ବିଚାର

ବଲିଉଡର ଏହି ଅଭିନେତ୍ରୀଙ୍କର ସବୁଠୁ ବଡ଼ ପ୍ରଶଂସକ ଥିଲେ ସ୍ଵର୍ଗୀୟ ଅଟଳ ଜି – ତାଙ୍କର ଏହି ଫିଲ୍ମକୁ ସେ ୨୫ଥର ଦେଖିଥିଲେ, ଜାଣନ୍ତୁ କିଏ ସେହି ଅଭିନେତ୍ରୀ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କୁ ଆମ ସମସ୍ତଙ୍କ ପ୍ରିୟ ରାଜନେତା ସ୍ଵର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ବିଷୟରେ କିଛି ଅଜଣା କଥା କହିବାକୁ ଯାଉଛୁ । ଆପଣମାନେ ତ ତାଙ୍କ ବିଷୟରେ ସବୁକିଛି ଜାଣିଥିବେ ଯେ ସେ ଏକ ବରିଷ୍ଠ ନେତା ଥିଲେ ଭାରତୀୟ ଜନତା ପାର୍ଟିର । ଏକ ଭଲ ନେତା ଯିଏ ଆମ ଦେଶ ପାଇଁ ବହୁତ କିଛି ଭଲ କାମ କରିଯାଇଛନ୍ତି । ଯାହାଙ୍କୁ ଏବେବି ସାରା ଦୁନିଆ ମନେପକାଉଛି । ତେବେ ୟୁରିନ ଇଂଫେକସନ କାରଣରୁ ଗତବର୍ଷ ୧୬ ଅଗଷ୍ଟରେ ତାଙ୍କର ନିଧନ ହୋଇଥିଲା । ତାଙ୍କ ପାଇଁ ସମଗ୍ର ଦେଶ ଶୋକ ମନାଇଥିଲା ମଧ୍ୟ ।

ସେ କେବଳ ଜଣେ ନେତା ନଥିଲେ ଏହା ସହ ସେ ଏକ ସାହିତ୍ୟକାର, କବି ଏବଂ ପତ୍ରକାର ମଧ୍ୟ ଥିଲେ । ତେବେ ତାଙ୍କର ଫିଲ୍ମ ପ୍ରତି ବହୁତ ନିଶା ଥିଲା ଓ ସେ ବଲୀଉଡର ଗୋଟେ ଅଭିନେତ୍ରୀଙ୍କର ବହୁତ ବଡ ପ୍ରଶଂସକ ଥିଲେ । ତେବେ ସେହି ଅଭିନେତ୍ରୀ ଔ କେହି ନୁହନ୍ତି ସମସ୍ତଙ୍କର ଡ୍ରିମଗର୍ଲ ହେମା ମାଲିନୀ । ସେ ତାଙ୍କର ଏଭଳି ଦିବନା ଥିଲେ ଯେ ତାଙ୍କର ଗୋଟେ ଫିଲ୍ମ ସେ ୨୫ ଥର ଦେଖିଛନ୍ତି । ସେହି ସମୟରେ ହେମମାଳିନୀ ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ।

ସେ ବହୁତ ସୁପରହିଟ ଫିଲ୍ମ ମାନଙ୍କରେ କାମ କରିଛନ୍ତି । ତାଙ୍କର ସୁନ୍ଦରତା ଓ ଅଭିନୟ ପାଇଁ ଅଭୁତ ଲୋକ ତାଙ୍କର ଦିବନା ଥିଲେ ସେଥି ମଧ୍ୟରୁ ରାଜନେତା ଅଟଳ ବିହାରୀ ମଧ୍ୟ ଜେନ ଅଟନ୍ତି । ସେ ହେମାଙ୍କର ସମସ୍ତ ଫିଲ୍ମ ଦେଖିଛନ୍ତି ଓ ତାଙ୍କୁ ସବୁ ଫିଲ୍ମ ବହୁତ ଭଲ ଲାଗେ । କିନ୍ତୁ ସବୁ ମଧ୍ୟରୁ ଗୋଟେ ଫିଲ୍ମକୁ ସେ ବହୁତ ପସନ୍ଦ କରୁଥିଲେ ଓ ତାକୁ ପ୍ରାୟ ୨୫ ରୁ ଉର୍ଦ୍ଧ ଥର ଦେଖିଛନ୍ତି ମଧ୍ୟ । ୧୯୭୨ ମସିହାରେ ଆସିଥିବା ଫିଲ୍ମ “ସୀତା ଔର୍ ଗୀତା” ରେ ହେମାଙ୍କର ଡବଲ ରୋଲ ଥିଲା ।

ଏହି ଫିଲ୍ମ ତାଙ୍କୁ ବହୁତ ପସନ୍ଦ ଆସିଥିଲା ଯାହା ଫଳରେ ଫିଲ୍ମ ରିଲିଜ ହେବା ଠାରୁ ନେଇ ତାଙ୍କ ଜୀବିତ ଥିବା ଭିତରେ ସେ ଏହି ଫିଲ୍ମକୁ ବାରମ୍ବାର ଦେଖନ୍ତି । ତେବେ ଏହି କଥା ନିଜେ ହେମାମାଳିନୀ କହିଛନ୍ତି । ଯେବେ ସେ ତାଙ୍କ ସହ ପ୍ରଥମ ଥର ସାକ୍ଷାତ କରିବାକୁ ଯାଇଥିଲେ ସେତେବେଳେ ଅଟଳ ଜି ହେମାଙ୍କ ସହ ମିଶିବାରେ ସଙ୍କୋଚ ପ୍ରକାଶ କରିବାରୁ ହେମା ସେଠାରେ ଥିବା ଜେନ କର୍ମ ଚାରୀଙ୍କୁ ପଚାରିଥିଲେ ଯେ କାହିଁକି ଅଟଳ ଜି ଠିକ ଭାବେ କଥା ହେଉ ନାହାନ୍ତି- ତ ସେହି ମହିଳା ଜଣଙ୍କ କହିଲେ କି ଅଟଳ ଜି ହେଉଛନ୍ତି ଆପଣଙ୍କର ବହୁତ ବଡ ପ୍ରଶଂସକ , ସେ ଆପଣଙ୍କର ଫିଲ୍ମ “ସୀତା ଔର୍ ଗୀତା” ପ୍ରାୟ ୨୫ ଥର ଦେଖିଛନ୍ତି କିନ୍ତୁ ଆପଣଙ୍କୁ ଏମିତି ସମୁଖରେ ଦେଖି କିଛି କହି ପାରୁ ନାହାନ୍ତି । ଏହି ତଥ୍ୟ ଏକ ଇନ୍ଟରଭିଉରେ ନିଜେ ହେମାମାଲିନି କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button