ମନୋରଞ୍ଜନ

ଯେତେବେଳେ ଅରୁଣ ଗୋବିଲକୁ ‘ରାମ’ଭାବି ମହିଳା ନିଜ ରୋଗୀ ଛୁଆକୁ ତାଙ୍କ ଗୋଡ ତଳେ ରଖିଦେଲେ, ତା ପରେ…

ରାମାନନ୍ଦ ସାଗରଙ୍କ ରାମାୟଣ ବିଷୟରେ ଆପଣମାନେ ସମସ୍ତେ ଜାଣିଛନ୍ତି ତେବେ ଏହି ରାମାୟଣ ଯେବେ ଠାରୁ ଆସିଥିଲା ଦର୍ଶକମାନଙ୍କ ମନ କିଣି ନେଇଥିଲା, ରାମାୟଣ ସେହି ଏତିହାସିକ ଭୋଜ ମଧ୍ୟରୁ ଗୋଟେ ଯାହା ଆଜି ବି ଦର୍ଶକଙ୍କ ମନ କିଣି ଅଛି, ରାମାନନ୍ଦ ସାଗରଙ୍କ ରାମାୟଣ ଏତେ ପ୍ରସିଦ୍ଧ ଏବଂ ପ୍ରଚଳିତ ଥିଲା ଯେ ସେହି ସମୟରେ ସମସ୍ତଙ୍କ ଘରେ ଟିବି ନଥିଲେ ମଧ୍ୟ ଲୋକ ଅନ୍ୟ ଘରେ ଯାଇ ଏହି ଶୋ ଅବଶ୍ୟ ଦେଖୁଥିଲେ । ସବୁ ଜାଗା ଶାନ୍ତ ହୋଇଯାଉଥିଲା ଏବଂ ଲୋକ ଚପଲ ଖୋଲି ଏହି ଶୋ ଦେଖୁଥିଲେ, ଯେଉଁ ସମୟରେ ଏହି ଶୋ ପ୍ରଶାରିତ ହୋଇଥିଲା ଲୋକ ଅରୁଣ ଗୋବିଲକୁ ନିଜ ଭଗବାନ ମାନି ନେଇଥିଲେ, ଏବଂ ବହୁତ ଏମିତି ଲୋକ ମଧ୍ୟ ଥିଲେ ଯିଏ ଏହା ଭଲ ଭାବରେ ଜାଣିଥିଲେ ଯେ ଅରୁଣ ଗୋବିଲ କେବଳ ରାମଙ୍କ ଅଭିନୟ କରୁଥିଲେ ସେଥିପାଇଁ ତାଙ୍କୁ ସମ୍ମାନ ଦଉଥିଲେ ।

ଗୋଟେ ଇଣ୍ଟରଭ୍ୟୁରେ ଅରୁଣ ଗୋବିଲ ସେହି ସମୟ କଥା କହିଲେ ଯେତେବେଳେ ଏହୋ ଶୋ ଶୁଟିଙ୍ଗ ହଉଥିଲା ଗୋଟେ ଦିନ ସେ ଶୁଟିଙ୍ଗ ପାଇଁ ଯାଇଥିଲେ କିନ୍ତୁ ସେଟରେ ହାଫ ପେଣ୍ଟ ଏବଂ ଶର୍ଟ ପିନ୍ଧି ବସିଥିଲେ ହଟାତ ଗୋଟେ ମହିଳା ନିଜ ରୋଗୀ ଛୁଆକୁ ତାଙ୍କ ପାଦ ତଳେ ରଖି ଦେଲା । ତେବେ ସେହି ଦିନ କଣ ହେଇଥିଲା ଆସନ୍ତୁ ବିସ୍ତାର ସହ ଜାଣିବା ହଟାତ ଗୋଟେ ଦିନ କବାଟ ପାଖରେ ବହୁତ ଷୋର ଶବ୍ଦ ସୁବିଲା ଯେତେବେଳେ ଗୋବିଲ ପଚାରିଲେ କଣ ହେଇଛି ତେବେ ଲୋକ ତାଙ୍କୁ କହିଲେ ଯେ ଗୋଟେ ମହିଳା ଅଛନ୍ତି ଯିଏ ରାମଙ୍କୁ ଖୋଜୁଅଛି, ଗୋବିଲ ଉଠିଲେ ଏବଂ କବାଟ ପାଖକୁ ଗଲେ ଏବଂ ସେହି ମହିଳା ଆସି ରାମ କାହାନ୍ତି ରାମ କାହାନ୍ତି କହି ଚିତ୍କାର କରୁଥିଲା ।

ଏହା ପରେ କୌଣସି କୃ ଲୋକ କହିଲେ ସେହି ରାମ ଅଟନ୍ତି ତେବେ ଅରୁଣ ଗୋବିଲ କହିବା ଅନୁଯାଇ ସେ ୱିଗ ଲଗେଇ ଯେମିତି ବସିଥିଲେ ତାଙ୍କୁ କେହି ଚିହ୍ନଟ କରି ପାରିଲେ ନାହିଁ, କାହିଁକିନା ୱିଗରେ ସେ ଅଲଗା ପ୍ରକାର ଦେଖା ଯାଉଥିଲେ । ଅରୁଣ ଗୋବିଲ ଏହା ପରେ କହିଲେ ସେହି ମହିଳା ବହୁତ ସମସ୍ୟାରେ ଥିଲା ସେ ଗୋଟେ ଛୁଆକୁ ନେଇଥିଲା ଯାହାକୁ ଆଣି ସେ ତାଙ୍କ ପାଦ ତଳେ ରଖିଦେଲା ଏବଂ କହିଲେ ଏହି ଛୁଆକୁ ବଞ୍ଚେଇ ଦିଅନ୍ତୁ । ଅରୁଣ ଗୋବିଲ କହିବା ଅନୁଯାଇ ଏହା ସବୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହି ଘଟଣା ପରେ ସେ ଜାଣି ପାରିଲେ ନାହିଁ ଯେ ତାଙ୍କୁ କଣ କରିବା ଉଚିତ ଓ ସେ ଲୋକଙ୍କୁ ଛୁଆକୁ ହସ୍ପିଟଲ ନେଇ ଯିବା ପାଇଁ କହିଲେ, ଯାହା ପରେ ମହିଳା କହିଲେ ଡକ୍ଟର ବଞ୍ଚେଇ ପାରିବେ ନାହିଁ ଡକ୍ଟର କହିଛନ୍ତି ଛୁଆ ଆଉ ବଞ୍ଚିବ ନାହିଁ, ତମେ ରାମ କେବଳ ତମେ ମୋ ଛୁଆକୁ ବଞ୍ଚେଇ ପାରିବ । ତେବେ କିଛି ବୁଝି ନ ପାରି ଗୋବିଲ ହାତ ଯୋଡି ଆଖି ବନ୍ଦ କରି ଭଗବାନଙ୍କୁ ଡାକିଲେ ଏବଂ ଏହି ଛୁଆ ପାଇଁ ଯାହା ହୋଇ ପାରେ କରନ୍ତୁ ବୋଲି ପ୍ରାଥନା କଲେ ଯାହା ପରେ ମହିଳା ହୁଆକୁ ନେଇ ଫେରି ଗଲା ଏବଂ ତିନି ଦିନ ପରେ ମା ଛୁଆକୁ ଫେରିଲା କିନ୍ତୁ ଏଥର ଛୁଆ ମା ହାତ ଧରି ଚାଲୁଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button