କ୍ରାଇମ

ରାଜଧାନୀରେ ଯୁବକଙ୍କୁ ହତ୍ୟା ! ଲିଙ୍ଗରାଜ ଷ୍ଟେସନ ଆଗରେ ପଡ଼ିଛି ମୃତଦେହ

ଭୁବନେଶ୍ୱର : ରାଜଧାନୀରେ ଯୁବକଙ୍କୁ ହତ୍ୟା!। ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ ଆଗରେ ପଡ଼ିଛି ଯୁବକଙ୍କ ମୃତଦେହ। ମୃତକ ଖଣ୍ଡୁଆଳ ବସ୍ତିର ସନାତନ ରାଉତ। ସେ ଶ୍ରମିକ କାମ କରନ୍ତି। ସନାତନ ଗତକାଲି କାମ ସାରି ଆଉ ଘରକୁ ଫେରନଥିଲେ। ଆଜି ସକାଳେ ଲିଙ୍ଗରାଜ ଷ୍ଟେସନ ନିକଟରେ ତାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ ତାଙ୍କ ପରିବାରକୁ ସୂଚନା ଦେଇଥିଲେ। ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button