ଧର୍ମ

ବାସ୍ତୁ ଶାସ୍ତ୍ର: ଏହି କାରଣ ପାଇଁ ଘରେ ଉନ୍ନତି ହୋଇନଥାଏ, ମା ଲକ୍ଷ୍ମୀ ମଧ୍ୟ ସାହାଜ୍ଯ କରନ୍ତି ନାହିଁ

ମଣିଷ ଘର ସୁଖ ଶାନ୍ତି ପାଇଁ ନିଜ ତରଫରୁ ସବୁ ପ୍ରକାର ସମ୍ଭବ ପ୍ରୟାସ କରିଥାଏ, ଦିନ ରାତି ପରିଶ୍ରମ କରି ଘର ପରିବାରକୁ ଖୁସି ରଖିବା ପାଇଁ କଷ୍ଟ କରିଥାଏ କିନ୍ତୁ ଇଛା ନଥିଲେ ମଧ୍ୟ କୌଣସି ନା କୌଣସି ଅସୁବିଧା ଉତ୍ପନ ହୋଇଥାଏ, ଯାହା କାରଣରୁ ମଣିଷ ପ୍ରାୟତଃ ଚିନ୍ତାରେ ରହିଥାଏ କିନ୍ତୁ ଯେଉଁ ଘରେ ଅସୁବିଧା ହୋଇଥାଏ ସେ ଘରେ ବାସ୍ତୁ ଦୋଷ ଅବଶ୍ୟ ହୋଇଥାଏ, କୌଣସି ପ୍ରକାର ବାସ୍ତୁ ଦୋଷ ଆପଣଙ୍କ ଜୀବନରେ ଗ୍ରହଣ ପରି ଆସିଥାଏ । ବାସ୍ତୁ ଶାସ୍ତ୍ରରେ ଘର ସୁଖ ଶାନ୍ତି ପାଇଁ କେତେ ପ୍ରକାର ନିୟମ କରା ଯାଇଛି, ଯାହାର ପାଳନ କଲେ ମଣିଷ ଜୀବନ ସବୁ କଷ୍ଟ ଦୂର ହୋଇଥାଏ ଏବଂ ଗୋଟେ ସଫଳ ଜୀବନ ପ୍ରାପ୍ତ ହୋଇଥାଏ ।

Image Courtesy: Google

ତେବେ ବାସ୍ତୁ ଶାସ୍ତ୍ର ପାଳନ କଲେ ଘରେ ସକାରାତ୍ମକ ଊର୍ଜା ବାସ ହୋଇଥାଏ ଏବଂ ନକାରାତ୍ମକ ଊର୍ଜା ଦୂର ହୋଇଥାଏ, ବାସ୍ତୁ ଦୋଷ ପାଇଁ ଘର ଲୋକଙ୍କ ମନ ସବୁବେଳେ ଦୁଃଖିତ ରହିଥାଏ, ସବୁବେଳେ କିଛି ନା କିଛି ଅସୁବିଧା ସାମ୍ନାକୁ ଆସିଥାଏ, କେବଳ ଏତିକି ନୁହ ଆର୍ଥିକ ସମସ୍ଯା ମଧ୍ୟ ସାମ୍ନାକୁ ଆସିଥାଏ, ଆଜି ଆମେ ଆପାନଙ୍କୁ ବାସ୍ତୁ ଦୋଷ ଦୂର କରିବା ପାଇଁ କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ଜୀବନ ସୁଖମୟ ହବ।

Image Courtesy: Google

ଏହି ପ୍ରକାର ବାସ୍ତୁ ଦୋଷ କରନ୍ତୁ ତୁରନ୍ତ ଦୂର :

ଆର୍ଥିକ ଅସୁବିଧା ମୁଖ୍ୟ କାରଣ ବାସ୍ତୁ ଶାସ୍ତ୍ରରେ ଟ୍ୟାପରୁ ଲଗାତାର ବାହାରୁଥିବା ପାଣି ହୋଇଥାଏ, ଯଦି ଆପଣଙ୍କ ଘରେ ଏମିତିକା ଟ୍ୟାପ ଅଛି ଯାହା ବୋହୁଛି ତେବେ ଏହି କାରଣ ପାଇଁ ଆପଣଙ୍କ ଧନ ହାନି ହବ, ଏବଂ ପରିଶ୍ରମ ଟଙ୍କା ବ୍ୟର୍ଥ ଖର୍ଚ ହୋଇଯିବ ।

ଆପଣ ନିଜ ଘରେ ଉତର ପୂର୍ବ କଣରେ କୌଣସି ପ୍ରକାର କଚଡା ବା ଡଷ୍ଟବିନ ରଖନ୍ତୁ ନାହିଁ ଏହା ଦ୍ଵାରା ଆପଣଙ୍କ ଭାଗ୍ୟ ଖରାପ ହୋଇଥାଏ ।

Image Courtesy: Google

ଯଦି ସ୍ଵାମୀ ସ୍ତ୍ରୀ ରୁମରେ ଅଇନା ଅଛି ତେବେ ଏହି କଥା ପାଇଁ ସବୁବେଳେ ବାଦ ବିବାଦ ସୃଷ୍ଟି ହୋଇଥାଏ, ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ମଧ୍ୟ ଖରାପ ହୋଇଥାଏ ।

ଯଦି ଆପଣ ଅତିଥି ଘର ତିଆରି କରୁଛନ୍ତି ତେବେ ଦକ୍ଷିଣ ପୂର୍ବ ଦିଶାରେ କରନ୍ତୁ ନାହିଁ କାହିଁକିନା ଏହା ଧନ ଆଗମନ ଦିଶା ଅଟେ ଏଥିରେ କିଛି କଲେ ଧନ ଲାଭ ହୋଇନଥାଏ ।

Image Courtesy: Google

ବାସ୍ତୁ ଶାସ୍ତ୍ର ଅନୁଯାଇ କେବେ ବି ଛାତ ବା ସିଢି ଘରେ କଚଡା ରଖନ୍ତୁ ନାହିଁ, କାହିଁକିନା ଏହା ଦ୍ଵାରା ଧନ ହାନି ସାମ୍ନା କରିବାକୁ ପଡିଥାଏ ।

ବସ୍ତୁ ଶାସ୍ତ୍ର ଅନୁଯାଇ ଉତର ପଶ୍ଚିମ ଭାଗ ସବୁବେଳେ ଉଞ୍ଚା ରଖିବା ଉଚିତ ଏବଂ ଉତର ପୂର୍ବ ଦିଶା ଟିକେ ତଳ ଆଡୁଆ ରଖିବା ଉଚିତ କାହିଁକିନା ଏହା ଦ୍ଵାରା ଘରେ ପଡିଥିବା ପାଣି ବାହାରି ଯାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button