ଆଦିପୁରୁଷ ପାଇଁ ଖର୍ଚ୍ଚ ହୋଇଥିବା ୬୦୦କୋଟି ବୈଜ୍ଞାନିକମାନଙ୍କୁ ଦେବାର ଥିଲା – Utkal Mail
ମୁମ୍ବାଇ: ଭାରତର ‘ଚନ୍ଦ୍ରଯାନ-୩’ ବୁଧବାର ଚନ୍ଦ୍ରର ଦକ୍ଷିଣମେରୁରେ ସଫଳଭାବେ ଅବତରଣ କରିଛି। ଏହାଫଳରେ ଆମେରିକା, ଚୀନ୍ ଏବଂ ପୂର୍ବତନ ସୋଭିଏତ୍ ୟୁନିୟନ ପରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ଚତୁର୍ଥ ଦେଶରେ ପରିଣତ ହୋଇଛି। କିନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଏହା ହେଉଛି ବିଶ୍ବର ପ୍ରଥମ ଦେଶ। ଏହି ମିଶନ ପାଇଁ ପ୍ରାୟ ୬୧୫କୋଟି ଖର୍ଚ୍ଚ ହୋଇଥିବା ବେଳେ ଏବେ ଏହା କୋଟି କୋଟି ଭାରତୀୟଙ୍କୁ ଗର୍ବିତ କରିଛି।
‘ଚନ୍ଦ୍ରଯାନ-୩’ ସଫଳ ହେବା ପରେ ଏବେ ପ୍ରଭାସ ଟ୍ରୋଲ ହେଉଥିବା ଦେଖାଯାଇଛି। କିଛି ମାସ ତଳେ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହୋଇଥିଲା। ଏଥିରେ ସେ ପ୍ରଭୁ ରାଘବଙ୍କ ଭୂମିକାରେ ନଜର ଆସିଥିଲେ। ଫିଲ୍ମର ସୁଟିଂରେ ୬୦୦କୋଟି ଖର୍ଚ୍ଚ ହୋଇଥିବା ବେଳେ ବକ୍ସ ଅଫିସରେ ଏହା ଭଲ ବ୍ୟବସାୟ କରିପାରିନଥିଲା। ଫିଲ୍ମର ଟିଜର ରିଲିଜଠାରୁ ହିଁ ପୂରା କାଷ୍ଟକୁ ଲୋକେ ଟ୍ରୋଲ କରିଥିଲେ। ମାସେ ପର୍ଯ୍ୟନ୍ତ ଫିଲ୍ମକୁ ଟ୍ରୋଲ କରାଯାଉଥିବା ବେଳେ ଲୋକେ ଥଣ୍ଡା ପଡ଼ିଥିଲେ। ହେଲେ ଏବେ ‘ଚନ୍ଦ୍ରଯାନ-୩’ ମିଶନ ସଫଳ ହେବା ପରେ ପୁଣି ଥରେ ଟ୍ରୋଲ ହୋଇଛି ଆଦିପୁରୁଷ। ୬୦୦କୋଟି ଖର୍ଚ୍ଚ କରି ନିର୍ମାଣ ହୋଇଥିବା ଫିଲ୍ମ ଓ ‘ଚନ୍ଦ୍ରଯାନ-୩’ କିଭଳି କାମ କଲା, ଲୋକେ ତାହା ତୁଳନା କରିବାରେ ଲାଗିଛନ୍ତି।
ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଆଦିପୁରୁଷ ପାଇଁ ଖର୍ଚ୍ଚ ହୋଇଥିବା ୬୦୦କୋଟି ବୈଜ୍ଞାନିକମାନଙ୍କୁ ଦେବାର ଥିଲା। ଅନ୍ୟ ଜଣେ ଲେଖିଛନ୍ତି, ସୁପରଷ୍ଟାରମାନଙ୍କୁ ନୁହେଁ ବୈଜ୍ଞାନିକମାନଙ୍କୁ ସୁରକ୍ଷା ଦିଆଯାଉ।