ଦେଶ ବିଦେଶ

ବିରୋଧ ପ୍ରଦର୍ଶନ ଭିତରେ ଇସ୍ତଫା ଦେବାକୁ ଧମକ ଦେଲେ ମହମ୍ମଦ ୟୁନୁସ୍

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଦେଶ ଛାଡ଼ିବା ପରେ ଦେଶର ଦାୟିତ୍ବ ମୁଣ୍ଡେଇଛନ୍ତି ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସ୍। ସେ ବର୍ତ୍ତମାନ ବାଂଲାଦେଶୀ ଜନତାଙ୍କୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି।

ଗୁରୁବାର ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି) ଦ୍ୱାରା ପ୍ରତିବାଦ ଏବଂ ଗୋଟିଏ ଦିନ ପୂର୍ବରୁ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନଙ୍କ ଦ୍ୱାରା କଡ଼ା ଚେତାବନୀ ପରେ ଏପରି କହିଛନ୍ତି ୟୁନୁସ୍‌।

ସରକାରୀ ବିଭାଗ ଏବଂ ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, ଛାତ୍ର ନେତାମାନେ ଏହି ସମୟରେ ଢାକାରେ ପ୍ରତିବାଦ ଆରମ୍ଭ କରିଛନ୍ତି। ସେନା କ୍ୟାଣ୍ଟନମେଣ୍ଟକୁ ମାର୍ଚ୍ଚ କରିବା ପାଇଁ ଯୁବକ ଏବଂ ଇସଲାମବାଦୀମାନଙ୍କୁ ଏକତ୍ର କରୁଛନ୍ତି।

ୟୁନୁସଙ୍କ ଇସ୍ତଫାକୁ ନେଇ ଏବେ ଚର୍ଚ୍ଚା ଚାଲିଥିବା ବେଳେ ସେ କହିଛନ୍ତି କି ଯଦି ସବୁ ପକ୍ଷରୁ ସମର୍ଥନ ନମିଳେ ତେବେ ମୁଁ ଇସ୍ତଫା ଦେଇଦେବି। ନିର୍ବାଚନ ଯେତେବେଳେ ବି ହୁଏ; ବାଂଲାଦେଶର ଶୀର୍ଷ‌ ନେତା ଭାବେ ୟୁନୁସଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ।

ଚାକିରି ସଂରକ୍ଷଣ ବିରୋଧରେ ଛାତ୍ରମାନଙ୍କ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନ ଶେଖ ହସିନା ବିରୋଧୀ ଆନ୍ଦୋଳନରେ ପରିଣତ ହେବା ପରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୫, ୨୦୨୪ରେ ଢାକା ଛାଡି ପଳାଇବାକୁ ବାଧ୍ୟ‌ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button