ୟା ବେଶି ବଢିଯାଇଥାଏ । ତେଣୁ କେତେକ ଘରୋଇ ଫେସ୍ ପ୍ୟାକ୍ ଲଗାଇ ଖରାଦିନେ ତ୍ୱଚ୍ଚାର ଧ୍ୟାନ ରଖିହେବ । ଘରେ ସକାଳ ଜଳଖିଆରେ ବ୍ୟବହାର ହେଉଥିବା ଓଟସ୍କୁ ଫେସ୍ ପ୍ୟାକ୍ କରି ତ୍ୱଚ୍ଚାରେ ଲଗା;ୁ ।
ଏଥିରେ ଆପଲ୍ ସାଇଡର୍ ଭିନେଗାର ବ୍ୟବହାର କରି ପ୍ୟାକ୍ ବନା;ୁ । ଏହାକୁ ଲଗାଇଲେ ଏହା ତ୍ୱଚ୍ଚାର ତେଲିଆ ଅଂଶକୁ ନିୟନ୍ତ୍ରଣ କରିଥାଏ । ଏହାକୁ ଲଗାଇଲେ ମୁହଁରେ ଏକ ଚମକ ଆସିଥାଏ । ସେହିଭଳି ଘରେ ଥିବା ଟମାଟ ରସକୁ ମଧ୍ୟ ପ୍ୟାକ୍ କରି ତ୍ୱଚ୍ଚାରେ ଲଗାଇପାରିବେ । ଟମାଟରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ତ୍ୱଚ୍ଚାର ଛିଦ୍ରକୁ ସଫା କରିଥାଏ । ସେହିଭଳି ବାଦାମ ପାଉଡରକୁ ମଧ୍ୟ ପ୍ୟାକ୍ ଭାବେ ବ୍ୟବହାର କରିପାରିବେ । ଏହା ମୁହଁରୁ ମୃତ କୋଷିକା ବାହାର କରିବାରେ ସାହାଯ୍ୟ କରିଥାଏ ।