ଶିବପୁରାଣ ଅନୁସାରେ ମୃତ୍ୟୁ ଆସିବା ପୂର୍ବରୁ ମନୁଷ୍ୟକୁ ମିଳେ ଏହି 15 ଟି ସଙ୍କେତ, ଆପଣ ମଧ୍ୟ ଜାଣନ୍ତୁ

ଜନ୍ମ ମୃତ୍ୟୁ ଦୁନିଆର ସବୁଠୁ ବଡ ସତ୍ୟ । ଏହାକୁ କେହି ଏଆଇ ଦେଇ ପାରିବେନି । ତେବେ ସବୁବେଳେ ଲୋକେ କୁହନ୍ତି ଯଦି ମୃତ୍ୟୁ ଆସିବା ଆଗରୁ ଆମକୁ ଜଣା ପଡନ୍ତା ତେବେ ଆମେ ବହୁତ କିଛି କରିପାରନ୍ତୁ । ତେବେ ଆଜିଆମେ ଆପଣଙ୍କୁ ସେହିବିଷୟରେ କିଛି କହିବାକୁ ଯାଉଛୁ । ଶିବପୁରାଣରେ ମୃତ୍ୟୁର ସଙ୍କେତ ସମ୍ବନ୍ଧରେ କିଛି କୁହାଯାଇଛି । ଏହି ସଙ୍କେତ ଜାଣି କେହି ବି ବ୍ୟକ୍ତି ମୃତ୍ୟୁ ସମ୍ବନ୍ଧରେ ଜାଣି ପାରିବ । ଆଜି ଆମେ ଶିବପୁରାଣ ସଙ୍କେତ ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ଶିବପୁରଣ ସହିତ ଜଡିତ କେତେକ ସଙ୍କେତ ।
ସୂର୍ୟ ଓ ଚନ୍ଦ୍ର ସହିତ ଜଡିତ ସଙ୍କେତ :-
ଯଦି କୌଣସି ବ୍ୟକ୍ତି ସୂର୍ଯ୍ୟ ଓ ଚନ୍ଦ୍ର ଦେଖିବା ପରେ ବି ଦିଗ ଜାଣିପାରୁନାହାନ୍ତି ତ ସେହି ବ୍ୟକ୍ତିର ମୃତ୍ୟୁ ୬ ମାସ ଭିତରେ ହେବ ।
ରାତି ସମୟରେ ଇଂଦ୍ରଧନୁ ଦେଖିଲେ ବୁଝନ୍ତୁ କି ଆପଣଙ୍କ ଆୟୁ ଅଧିକ ନହିଁ ୬ ମାସ ପରେ ଆପଣଙ୍କ ମୃତ୍ୟୁ ହୋଇପାରେ ।
ଯେଉଁ ଲୋକ କୁ ହଠାତ ସୂର୍ଯ୍ୟ ଓ ଚନ୍ଦ୍ର କଳା ଦେଖାଯାଏ କି ସମ୍ପୂର୍ଣ ଦିଗ ଘୂରିଲା ଭଳି ଲାଗେ ସେଇ ଲୋକର ଜୀବନ ୬ ମାସରେ ଶେଷ ହୋଇଯିବ ।
ସୂର୍ଯ୍ୟ କି ଚନ୍ଦ୍ର ର ପାଖାପାଖି କଳା କି ଲାଲ ଘେର ଦେଖିଲେ ଶୁଭ ନୁହେଁ, ଏହି ରଙ୍ଗର ଘେର ଯାହାକୁ ଦେଖାଦେବ ସେଲୋକ ୧୫ ଦିନ ମଧ୍ୟରେ ମୃତ୍ୟୁ ବରଣ କରେ ।
ଶିବ ପୁରାଣ ଅନୁସାରେ ଚନ୍ଦ୍ର ଓ ତାରାକୁ ଠିକସେ ନ ଦେଖି ପାରିଲେ ବ୍ୟକ୍ତିର ମୃତ୍ୟୁ ୧ ମାସରେ ହୋଇପାରେ ।
