ସ୍ୱାସ୍ଥ୍ୟ

ମହିଳାଙ୍କୁ ଗର୍ଭ ଧାରଣ କରିବାରୁ ମିଳିବ ମୁକ୍ତି! ସାମ୍ନାକୁ ଆସିଲା ବିଶ୍ଵର ପ୍ରଥମ ବିଶାଳ କୁତ୍ରିମ ଭ୍ରୁଣ କେନ୍ଦ୍ର… ଯାହା ଦ୍ଵାରା କୃତ୍ରିମ ଉପାୟରେ ଜନ୍ମ ନେବେ ଶିଶୁ! ତେବେ ଏହା କେମିତି ସମ୍ଭବ ଦେଖନ୍ତୁ Video

ବନ୍ଧୁଗଣ ମାତୃତ୍ଵ ନାରୀକୁ ପୂର୍ଣ୍ଣତା ଦେଇଥାଏ । ମାତୃତ୍ଵ ଲାଭ କରିବା ଜଣେ ମହିଳା ପାଇଁ ଯେତିକି ଆନନ୍ଦଦାୟକ ସେତିକି ଯନ୍ତ୍ରଣା ଦାୟକ ମଧ୍ୟ । ଗର୍ଭ ଧାରଣ କରିବା ଠାରୁ ଆରମ୍ଭ କରି ପ୍ରସବ ଯାଏଁ ଜଣେ ନାରୀ ଅନେକ କଷ୍ଟ ସାହିଥାଏ । ତେଣୁ ଭବିଷ୍ୟତରେ ବିନା ଯନ୍ତ୍ରଣାରେ ମଣିଷ ଶିଶୁ ସୃଷ୍ଟି କରିବାର କଳ୍ପନା କରାଯାଇଛି । ଭବିଷ୍ୟତରେ ମେସିନ ମଣିଷ ସୃଷ୍ଟି କରିବ ବୋଲି ପରିକଳ୍ପନା କରା ଯାଇଛି । ଏହାର ଏକ ଭିଡିଓ ଜାରି କରିଛନ୍ତି ସାଇନ୍ସ କମିନିକେଟର ହାସେମ ଅଲ ଖେଲି ।

ଖେଲି ଙ୍କ ଭିଡିଓ ରେ ଦେଖିବାକୁ ମିଳିଛି ବିଶ୍ଵର ପ୍ରଥମ ବିଶାଳ କୃତିମ ଭ୍ରୁଣ କେନ୍ଦ୍ର । ଯେଉଁଠି ଅନେକ ଶିଶୁଙ୍କୁ ଏକାଠି ବିକସିତ କରିବାର ଦେଖାଯାଉଛି । ସେହି ଠାରେ ଅନେକ ଶିଶୁଙ୍କୁ ବିକଶିତ କରା ଯାଉଥିବାର ନଜର ଆସିଛି ସେହି ଭିଡିଓଟିରେ । ଯେଉଁ ବକ୍ସରେ ଶିଶୁଟି ସୃଷ୍ଟି ହେବ ତାହାକୁ ବାର୍ଥ ପଡ ବୋଲି କୁହାଯାଉଛି । ଏଥିରେ ଶିଶୁର ବିକାଶ ସହ ତାହାର ଜିନରେ ପରିବର୍ତ୍ତନ କରାଯିବ ଏବଂ ଅଭିଭାବକ ଯେପରି ଶିଶୁ ଚାହିଁବେ ସେପରି ଶିଶୁ କରାଯିବ ।

