ସ୍ଵାମୀ ସ୍ତ୍ରୀ ଜବରଦସ୍ତ ନାଚ ଯୋଡି ହେଲା ଭାଇରାଲ, ସୋଶିଅଲ ମିଡିଆରେ ଲଗେଇଲା ନିଆ

ଏମିତି କୁହା ଯାଇଥାଏ ଯେ ଭଗବାନ ସବୁ ମଣିଷଙ୍କୁ କିଛି ନା କିଛି ବିଶେଷ ଗୁଣ ଦେଇ ଥାନ୍ତି କେବଳ ଏହାକୁ ଚିହ୍ନିବାକୁ ପଡିଥାଏ, ତେବେ ଏହି ଗୁଣ ଆପଣଙ୍କୁ ନଦେଖା ଗଲେ ମଧ୍ୟ ଅନ୍ୟ ଲୋକଙ୍କୁ ଦେଖା ଯାଏ, ଟ୍ୟାଲେଣ୍ଟ ଏମିତି ଗୋଟେ ଜିନିଷ ଭଗବାନ ମଣିଷକୁ ଦେଇଛନ୍ତି ଯାହା କେବେ ଲୁଚିକି ରହିବ ନାହିଁ, ଦିନେ ନା ଦିନେ ସମସ୍ତଙ୍କ ସାମ୍ନାକୁ ଆସିଥାଏ । ତେବେ ଧନୀ ହୁଅନ୍ତୁ ବା ଗରିବ ଭଗବାନ ସମସ୍ତଙ୍କୁ ଟ୍ୟାଲେଣ୍ଟ ବୋଲି ଜିନିଷ ଦେଇଥାନ୍ତି, ଏହି ଟ୍ୟାଲେଣ୍ଟ ସାହାଜ୍ଯରେ ପୁରା ଦୁନିଆରେ ଲୋକ ମାନ ସମ୍ମାନ ଏବଂ ନା ପାଇଥାନ୍ତି ।
ଆଜି ଆମେ ଆପଣଙ୍କୁ ଗୋଟେ ସାମାନ୍ଯ ସ୍ଵାମୀ ସ୍ତ୍ରୀ ଯୋଡି ଭିଡିଓ ଦେଖେଇବୁ ଯାହା ଦେଖି ଆପଣଙ୍କ ମନ ମଧ୍ୟ ଖୁସି ହୋଇଯିବ, ଦୁହିଙ୍କ ପାଖରେ ଟ୍ୟାଲେଣ୍ଟ ଅଛି ଏବଂ ଦୁହିଙ୍କ ସମ୍ପର୍କ କେତେ ଗଭୀର ତାହା ମଧ୍ୟ ଆପଣ ଏହି ନାଚରେ ଦେଖିବାକୁ ପାଇବେ, ଆମେ ଆପଣଙ୍କୁ ସ୍ଵାମୀ ସ୍ତ୍ରୀ ନାଚ ଭାଇରାଲ ଭିଡିଓ ବିଷୟରେ କିଛି କହିବାକୁ ଯାଉଛୁ, ତେବେ ଏହି ଭାଇରାଲ ଭିଡିଓ ଭାରତୀୟ ବନ ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ବିଟର ଏକାଉଣ୍ଟ ରେ ଶେୟର କରିଥିଲେ ।
ଏହି ସୁନ୍ଦର ସ୍ଵାମୀ ସ୍ତ୍ରୀ ଯୋଡି ଏହି ଭାଇରାଲ ଭିଡିଓ ରେ ବହୁତ ପ୍ରସିଦ୍ଧ ଚଳଚିତ୍ର ‘ମୁଦ୍ଦତ’ ଗୀତା – “ପ୍ୟାର ହମାରା ଅମର ରହେଗା, ୟାଦ କରେଗା ଯହାଁ” ଏହି ଗୀତାରେ ନାଚିଥିଲେ । ଏହି ଭିଡିଓରେ ନାଚିଲା ବେଳେ ସ୍ଵାମୀ ସ୍ତ୍ରୀ ଦୁହିଙ୍କ ମୁଖରେ ଯେଉଁ ହସ ଅଛି ଲୋକ ଏହାକୁ ଦେଖିତ ମୋହିତ ହୋଇଯାଇଛନ୍ତି । ଭାରତୀୟ ବନ ଅଧିକାରୀ ସୁଶାନ୍ତ ନନ୍ଦା ଏହି ଭିଡିଓ ଶେୟର କରିବା ସହ ଲେଖିଥିଲେ – ଏହା ଭଲ ପାଇବା ଅଟେ, ଆମେ ପ୍ରାୟତଃ ଏହି ଅମୂଲ୍ୟ ଖୁସିକୁ ବଡ ସୁଖ ଅପେକ୍ଷାରେ ଦେଖି ପାରୁ ନାହିଁ ।

ସୋଶିଅଲ ମିଡିଆରେ ସ୍ଵାମୀ ସ୍ତ୍ରୀ ଏହି ନାଚ ଲୋକଙ୍କ ଦ୍ଵାରା ବହୁତ ପସନ୍ଦ କରା ଯାଇଛି ଏବଂ ଏହି ଭିଡିଓ କିଛି ଘଣ୍ଟାରେ ବହୁତ ଭାଇରାଲ ହୋଇଛି, ଆପଣ ମଧ୍ୟ ଏହାକୁ ଦେଖନ୍ତୁ ଏବଂ ସେହି ଭଲ ପାଇବା ଅନୁଭବ କରନ୍ତୁ ଯାହା ଆଜିକା ସମୟରେ ପ୍ରାୟତଃ ହଜି ଯାଇଛି, କିଛି ଘଣ୍ଟା ଭିତରେ ଏହି ଭିଡିଓ ୯୦୦୦ ଠାରୁ ଅଧିକ ଭ୍ୟୁ ହୋଇଛି, ଏବଂ ଏହି ଭିଡିଓକୁ ଲୋକ ଲଗାତାର ଲାଇକ ଏବଂ ଋଟ୍ବିଟ କରୁଛନ୍ତି, ଲୋକ କମେଣ୍ଟ ଦ୍ଵାରା ନାଚ ପ୍ରଶଂସା କରୁଛନ୍ତି ଏବଂ ସତ ଭଲପାଇବା ଦେଖିବାକୁ କମ ମିଳିଥାଏ ବୋଲି ମଧ୍ୟ ବହୁତ ୟୁଜର ଲେଖି ଟ୍ବିଟ କରିଛନ୍ତି ।



