ଦେଶ ବିଦେଶ

ବାଜପେୟୀଙ୍କ ନେତୃତ୍ବରେ ଭାରତ ଖୁବ୍‌ ଉପକୃତ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ – Utkal Mail


ନୂଆଦିଲ୍ଲୀ: ବାଜପେୟୀଙ୍କ ନେତୃତ୍ବରେ ଭାରତ ଖୁବ୍‌ ଉପକୃତ ହୋଇଛି ବୋଲି ଆଜି ‘ବିଜେପି’ ନେତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି।

ଆଜି ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସ୍ମାରକୀସ୍ଥଳ ‘ସଦୈବ ଅଟଳ’ରେ ଆୟୋଜିତ ପ୍ରାର୍ଥନା ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ କେନ୍ଦ୍ର କ୍ୟାବିନେଟ୍‌ର ଅନେକ ମନ୍ତ୍ରୀ ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇଥିଲେ।

ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ ମ‌ୋଦୀ କହିଲେ, ଭାରତର ଅଗ୍ରଗତିକୁ ପ୍ରୋତ୍ସାହିତ କରି ବ୍ୟାପକ କ୍ଷେତ୍ରରେ ଦେଶକୁ ଏକବିଂଶ ଶତାବ୍ଦୀକୁ ଘେନିଯିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

Image Courtesy of The Tribune India

ଅତୁଳନୀୟ ଅଟଳଜୀଙ୍କ ପୂଣ୍ୟତିଥିରେ ଭାରତର ୧୪୦ କୋଟି ଜନତାଙ୍କ ସହିତ ମିଶି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

ଉଲ୍ଲେଖଯୋଗ୍ୟ, ୧୯୨୪ରେ ଗ୍ବାଲିୟର୍‌ରେ ଜନ୍ମିତ ବାଜପେୟୀ ୧୯୯୬ ମେ’ ୧୬ରୁ ୧୯୯୬ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଓ ପୁଣି ୧୯୯୮ ମାର୍ଚ ୧୯ରୁ ୨୦୦୪ ମେ ୨୨ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାଛଡ଼ା, ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋରାର୍‌ଜୀ ଦେଶାଇଙ୍କ କ୍ୟାବିନେଟ୍‌ରେ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ।

୯୩ ବର୍ଷ ବୟସରେ ୨୦୧୮ ଅଗଷ୍ଟ ୧୬ରେ ଦିଲ୍ଲୀର ‘ଏମ୍‌ସ୍‌ ହସ୍ପିଟାଲ୍‌’ରେ ତାଙ୍କର ଦେହାନ୍ତ ହୋଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button