ସ୍ୱାସ୍ଥ୍ୟ

ଭୁବନେଶ୍ୱର ESI ହସ୍ପିଟାଲରେ ରୋଗୀ ପାଇବେ ସୁପର ସ୍ପେସାଲିଟି ଚିକିତ୍ସା ସେବା

ଭୁବନେଶ୍ୱର : ଭୁବନେଶ୍ୱର ଇଏସଆଇ(ESI) ହସ୍ପିଟାଲରେ ହିତାଧିକାରୀଙ୍କୁ ମିଳିବ ସୁପର ସ୍ପେସିଆଲିଟି ଚିକିତ୍ସା ସେବା । ଭୁବନେଶ୍ୱର ସ୍ଥିତ ଇଏସଆଇ ହସ୍ପିଟାଲରେ ଏଣିକି ରୋଗୀ ମାନେ ୟୁରୋଲୋଜି, କାଡିଓଲୋଜି, ନେଫ୍ରୋଲୋଜି, ଓଙ୍କୋଲୋଜି, ନ୍ୟୁରୋସର୍ଜରୀ, ଏଣ୍ଡୋକ୍ରିନୋଲୋଜି ଭଳି ଚିକିତ୍ସା ସେବା ପାଇପାରିବେ । ରାଜ୍ୟରେ ଥିବା ପ୍ରାୟ ୧୦ଲକ୍ଷ ହିତାଧିକାରୀଙ୍କୁ ମିଳିବ ଏହି ସୁବିଧା ।

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ସୁପର ସ୍ପେସିଆଲିଟି କ୍ଲିନିକ୍ ଉଦଘାଟନ କରିଛନ୍ତି । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଇଏସଆଇ ହସ୍ପିଟାଲରେ କର୍ମଚାରୀ ଅଭାବକୁ ପୂରଣ କରାଯିବା ସହ ରାଜ୍ୟରେ ଆଉ କିଛି ସ୍ଥାନରେ ଇଏସଆଇ ହସ୍ପିଟାଲ ଖୋଲିବା ଯୋଜନା ଥିବା ନେଇ କହିଛନ୍ତି । ତେବେ ଏହି ଉଦଘାଟନ ଅବସରରେ ଭୁବନେଶ୍ୱର ଇଏସଆଇ ହସ୍ପିଟାଲ ଅଧିକାରୀ, ହାଇଟେକ୍ ମେଡିକାଲ୍ କଲେଜର ମାନେଜିଙ୍ଗ ଟ୍ରଷ୍ଟିଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button