ଓଡିଶା
ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କ ମନ୍ଦିରରେ ସପ୍ତପୁରୀ ଭୋଗ ଲାଗି
ଆନନ୍ଦପୁର – ଆନନ୍ଦପୁରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କ ମନ୍ଦିରରେ ୨୭ତାରିଖ ଶନିବାର ଦିନ ସପ୍ତପୁରୀ ଅମାବାସ୍ୟା ଉପଲକ୍ଷେ ଠାକୁରଙ୍କ ଠାରେ ସପ୍ତପୁରୀ କାକରା ଭୋଗ ଲାଗି କରାଯାଇଛି । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଠାରେ ରୀତିନୀତି ଅନୁଯାୟୀ ସପ୍ତପୁରୀ ଭୋଗ ଲାଗି କରାଯାଇଥିବା ବେଳେ ଆନନ୍ଦପୁରର ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କ ଠାରେ ଶନିବାର ଦିନ ପୂଜକମାନେ ସପ୍ତପୁରୀ ଭୋଗ ଲାଗି କରୁଥିବା ବେଳେ ମନ୍ଦିର ସମ୍ମୁଖରେ ଗୁଡ଼ିଆମାନଙ୍କ ଦ୍ୱାରା ପ୍ରସ୍ତୁତି ବିଭିନ୍ନ ପ୍ରକାରର ସପ୍ତପୁରୀ କାକରାକୁ ଭକ୍ତମାନେ ଆଗ୍ରହ ସହ ନେଇ ଠାକୁରଙ୍କ ଠାରେ ଲାଗି କରୁଥିବାର ଦେଖାଯାଇଛି । ଏହି ଭୋଗ ନେବାପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗି ରହିଥିବାର ଦେଖାଯାଇଛି ।