ସିନ୍ଦୁର ଡ଼ବାରେ ରଖନ୍ତୁ ଏହି ଗୋଟେ ଜିନିଷ,ସ୍ୱାମୀ ହେବେ ଧନବାନ।

ବନ୍ଧୁଗଣ ସିନ୍ଦୁରରେ ଏହି ଗୋଟିଏ ଜିନିଷ ରଖିବା ବହୁତ ଶୁଭ ଅଟେ। ତା ସହିତ ଜାଣିବା କି ପ୍ରିୟଡ଼ ସମୟରେ ସିନ୍ଦୁର ଲଗେଇବେ କି ନାହିଁ। ସିନ୍ଦୁର ପଡିବା ଦ୍ୱାରା ଆପଣଙ୍କୁ କଣ ସଂକେତ ମିଳିଥାଏ ଆଉ ଏପରି ଭୁଲ ଯାହା ପ୍ରତ୍ୟକ ମହିଳା ମଥାରେ ସିନ୍ଦୁର ଲଗେଇବା ସମୟରେ କରନ୍ତି କିନ୍ତୁ ଏହି ଭୁଲ କୁ ଆପଣ ଅଣଦେଖା କରନ୍ତୁ ନାହିଁ କାରଣ ଏହା ଆପଣଙ୍କର ପରିବାରକୁ କଷ୍ଟ ଆଣିଥାଏ। ଖାସ କରି ଆପଣଙ୍କ ସ୍ୱାମୀଙ୍କର ମୃତ୍ୟୁର କାରଣ ବନିଥାଏ। ଆଉ ଆପଣଙ୍କ ଠାରୁ ଆପଣଙ୍କ ସ୍ୱାମୀର ଦୂରତାର କାରଣ ମଧ୍ୟ ହୋଇପାରେ।
ହିନ୍ଦୁ ଧର୍ମରେ ବିବାହିତା ମହିଳାଙ୍କ ଜୀବନରେ ସିନ୍ଦୁରର ଏକ ଖାସ ମହତ୍ୱ ରହିଛି। ଆପଣ ହିନ୍ଦୁ ଧର୍ମର ସମସ୍ତ ବିବାହିତା ମହିଳାଙ୍କୁ ସିନ୍ଦୁର ଲଗାଇଉଥିବାର ଦେଖିଥିବେ। ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ସିନ୍ଦୁରକୁ ବିବାହିତା ମହିଳାଙ୍କର ସୁହାଗର ପ୍ରତୀକ ବୋଲି ମାନାଯାଏ। ବିବାହ ସମୟରେ ମଧ୍ୟ ସିନ୍ଦୁର ଦାନ କରିବାର ବିଧାନ ଅଛି। ଏହା ପରେ ହିଁ ବିବାହର ବିଧିକି ପୂର୍ଣ୍ଣ ବୋଲି ମାନାଯାଏ।
ଗୋଟେ ଥର ବିବାହ ହେବା ପରେ ସବୁ ବିବାହିତା ମହିଳାଙ୍କୁ ସିନ୍ଦୁର ଲଗାଇବା ଜରୁରୀ ଅଟେ। ବଦଳୁଥିବା ଆଜିର ଏହି ଦୁନିଆରେ କିଛି ଲୋକ ଏହି ମାନ୍ୟତାକୁ ମାନୁ ନାହାନ୍ତି। ଆଜିକାଲି କିଛି ଝିଅ ବିବାହ ପରେ ବି ବିନା ସିନ୍ଦୁରରେ ଆପଣ ଦେଖିଥୁବେ କିନ୍ତୁ ବନ୍ଧୁଗଣ ଆପଣ ଜାଣି ଏହା ଆଶ୍ଚର୍ଯ୍ୟ ହେବେ କି ହିନ୍ଦୁ ଧର୍ମରେ ବନାଯାଇଥିବା ଏହି ପରମ୍ପରାର କେବଳ ଧାର୍ମିକ ମହତ୍ୱ ନାହିଁ ବରଂ ଏହାର ସୁନ୍ଦର ଭୂମିକା ବୈଜ୍ଞାନିକ ମତରେ ମଧ୍ୟ ରହିଛି।
ଧାର୍ମିକ ମାନ୍ୟତା ଅନୁସାରେ ସିନ୍ଦୁର ଲଗେଇବାର କିଛି ନିୟମ ରହିଛି। ଯାହାର ପାଳନ କରିବା ଅନିର୍ବାଯ୍ୟ ଅଟେ। ସିନ୍ଦୁର ଲଗେଇବାର ଯାହାବି ନିୟମ କୁହାଯାଇଛି ସବୁ ବିବାହିତ ମହିଳାଙ୍କୁ ଏହି ନିୟମକୁ ବିଧି ପୂର୍ବକ ପାଳନ କରିବା ଜରୁରୀ ଅଟେ। ଅନ୍ୟଥା ଜୀବନରେ ସମସ୍ୟା ଆସିଯାଏ ଏବଂ ତାଙ୍କ ସ୍ୱାମୀଙ୍କର ଜୀବନରେ କଷ୍ଟ ଆସିଯାଏ। ଯେଉଁ ମହିଳା ସିନ୍ଦୁର ଲଗେଇବାର ନିୟମ ପାଳନ କରନ୍ତି ନାହିଁ ଏପରି ମହିଳାଙ୍କ ସ୍ୱାମୀଙ୍କୁ ଧନ ଏବଂ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଆସନ୍ତୁ ଜାଣିବା ସିନ୍ଦୁର ଲଗେଇବାର କଣ ନୀତି ସବୁ ରହିଛି। ଯାହାର ପାଳନ ପ୍ରତ୍ୟକ ମହିଳାଙ୍କୁ କରିବା ଉଚିତ।
ବିବାହିତ ମହିଳାଙ୍କୁ ସିନ୍ଦୁର ନିଜ ଟଙ୍କାରେ କିଣିକି ଲଗାଇବା ଉଚିତ। କୌଣସି ଅନ୍ୟ ଲୋକର ଟଙ୍କାରେ ସିନ୍ଦୁର ଲଗେଇବା ଠାରୁ ବଞ୍ଚିତ ରୁହନ୍ତୁ।
ପରିସ୍ଥିତି ଯାହାବି ହେଉନା କାହିଁକି ବିବାହିତ ମହିଳାଙ୍କୁ କୌଣସି ଅନ୍ୟ ମହିଳାର ସିନ୍ଦୁର ଆଣି ନିଜ ମଥାରେ ଭରିବା ଉଚିତ ନୁହେଁ। ଅନ୍ୟ ମହିଳାର ସିନ୍ଦୁର ନିଜ ମଥାରେ ଭରିବା ବହୁତ ଅଶୁଭ ହୋଇଥାଏ। ଏପରି କରୁଥିବା ମହିଳାଙ୍କ ସ୍ୱାମୀଙ୍କୁ ଧନ ସମ୍ବଦ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।
ବିବାହିତ ମହିଳାଙ୍କୁ ଉପହାରରେ ମିଳିଥିବା ସିନ୍ଦୁରକୁ ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ। କାରଣ ଶାସ୍ତ୍ର ଅନୁସାରେ ଉପହାରରେ ମିଳିଥିବା ସିନ୍ଦୁରର ବ୍ୟବହାର କରିବା ଅଶୁଭ ମାନାଯାଏ।
ସିନ୍ଦୁର ଲଗାଇ କେବେବି ସ୍ନାନ କରିବା ଉଚିତ ନୁହେଁ। ସବୁବେଳେ ସ୍ନାନ ସାରି ପୂଜାପାଠ କରି ସାରି ସିନ୍ଦୁର ଲଗାଇବା ଉଚିତ।
ସିନ୍ଦୁର ଲଗାଇବା ସମୟରେ ସବୁବେଳେ ନିଜର ସ୍ୱାମୀଙ୍କର ଲମ୍ବା ଆୟୁ ଏବଂ ସଫଳତା ବିଷୟରେ ଚିନ୍ତା କରିବା ଉଚିତ। ଯାହା ଦ୍ୱାରା ତାଙ୍କର ଭାଗ୍ୟ ଏବଂ ଶକ୍ତି ଆହୁରି ବଢିବ ଏବଂ ମଥାରେ ସିନ୍ଦୁର ଲଗାଇବା ସମୟରେ ମା ପାର୍ବତୀଙ୍କୁ ଧ୍ୟାନରେ ରଖିବା ଉଚିତ କାରଣ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ଆପଣଙ୍କୁ ମା ପାର୍ବତୀଙ୍କ ଠାରୁ ପ୍ରାପ୍ତ ହୋଇଥାଏ।
ଆପଣ ପ୍ରିୟଡସ ସମୟରେ ସିନ୍ଦୁର ଲଗାନ୍ତୁ ନାହିଁ। କାରଣ ଏହି ସମୟରେ ସିନ୍ଦୁର ଲଗାଇଲେ ସିନ୍ଦୁରର ଅପମାନ ହୋଇଥାଏ।
ସିନ୍ଦୁର ତଳେ ପଡିବା ବହୁତ ବଡ଼ ଅଶୁଭ ହୋଇଥାଏ। ଏଥିପାଇଁ ଏହାକୁ ସବୁବେଳେ ପିଲାଙ୍କ ଠାରୁ ଦୂରରେ ରଖନ୍ତୁ। ସିନ୍ଦୁର ତଳେ ପଡିଲେ ଘରକୁ ଆଶୁଭତ୍ୱ ଆସିଥାଏ।