ଏହି ଉପାୟ ଯଦି ଫଳପ୍ରଦ ହୁଏ ତେବେ ମହିଳାଙ୍କୁ ଆଉ ଗର୍ଭଧାରଣ କରିବା ପାଇଁ ପଡିବ ନାହିଁ କି ପ୍ରସବ ଯନ୍ତ୍ରଣା ମଧ୍ୟ ଭୋଗିବାକୁ ପଡିବ ନାହିଁ । ଏହା ସହିତ ନିଜ ଇଚ୍ଛା ମୁତାବକ ଶିଶୁ ପାଇ ହେବ । ଭବିଷ୍ୟତରେ ମେସିନରେ ମଣିଷ ସୃଷ୍ଟି ହେବା ଉପରେ ହସେନ ଖେଲି ଙ୍କ ଦାବୀକୁ ନେଇ ବିଭିନ୍ନ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହେଲେ ଏହା ବିଜ୍ଞାନର ଏକ ନୂଆ ପରିକଳ୍ପନା ଯାହା ଭବିଷ୍ୟତରେ ଫଳପ୍ରଦ ବା ସଫଳ ହୋଇପାରେ ବୋଲି ଖେଲି କହିଛନ୍ତି ।

ଖେଲିଙ୍କ କହିବା ଅନୁଯାୟୀ ଗୋଟିଏ ମାତ୍ର ପୁଷ ବଟନରେ ଶିଶୁ ଜନ୍ମ ଗ୍ରହଣ କରିବେ । ଗର୍ଭଧାରଣ ତ ହୋଇପାରିବ ହେଲେ ଏଥିପାଇଁ ମାଆର ଗର୍ଭ ଆବଶ୍ୟକ ପଡିବନି । ଏକ ଡବା ଭଳି ଦେଖା ଯାଉଥିବା ବାର୍ଥ ପଡରେ ଶିଶୁ ରହିବ ଏବଂ ବଢିବ ମଧ୍ୟ । ଏହାକୁ ଆରମ୍ଭରୁ ଶେଷ ଯାଏଁ ବାପା-ମା ଦେଖିପାରିବେ ।  ନିଜ ଇଚ୍ଛା ଅନୁସାରେ ବିଭିନ୍ନ ଗୁଣ ଆପଣ ଭରି ପାରିବେ । ଏହି ପ୍ରକ୍ରିୟାକୁ ଇକଟୁ ଲାଇସ କୁହାଯାଉଛି । ଏହି ପଡ ରେ କମ୍ପୁଟର ମ୍ୟାଟ୍ରିକ ସଲଗ୍ନ ହେବ ଯେଉଁଥିରେ ମଣିଷର ସବୁ ବ୍ୟବହାର ତଥ୍ୟ ରହିବ ।

ବାପା ମାଙ୍କୁ କିଭଳି ଶିଶୁ ଦରକାର ଠିକ ସେହିଭଳି ଶିଶୁ ସୃଷ୍ଟି କରାଯିବ । ଏହି ପଦ କୁ ଘରେ ମଧ୍ୟ ରଖାଯାଇ ପାରିବ । ଫଳରେ ନିଜ ଆଖି ଆଗରେ ବାପା ମା ଶିଶୁର ବିକାଶକୁ ଦେଖି ପାରିବେ । ଏହା ଏକ ଭବିଷ୍ୟତ ବିଜ୍ଞାନ କଳ୍ପନା । କାରଣ ଆଜିକାଲି ଅନେକ ମହିଳା ଅଛନ୍ତି ଯେଉଁ ମାନଙ୍କର ପାରି ପାର୍ଶ୍ଵିକ ସ୍ଥିତି ମାତୃତ୍ଵ ଲାଭ କରିବାରେ ବାଧା ସୃଷ୍ଟି କରେ ।

ଏପରି ଅନେକ ମହିଳା ସ୍ଵାସ୍ଥ୍ୟଗତ ସମସ୍ଯା କାରଣରୁ ଗର୍ଭଧାରଣ କରିପାରନ୍ତି ନାହି । ବିଜ୍ଞାନ କ୍ଷେତ୍ରରେ ଏପରି ଯୋଜନା ସେମାନଙ୍କ ପାଇଁ ବେଶ ଲାଭପ୍ରଦ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button