ବିଚାର

ସଙ୍କଟ ସମୟ ରେ ଧନ ହିଁ ଅଟେ ସବୁଠାରୁ ବଡ ସାହାରା, ଏମିତି କରନ୍ତୁ ସଞ୍ଚୟ

ଆଚାର୍ଯ୍ୟ ଚାଣକ୍ୟଙ୍କ ଗଣନା ସର୍ବ ଶ୍ରେଷ୍ଠ ବିଦ୍ଵାନରେ ହୋଇଥାଏ, ଚାଣକ୍ୟ ବହୁତ ସବୁ ଜିନିଷ ବିଷୟରେ ବହୁତ ଗଭୀରତା ରେ ଲେଖିଛନ୍ତି ଏବଂ ଯାହା ଲେଖିଛନ୍ତି ତା ଉପରେ ବହୁତ ଅଧ୍ୟୟନ ଏବଂ ଅନୁଭବ କରିଛନ୍ତି ଯାହା ଲୋକଙ୍କୁ ବହୁତ ପ୍ରଭାବିତ କରିଥାଏ, ଚାଣକ୍ୟ ଅନୁଯାଇ ସଙ୍କଟ ସମୟରେ ଯେତେବେଳେ ସବୁ ଜିନିଷ ସାଥ ଛାଡିଥାଏ ସେତେବେଳେ ଲୋକ ଜୀବନରେ କେବଳ ଗୋଟେ ଜିନିଷ ତା ସାହାଜ୍ଯ କରିଥାଏ ।

ଚାଣକ୍ୟ କହିବା ଅନୁଯାଇ ସଙ୍କଟ ସମୟରେ ନିଜ ଓ ଅନ୍ୟ ଲୋକଙ୍କ ଚିହ୍ନଟ ହୋଇଥାଏ, କୌଣସି ପରିସ୍ଥିତି ପାଇଁ ଲୋକଙ୍କୁ ରେଡି ରହିବା ଉଚିତ, ଜୀବନରେ ଦୁଃଖ ସୁଖ ଆସିବା ଯିବା ହଉଥାଏ, ସେଥିପାଇଁ ସେହି ଲୋକ ସଫଳତା ପ୍ରାପ୍ତ କରିଥାଏ ଯିଏ ସଙ୍କଟ ସମୟରେ ସଇଅମ ଏବଂ ଧର୍ଯ୍ୟ ହରାଇ ନଥାଏ । ଚାଣକ୍ୟ ଅନୁଯାଇ ସଙ୍କଟ ସମୟରେ ଧନ ସତ ମିତ୍ର ଭୂମିକା ନିଭାଇ ଥାଏ ସେଥିପାଇଁ ଲୋକକୁ ଧନ ମୂଲ୍ୟ ବୁଝିବା ଉଚିତ ଅଟେ ଏବଂ ଏହାର ସଞ୍ଚୟ କରିବା ବହୁତ ଆବଶ୍ୟକ ଅଟେ ।

ଲୋକଙ୍କୁ ବିନା କାରଣ ଧନ ଖର୍ଚ କରିବା ଉଚିତ ନୁହ :

ଲୋକଙ୍କୁ ଧନ ପାଇଁ ବହୁତ ସତର୍କ ରହିବା ଉଚିତ, ଧନକୁ ଗୋଟେ ସାଧନ ରୂପରେ ପ୍ରୟୋଗ କରିବା ଉଚିତ ଅଟେ, ସାଧନ ଲୋକଙ୍କୁ ଆହୁରି ଭଲ କରିଥାନ୍ତି ସେଥିପାଇଁ ଏହାର ପ୍ରୟୋଗ ବହୁତ ଭାବି ଚିନ୍ତି କରିବା ଉଚିତ, ଅନାବଶ୍ୟକ ଧନ ଖର୍ଚ କରିବା ଉଚିତ ନୁହ, ଯେତେବେଳେ ଦରକାର ପଡିଥାଏ ସେହି ସମୟରେ ଉପଯୋଗ କରିବା ଉଚିତ ଅଟେ ।

ଧନ ସଞ୍ଚୟ କରିବା ଉଚିତ ଅଟେ :

ଧନ ବଞ୍ଚାଇବା ଆବଶ୍ୟକ ଅଟେ, ଲୋକଙ୍କୁ ସବୁବେଳେ ଧନ ସଞ୍ଚୟ କରିବା ବିଚାର କରିବା ଦରକାର ଅଟେ, ଯେଉଁ ଲୋକ ଧନ ସଞ୍ଚୟ କରିଥାଏ ତାଙ୍କୁ ଖରାପ ସମୟରେ ମଧ୍ୟ ଅସୁବିଧା ହୋଇ ନଥାଏ, ଖରାପ ସମୟରେ ଧନ ସତ ମିତ୍ର ହୋଇଥାଏ, ସେଥିପାଇଁ ଭବିଷ୍ୟରେ ଧନ ସଞ୍ଚୟ କରିବା ବହୁତ ଆବଶ୍ୟକ ଅଟେ ।

ଧନର ଅହଂକାର କରିବା ଉଚିତ ନୁହଁ :

ଲୋକକୁ ଧନ ପାଇଁ ଅହଂକାର କରିବା ଉଚିତ ନୁହ, ଲୋକଙ୍କୁ ନିଜ ଆବଶ୍ୟକତା ଅନୁଯାଇ ଧନ ବ୍ୟବହାର କରିବା ଉଚିତ ଅଟେ । ଧନ ଉପଯୋଗ କାହାକୁ କଷ୍ଟ ଦବା ପାଇଁ ବା କାହାକୁ ଛୋଟ ଦେଖେଇବା ପାଇଁ କରିବା ଉଚିତ ନୁହ ଏମିତି କଲେ ମାତା ଲକ୍ଷ୍ମୀ ରାଗି ଥାନ୍ତି, ଏବଂ ସଙ୍କଟ ସମୟରେ ଧନ ମଧ୍ୟ ଆପଣଙ୍କ ପାଖରେ ରୁହେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button