ମନୋରଞ୍ଜନ

N ଅକ୍ଷର ନାମ ଥିବା ବ୍ୟକ୍ତି : ଜାଣନ୍ତୁ ଏମାନଙ୍କର ସ୍ଵଭାବ, ଗୁଣ, ଚରିତ୍ର ବିଷୟରେ –

ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର N ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସାମାନ୍ୟ ରୂପରେ ଦେଖିବାକୁ ଗୋରା, ପତଳା ଦେଖିବାକୁ ହୋଇଥାନ୍ତି। ଏମାନେ କୋମଳ ହୃଦୟର ହୋଇଥାନ୍ତି।

ଭାରତର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମ, ଜନ୍ମ ସମୟ ଓ ଜନ୍ମ ସ୍ଥାନକୁ ଆଧାର କରି ଶିଶୁର କୁଣ୍ଡଳୀ ପ୍ରସ୍ତୁତ କରାଯାଇଥାଏ। ଏହି କୁଣ୍ଡଳୀକୁ ଆଧାର କରି ବ୍ୟକ୍ତିର ସ୍ଵଭାବ, ଭବିଷ୍ୟତ, ଚାଲିଚଳନ ବିଷୟରେ ଜାଣି ହୋଇଥାଏ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ସ୍ଵଭାବ , ଚରିତ୍ର ବିଷୟରେ ଜଣା ପଡ଼ିଥାଏ। ତେବେ ଆଜି ଆମେ ଆପଣଙ୍କୁ ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର N ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କ ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ।

ଏମାନେ ସର୍ବଦା ନିଜ ଦୁନିଆରେ ରହିଥାନ୍ତି :-

N ନାମ ଥିବା ଲୋକେ ସର୍ବଦା ନିଜ ଦୁନିଆରେ ରହିବାକୁ ପସନ୍ଦ କରିଥାନ୍ତି। ଏମାନଙ୍କୁ ନିଜ ଉପରେ ଅଧିକ ଭରସା ରହିଥାଏ। ଏମାନଙ୍କର କୌଣସି ବସ୍ତୁ ଉପରେ ଶୀଘ୍ର ମନ ଭରି ଯାଇଥାଏ। ଏମାନଙ୍କୁ ନିଜ ଜୀବନରେ ଅନ୍ୟମାନଙ୍କର ହସ୍ତକ୍ଷେପ ପସନ୍ଦ ହୋଇ ନଥାଏ। ଏହାସହିତ ଏହି ନାମ ବିଶିଷ୍ଟ ଲୋକେ ଅଳ୍ପ ପରିଶ୍ରମର ସବୁକିଛି ହାସଲ କରିବାକୁ ଚାହିଁ ଥାଆନ୍ତି। ଏମାନଙ୍କୁ ନିଜ ପ୍ରଶଂସା ଶୁଣିବାକୁ ବହୁତ ଭଲ ଲାଗିଥାଏ।

କ୍ୟାରିୟରରେ କଠିନ ପରିଶ୍ରମ କରିଥାନ୍ତି :-

N ନାମ ବିଶିଷ୍ଟ ଲୋକେ ନିଜ କ୍ୟାରିୟରକୁ ନେଇ ବହୁତ ସତର୍କ ରହିଥାନ୍ତି। ଏମାନଙ୍କୁ ସୁବିଧାରେ କିଛି ମିଳେ ନାହିଁ। ନିଜ କ୍ୟାରିୟରକୁ ସୁଦୃଢ କରିବା ପାଇଁ ଏମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ପ୍ରେମ ମାମଲାରେ ଏମାନେ ବହୁତ ଭଲ ହୋଇଥାନ୍ତି। କାରଣ ଏମାନେ ସମ୍ପର୍କକୁ ଅଧିକ ଗୁରୁତ୍ଵ ଦେଇ ଥାଆନ୍ତି। ଏମାନେ ନିଜ ପାର୍ଟନର ପ୍ରତି ସର୍ବଦା ବିଶ୍ଵସ୍ତ ଓ ସଚ୍ଚୋଟ ହୋଇଥାନ୍ତି। ଏହାସହିତ ଏମାନେ ନିଜ ଆଶା ପୂରଣ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।

ଦେଖିବାକୁ ହୋଇଥାନ୍ତି ସୁନ୍ଦର :-

N ଅକ୍ଷର ବିଶିଷ୍ଟ ଲୋକେ ଶାରୀରିକ ଓ ମାନସିକ ରୂପରେ ସୁଦୃଢ ରହିଥାନ୍ତି। ଏମାନଙ୍କର ଆଖି ବହୁତ ଆକର୍ଷକ ହୋଇଥାଏ। କିନ୍ତୁ ଏମାନେ ବହୁତ ସ୍ୱାର୍ଥପର ବ୍ୟକ୍ତି ହୋଇଥାନ୍ତି। ନିଜ କାର୍ଯ୍ୟ ହାସଲ କରିବା ପାଇଁ ଏମାନେ ଅନ୍ୟକୁ ମଧ୍ୟ ଦୁଃଖ ଦେବାକୁ ପଛାନ୍ତି ନାହିଁ। କହିବାକୁ ଗଲେ ଏହି ନାମର ଲୋକେ ଖୁବ୍ ଶୀଘ୍ର ଅନ୍ୟମାନଙ୍କ ସହିତ ମିଶି ଯାଇଥାନ୍ତି। ଏମାନଙ୍କୁ ନିଜ ଦାମୀ ଜିନିଷପତ୍ର ଅନ୍ୟମାନଙ୍କୁ ଦେଖେଇବା ପାଇଁ ଭଲ ଲାଗିଥାଏ, ଯେପରି ଲୋକେ ଏମାନଙ୍କୁ ପ୍ରଶଂସା କରନ୍ତୁ। ଅର୍ଥାତ୍ ପ୍ରଦର୍ଶନ କରିବା ଗୁଣ ଏମାନଙ୍କ ମଧ୍ୟରେ ଭରି ରହିଥାଏ। କିନ୍ତୁ ଏମାନେ ପଶୁପକ୍ଷୀ ମାନଙ୍କୁ ବହୁତ ପସନ୍ଦ କରିଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button