ବିଚାର

ଭୁଲରେ ମଧ୍ୟ ଏହି ୫ଟି ଜିନିଷ ଅନ୍ୟ ସହ ଶେୟାର କରନ୍ତୁ ନାହିଁ, ନଚେତ ଭୋଗିବାକୁ ପଡିବ ଆର୍ଥିକ ସମସ୍ୟା

ତେବେ ସମସ୍ତେ ନିଜ ଜୀବନରେ ଧନ ସମ୍ପତି ବୃଦ୍ଧି ପ୍ରାପ୍ତ କରିବା ପାଇଁ ଚାହାନ୍ତି କିନ୍ତୁ ଆମ ଦ୍ଵାରା ଏମିତି କିଛି ଭୁଲ ହୋଇଥାଏ ଯାହା ଆମ ପାଇଁ ଓଲଟା ପଡିଥାଏ କିନ୍ତୁ ଆମେ ଜାଣି ନଥାଉ । ସମସ୍ତେ ନିଜ ଜୀବନରେ ପରିଶ୍ରମ ଦ୍ଵାରା ଧନ ପ୍ରାପ୍ତ କରନ୍ତି ଏବଂ ଏହାକୁ ସଞ୍ଚୟ କରି ନିଜ ଅସୁବିଧା ସମୟ ପାଇଁ ରଖନ୍ତି କିନ୍ତୁ ଆମେ ଆମ ଜୀବନରେ ଏମିତି କିଛି ଭୁଲ କରିଥାଉ ଯାହା ଦ୍ଵାରା ଆମ ଧନ ସମ୍ପତି ନଷ୍ଟ ହୋଇଥାଏ ବା ଦୂରେଇ ଯାଇଥାଏ ଏହାର କାରଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯୋଉଥିପାଇଁ ଆମକୁ ବହୁତ କ୍ଷତି ସହିବାକୁ ପଡେ । ଯଦି ଆପଣ କ୍ଷତିରେ ନ ପଡ଼ିବାକୁ ଚାହାନ୍ତି ତ ମନେ ରଖନ୍ତୁ ଯେ ନା ତ ପର ଜିନିଷ ବ୍ୟବହାର କରିବେ ନା ମାଗିବେ । ତେବେ ଚାଲନ୍ତୁ ଜାଣିବା ଏହି ୫ଟି ଜିନିଷ ବିଷୟରେ ।

ଧନ:-

ସେ ଲୋକଙ୍କ ପାଖରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ଯେ ଅନ୍ୟର ପଇସାକୁ ରଖେ । ଯେଉଁ ଲୋକର ମନ ଅନ୍ୟର ଧନ ଭୋଗ କରିବାକୁ ଚାହେଁ ଓ ତା ମନରେ ବେଇମାନି ଆସେ ତାର ଧର୍ମ ଶେଷ ହୋଇଯାଏ । ସେଥିପାଇଁ ଯେଉଁଠି ଧର୍ମ ରହେନି ସେଠି ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

ବେଡ:-

ଶଙ୍ଖ ମୃତି ରେ କୁହାଯାଇଛି କି କାହା ବେଡରେ ଶୋଇବା ଉଚିତ ନୁହେଁ । ଏମିତି କୁହାଯାଏ କି ଯିଏ ଅନ୍ୟର ଶେଯରେ ଶୟନ କରେ ତାଙ୍କ ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ । ସେଥିପାଇଁ କେବେବି କାହା ବେଡରେ ସୁଅନ୍ତୁ ନାହିଁ ।

ବସ୍ତ୍ର:-

ଭୁଲ କରି ବି କାହାର ପୋଷାକ ନା ପିନ୍ଧିବ ନ ମାଗିବ, ଏହା ବହୁତ ଅଶୁଭ ଅଟେ ।  ଯାହା ଦ୍ଵାରା ଆପଣଙ୍କ ଭାଗ୍ୟ ଖରାପ ହୋଇଥାଏ ଏବଂ ଆପଣଙ୍କ ପାଖରେ ଥିବା ଜିନିଷ ମଧ୍ୟ ଆପଣ ହରେଈ ଥାନ୍ତି । ସେଥିପାଇଁ କେବେବି କାହାର ବସ୍ତ୍ର ମାଗିକି ପିନ୍ଧନ୍ତୁ ନାହିଁ କି କାହାକୁ ଦିଅନ୍ତୁ ନାହିଁ ।

ଅନ୍ନ:-

ଜିଏ ଅନ୍ୟର ଖାଦ୍ୟରେ ଲୋଭ କରେ ଲକ୍ଷ୍ମୀ ତା ଜୀବନରେ କେବେ ବି ରୁହନ୍ତିନି । ଶାସ୍ତ୍ରରେ ଅଛି କି କୃଷ୍ଣଙ୍କ ଖାଦ୍ୟରେ ସୁଦାମା ଲୋଭ କରିଥିଲେ ବୋଲି ଜୀବନସାରା ଗରିବ ହୋଇ ରହିବାକୁ ପଡିଲା, ତେବେ ଭୁଲରେ ବି କାହା ଖାଦ୍ୟ ଉପରେ ଲୋଭ କରନ୍ତୁ ନାହିଁ ଆପଣଙ୍କ ପାଖରେ ଯେତିକି ଅଛି ସେତିକିରେ ସନ୍ତୁଷ୍ଟ ହବା ଶିଖନ୍ତୁ ।

ବାହାନ:-

ଆଉ କାହାଠାରୁ ବାହନ ମାଗିବା ଅଶୁଭ ଅଟେ । ସବୁବେଳେ ଲୋକ ସାଙ୍ଗସାଥୀ ଅନ୍ୟର ବାହନ ବ୍ୟବହାର କରିଥାନ୍ତି । ଶଙ୍ଖ ସ୍ମୃତିରେ କୁହା ଯାଇଛି କି ଯେଉଁ ଲୋକ ଅନ୍ୟର ବାହନ ମାଗିଥାଏ ସେ ତାର ନିଜର ହିଁ କ୍ଷତି କରିଥାଏ । ତାଙ୍କ ଜୀବନରେ କେବେ ବି ଧନ ରହେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button