ଯେଉଁ ବ୍ୟକ୍ତିକୁ ଧ୍ରୁବ ତରା ଓ ସପ୍ତର୍ଷି ତାରା ଠିକ ସେ ଦେଖା ନ ଯାଏ ତାରା ମୃତ୍ୟୁ ୬ ମାସ ମଧ୍ୟରେ ହୋଇପାରେ ।
ଶରୀର ସମ୍ବନ୍ଧିତ ସଂକେତ:-
ଶିବପୁରଣା ଅନୁସାରେ ଶରୀରରେ ଧଳାକି ହଳଦିଆ ପଡିବାର ଅର୍ଥ ବ୍ୟକ୍ତିର ମୃତ୍ୟୁ ହୋଇପାରେ, ସେହିଭଳି ଶରୀରରେ ଲାଲ ଚିହ୍ନ ଦେଖାଗଲେ ବି ମୃତ୍ୟୁର ସଙ୍କେତ ମନାଯାଏ ।
ମୁହଁ ,କାନ, ଆଖି ଓ ଜିଭ ଯଦି ଠିକ ଭାବେ କାମ ନ କରେ ତ ଏହାର ଅର୍ଥ ୬ ମାସରେ ସେହି ବ୍ୟକ୍ତି ଏହି ଦୁନିଆରୁ ବିଦାୟ ନେଇ ପାରେ ।
ଆଖି ଆଗରେ ଅନ୍ଧାର ବାର ବାର ଦେଖାଗଲେ, ବୁଝି ନିଅନ୍ତୁ କି ଆପଣଙ୍କ ପାଖରେ ଆଉ କିଛି ସମୟ ହିଁ ଅଛି ।
ବାମ ହାତ ଲଗାତାର ଏକ ସପ୍ତାହ ପର୍ଯ୍ୟନ୍ତ ଡେଇଁବା ଓ ତାଳୁ ସୁଖିବା ଶୁଭ ନୁହେଁ ଓ ଶିବ ପୁରାଣ ଅନୁସାରେ ଏହାସବୁ ହେବାର ଲକ୍ଷଣ ଏହା ସୂଚନା ଦିଏ କି ବ୍ୟକ୍ତିର ମୃତ୍ୟୁ ୧ ମାସରେ ହୋଇପାରେ ।
ମୃତ୍ୟୁ ଆସିବାର ଅନ୍ୟ ସଂକେତ:-
କୌଣସି ବ୍ୟକ୍ତିର ଯଦି ପାଣି, ତେଲ, ଘିଅ ଓ ଦର୍ପଣରେ ଯଦି ଛାଇ ଦେଖାଯାଉ ନହିଁ ତ ସେହି ବ୍ଯକ୍ତିର ଜଲ୍ଦି ମୃତ୍ୟୁ ହେବ ।
ଯଦି ଛାଇ ବୀନା ମୁଣ୍ଡରେ ଦେଖାଯାଉଛି ତ,ମୃତ୍ୟୁର ସଙ୍କେତ ବୋଲି ଜଣା ପଡେ ।
ନିଆଁର ଆଲୋକ ଠିକସେ ଦେଖା ନ ଗଲେ ବି ମୃତ୍ୟୁର ସଙ୍କେତ ଜଣାପଡେ ।
ନୀଳ ରଙ୍ଗର ମାଛି ବାର ବାର ଆସିବାର ଅର୍ଥ ୧ ମାସରେ ମୃତ୍ୟୁ ହୋଇପାରେ ।
ଗୀଦ୍ଧ ପକ୍ଷୀ ଓ କାଉ ପାଖା ପାଖି ଉଡିବା କି ଘେରନ୍ତି ତ ୧ ମାସ ଭିତରେ ମୃତ୍ୟୁ ହୋଇଯାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।