ଓଡିଶା

ପାକିସ୍ତାନ ହାଇ କମିଶନରେ ଚାଲିଛି ଗୁପ୍ତଚରଙ୍କ ନିଯୁକ୍ତି !

ଜ୍ୟୋତି ମାଲହୋତ୍ରା ଗିରଫ ହେବା ପରେ ପ୍ରାୟ ୧୫ ଜଣ ଗୁପ୍ତଚର ଭାରତ ବିରୋଧୀ କାର୍ଯ୍ୟ କରି ଗିରଫ ହୋଇଛନ୍ତି । ପାକିସ୍ତାନ ହାଇ କମିଶନରେ କାର୍ଯ୍ୟ କରୁଥିବା ଆଇଏସଆଇ ଏଜେଣ୍ଟମାନେ, ଜ୍ୟୋତି ଭଳି କିଛି ଦେଶଦ୍ରୋହୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗୁପ୍ତଚର ବୃତ୍ତି ଓ ଦେଶଦ୍ରୋହୀ କାମରେ ଲିପ୍ତ କରାଉଥିବା ଜଣାପଡ଼ିଛି । ଜ୍ୟୋତି, ଗଜାଲ, ଦେବିନ୍ଦର, କରମବୀର ସହ ଆହୁରି ଅନେକ ଦେଶଦ୍ରୋହୀ ପାକିସ୍ତାନ ପାଇଁ କରୁଥିଲେ ଗୁପ୍ତଚର ବୃତ୍ତି ।

ପାକିସ୍ତାନ ଏହି ହୀନ କାର୍ଯ୍ୟ ପାଇଁ ଦିଲ୍ଲୀ ସ୍ଥିତ ତାର ହାଇ କମିସନ ଅଫିସକୁ ବ୍ୟବହାର କରୁଥିବା ସୂଚନା ମିଳିଛି । ଯାହା ଜଣା ପଡୁଛି ପାକିସ୍ତାନ ତାର ଦିଲ୍ଲୀ ସ୍ଥିତ ଉଚ୍ଚ ଆୟୋଗ ଅଫିସକୁ ISI ପାଇଁ ଗୁପ୍ତଚର ନିଯୁକ୍ତି କେନ୍ଦ୍ର ଭାବେ ବ୍ୟବହାର କରୁଛି ବୋଲି କୁହାଯାଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button