୪୨ ବର୍ଷର ଏହି ଗୟାକ ଓ ସଙ୍ଗୀତ ନିର୍ଦେଶକଙ୍କର ହେଲା ପରଲୋକ, ଶୋକରେ ସାରା ବଲୀଉଡ

ଗୀତ କମ୍ପୋଜର ୱାଜିଦ ଖାନ ବହୁତ ଭଲ ଭଲ ଗୀତ କମ୍ପୋଜ କରିଥିଲେ ଏବଂ ବହୁତ ଭଲ ଗୀତକାର ଥିଲେ ଆଜି ସୋମବାର ସକାଳେ ମୁମ୍ବାଇ ଗୋଟେ ହସ୍ପିଟଲରେ ନିଜ ଅନ୍ତିମ ନିଶ୍ଵାସ ନେଇଥିଲେ, ତେବେ ଖବର ଅନୁଯାଇ ବାଜିଦ ଖାନଙ୍କ ମୃତ୍ୟୁ କିଡନି ଇନଫେକସନ ଦ୍ଵାରା ହୋଇଛି, ବାଜିଦଙ୍କ ବୟସ କେବଳ ୪୨ଥିଲା, ସମସ୍ତଙ୍କୁ ତାଙ୍କ ନିଧନ ଦ୍ଵାରା କଷ୍ଟ ହୋଇଛି, ବାଜିଦ ଖାନ ନିଜ ପେପି ବଲୀଉଡ ନଂ ପାଇଁ ବହୁତ ପ୍ରସିଦ୍ଧ ହୋଇଥିଲେ ତେବେ ଏହା ସେ ନିଜ ଭାଇ ସାଜିଦ ସହ ମିଶି କରିଥିଲେ ।

ଏହି ଖବର ପାଇଲା ପରେ ସବୁ ଅଭିନେତା ଅଭିନେତ୍ରୀ ଟ୍ବିଟର ଉପରେ ନିଜ ଦୁଃଖ ପ୍ରକଟ କରିଛନ୍ତି, ତେବେ ଅମିତାବ ବଚନ, ପ୍ରିୟଙ୍କା ଚୋପଡା, ପରିନିତି ଚୋପଡା, କାରନ ଜୋହାର, ବରୁନ ଧବନ, ପ୍ରିତି ଜିନ୍ଟା ଏବଂ ବହୁତ ସେଲିବ୍ରେଟି ବାଜିଦଙ୍କ ନିଧନ ଉପରେ ବହୁତ ଆଶ୍ଚର୍ଯ୍ୟ ଏବଂ ଦୁଃଖ ପ୍ରକଟ କରିଛନ୍ତି ।

ଅମିତାବ ବଚନ କହିଛନ୍ତି, ଆଶ୍ଚର୍ଯ୍ୟ ଲାଗୁଛି ଯେ ବାଜିଦ ଖାନ ଏବେ ଆମ ମଧ୍ୟରେ ନାହାନ୍ତି, ତେବେ ତାଙ୍କ ଆତ୍ମାକୁ ଶାନ୍ତି ପ୍ରାପ୍ତ ହେଉ, ବହୁତ ଟ୍ୟାଲେନଟେଡ ଥିଲେ ବାଜିଦ ତାଙ୍କ ଭଳି କମ୍ପୋଜର ଏବଂ ଗୀତକାର ବହୁତ କମ ଲୋକ ଅଛନ୍ତି । ଏହା ପରେ ପ୍ରିୟାଙ୍କା ଚୋପଡା ଟ୍ବିଟ କରିଥିଲେ, “ଏହା ବହୁତ ଭୟଙ୍କର ଖବର ଅଟେ, ଏତେ ଭଲ ମଣିଷ ଏତେ ଶୀଘ୍ର ପଳେଇବେ ଏହା ସତ ବୋଲି ଲାଗୁ ନାହିଁ କିନ୍ତୁ ମୁଁ ବାଜିଦ ଭାଇଙ୍କ ହସ କେବେ ଭୁଲି ପାରିବି ନାହିଁ, ବହୁତ ଖୁସି ରହୁଥିଲେ କେବେ ମୂହ ସୁଖେଇ ବସିବାର ଆମେ ଦେଖି ନଥିଲୁ, ଆମେ ତାଙ୍କ ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରୁଛୁ ।”

ସମସ୍ତେ ତାଙ୍କ ପରିବାରକୁ ସାହସପ୍ରଦାନ କରିବା ପାଇଁ ଭଗବାନକୁ ପ୍ରାର୍ଥନା କରୁଛନ୍ତି ଯାହା ଦ୍ଵାରା ତାଙ୍କ ଘର ପରିବାର ଲୋକ ଏହି ଦୁଃଖ ସହିବାର ଶକ୍ତି ପାଇ ପାରନ୍ତୁ । କାରଣ ଜୋହାର ଟ୍ବିଟ କରିଥିଲେ, ବାଜିଦ ଖାନ ଆପଣଙ୍କ ଗୀତ ସବୁବେଳେ ଜୀବିତ ରହିବ ଏବଂ ଆମେ ସମସ୍ତେ ଏତେ ଶୀଘ୍ର ଆପଣଙ୍କୁ ହେରେଇ ବହୁତ ଦୁଃଖିତ ଅଛୁ ତେବେ ଆପଣଙ୍କ ଆତ୍ମାକୁ ଶାନ୍ତି ପ୍ରାପ୍ତ ହେଉ ଏବଂ ଦିନେ ଆମେ ବି ସେହି ଜାଗାରେ ଆପଣଙ୍କୁ ଦେଖେ କରିବା ପାଇଁ ଆସିବୁ ।
ବରୁନ ଧବନ ଟ୍ବିଟ କରିଥିଲେ – ମୁଁ ବାଜିଦ ଭାଇକୁ ସବୁବେଳେ ଭାଇ କହୁଥିଲୁ କାହିଁକିନା ମୁଁ ମାନୁଥିଲି ସେ ଅନ୍ୟ ମା ଦ୍ଵାରା ମୋ ନିଜ ଭାଇ ପଋଥିଲେ, ଏତେ ଟ୍ୟାଲେନଟେଡ ହେଲା ପରେ ମଧ୍ୟ ତାଙ୍କ ମନରେ କେବେ ଘମଣ୍ଡ ନଥିଲା ଏବଂ ସେ ସମସ୍ତଙ୍କ ସହ ବହୁତ ଭଲ ବ୍ୟବହାର କରୁଥିଲେ, ଏତେ ଶୀଘ୍ର ତାଙ୍କ ନିଧନ ଦ୍ଵାରା ବହୁତ ଦୁଃଖ ଅନୁଭବ ହେଉଛି, ତେବେ ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।