ଜୀବନଶୈଳୀ

ଏହି ପିଲାଟି ରେଲୱେ ଷ୍ଟେସନରେ ହଜିଗଲା, ୨୫ ବର୍ଷ ପରେ ଯେତେବେଳେ ଘରକୁ ଫେରିଲା ତ ହେଲା କିଛି ଏମିତି

ଗୋଟେ ଚାରି ବର୍ଷ ଛୁଆ ଯାହା ନାମ ସାରୁ ଥିଲା ଯାହା ଜନ୍ମ ବହୁତ ଗରିବ ଘରେ ହୋଇଥିଲା, ତା ବଡ ଭାଇ ଗୁଡୁ ଟ୍ରେନ ଡବା ଧୋଇବା କାମ କରୁଥିଲା ଓ ମା ଅନ୍ୟ ଲୋକଙ୍କ ଘରେ ଅଲଗା ଅଲଗା ପ୍ରକାର କାମ କରି ନିଜ ପରିବାର ପେଟ ପାଳୁଥିଲେ, ହଟାତ ଗୋଟେ ଦିନ ରାତିରେ ସାରୁ ମା’କୁ କାମ ପାଇଁ କେଉଁ ଜାଗାରେ ଯିବାକୁ ପଡିଲା, ଯାହା ପରେ ସେ ଗୁଡୁକୁ ସାରୁ ପାଖରେ ଛାଡି ଯାଇଥିଲେ କିନ୍ତୁ ଗୁଡୁ କାମ ମଧ୍ୟ ରାତିରେ ଥିଲା ଯାହା ପରେ ସେ ସାରୁକୁ ଜଲ୍ଦି ଶୁଆଇ କାମ ପାଇଁ ବାହାରିଲା ହଟାତ ସାରୁ କାନ୍ଦିବା ଆରମ୍ଭ କଲା ଓ ଭାଇ ସହ ଯିବା ପାଇଁ ଜିଦି କଲା ।

Image Courtesy: Google

ଯାହା ପରେ ଗୁଡୁ ତାକୁ ନେଇ କାମକୁ ଗଲା ସାରୁକୁ ଗୁଡୁ ଗୋଟେ ବେଞ୍ଚ ଉପରେ ଶୋଇବା ପାଇଁ କହି ନିଜ କାମରେ ଲାଗି ଗଲା କିନ୍ତୁ ଏତେ ଛୋଟ ପିଲା ସାରୁ ଏପଟ ସେପଟ ବୁଲିବାକୁ ଲାଗିଲା ଓ ଥକି ଯାଇ ଗୋଟେ ଟ୍ରେନ ସିଟରେ ସୋଇ ପଡିଲା ଆର ଦିନ ସାରୁ ଆଖି ଖୋଲିଲା ପରେ ସେ ଗୋଟେ ଟ୍ରେନରେ ଥିଲା ଯାହା ଚାଲୁଥିଲା ସାରୁ ବହୁତ ଛୋଟ ଥିଲା ଓ ବୁଝି ପାରିଲାନିଯେ କଣ ହେଉଛି । ଏହା ପରେ ଟ୍ରେନ ଯାଇ ଗୋଟେ ଜାଗାରେ ରହିଗଲା ଏହା ଟ୍ରେନ ର ଅନ୍ତିମ ଷ୍ଟେସନ ଥିଲା ତେବେ ଏହି ଜାଗାଟି ଥିଲା କୋଲକତା । ତେବେ କୋଲକତା କେତେ ବଡ ଶହର ତାହା ଆପଣ ମାନେ ସମସ୍ତେ ଜାଣିଛନ୍ତି, କିଛି ନପାଇ ସାରୁ ଭିକ ମାଗିଲା ଓ ଯାହା ପାଇଲା ତାହା ଖାଇଲା ଏହା ପରେ ସାରୁ କିଛି ଦିନ ଏମିତି ରହିଲା ଓ

