ଓଡିଶା

ବାରିପଦା ମୁଖ୍ୟ ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଣାପଡ଼ିନାହିଁ କାରଣ

ବାରିପଦା : ବାରିପଦା ମୁଖ୍ୟ ବଜାରରେ ଭୟାବହ ଅଗ୍ନିକାଣ୍ଡ ।  ଦୁଇଟି ଦୋକାନରେ ଲାଗିଛି ନିଆଁ । ଗୋଟିଏ ଇଲେକ୍ଟ୍ରି ଦୋକାନ ଓ ଗୋଟିଏ ଲୁଗା ଦୋକାନ ହୁତୁହୁତୁ ହୋଇ ଜଳୁଛି । ଅଗ୍ନିଶମ ବାହିନୀର ତିନୋଟି ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ। ଦୀର୍ଘ ୨ ଘଣ୍ଟା ଧରି ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରହିଛି । ସମଗ୍ର ଅଞ୍ଚଳ ଧୁଆଁ ମୟ ହୋଇଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଦୋକାନ ସବୁ ବନ୍ଦ ଥିବା ବେଳେ ସର୍ଟ ସର୍କିଟ ରୁ ନିଆଁ ଲାଗିଥାଏ ବୋଲି ଅନୁମାନ କରାଯାଉଛି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button