Image Courtesy: Google

କିଛି ଭିକାରି ଛୋଟ ପିଲାଙ୍କ ସହ ମିଶି ଗଲା କିନ୍ତୁ କିଛି ଦିନ ପରେ ସେହି ଛୋଟ ଛୁଆଙ୍କୁ କିଛି ଲୋକ ନେଇ ଗଲେ ଭାଗ୍ୟବଶ ସାରୁ ତାଙ୍କ ହାତରେ ଆସିଲା ନାହିଁ, ଏହା ପରେ ସାରୁ ଗୋଟେ ଜାଗାରେ ବସିଥିଲା ଯାହା ସାମ୍ନାରେ ବହୁତ ଭଲ ରେଷ୍ଟୁରେଣ୍ଟ ଥିଲା ଯେଉଁଠି ଲୋକ ଖାଇବା ପାଇଁ ଆସୁଥିଲେ ଗୋଟେ ଲୋକକୁ ଖାଇବାର ଦେଖି ସାରୁ ଲୋଭ କରୁଥିଲା କାହିଁକିନା ୪ ଦିନ ଠାରୁ ସେ କିଛି ଖାଇବାକୁ ପାଇ ନଥିଲା ଏହା ଦେଖି ଲୋକ ସାରୁକୁ ପଚାରିଲା ଯେ ତମେ କିଏ କିନ୍ତୁ ସାରୁ ଏହି ସବୁ ପ୍ରଶ୍ନ ପାଇଁ ବହୁତ ଛୋଟ ଥିଲା ।

Image Courtesy: Google

ସେହି ଲୋକ ସାରୁକୁ ଅନାଥ ଆଶ୍ରମ ନେଇ ଗଲେ ଯାହା ପରେ ଗୋଟେ ଅଷ୍ଟ୍ରେଲିଆ ଯୋଡି ଆସି ସାରୁକୁ ଆଡପ୍ଟ କରିଥିଲେ ଏହା ପରେ ସାରୁକୁ ଗୋଟେ ସାମାନ୍ଯ ଜୀବନ ପ୍ରାପ୍ତ ହେଲା ସେ ସ୍କୁଲ ଗଲା ଭଲ ଖାଇଲା ଭଲ ପିନ୍ଧିଲା କିନ୍ତୁ ନିଜ ମା ଭାଇକୁ ଭୁଲିଲା ନାହିଁ । ୨୫ ବର୍ଷ ପରେ ଗୋଟେ ବର୍ଷ ନେଟରେ ସବୁ ଜାଗା ଖୋଜିଲା ପରେ ସାରୁ ନିଜ ଗାଁରେ ଆସି ପହଞ୍ଚିଲା । ଘରେ ପହଞ୍ଚିଲା ପରେ ତା ମା ତାକୁ କୁଣ୍ଡେଇ ଧରିଲେ କାହିଁକିନା ମା ନିଜ ପୁଅକୁ ଚିହ୍ନିବା ପାଇଁ ଆଖି ଦରକାର ନଥାଏ ।

Image Courtesy: Google

ଏହା ପରେ ସେମାନଙ୍କ ଜୀବନ ସମ୍ପୁର୍ଣ୍ଣ ବଦଳି ଗଲା । ସେ ତାର ପାଳିତ ମାକୁ ମଧ୍ୟ ନିଜ ଗାଁକୁ ଅନିଳା ଓ ନିଜ ମା ସହ ଦେଖା କରାଇଲା । ପୁଅ ବହୁତ ପାଠ ପଢି ଭଲ ଚାକିରି ମଧ୍ୟ କରିଥିଲା ଓ ନିଜ ମା’ ଓ ଭାଇକୁ ନେଇ ନିଜ ପାଖରେ ଖୁସିରେ ରହିବାକୁ ଲାଗିଲା । ଏହା ଉପରେ ଏକ ଫିଲ୍ମ ମଧ୍ୟ ହୋଇଛି ଯାହା ଲୋକଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button