ଶିକ୍ଷା

ପିଲାକୁ ଯଦି ଭଲ ମଣିଷ କରିବାକୁ ଚାହାଁନ୍ତି ତାକୁ ଏହି ଶିକ୍ଷା ଦିଅନ୍ତୁ, Jaya Kishori

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ପିଲା ମାନଙ୍କୁ ଭଲ ମଣିଷ କରିବା ପାଇଁ ବାପା ମା ଙ୍କୁ କେଉଁ ଶିକ୍ଷା ଦେବା ଉଚିତ । ଆମେ ଆପଣଙ୍କୁ ଏକ କାହାଣୀ ଜରିଆରେ ଏହା ଜଣାଇବୁ । ଥରେ ବାପା ମା ଆଶ୍ରମ ଆସି ପହଞ୍ଚିଲେ ଆଉ ସନ୍ୟାସୀ କହିଲେ ତୁମେ କେଉଁଠୁ ଆସିଛ ? ଏହାକୁ ଶୁଣିବା ପରେ ବାପା-ମା ଦୁହେଁ ବହୁତ କାନ୍ଦିବାକୁ ଲାଗିଲେ । ତାପରେ ସନ୍ୟାସୀ ପଚାରିଲେ କଣ ହୋଇଛି ତୁମର କାହିଁକି କାନ୍ଦୁଛ ?

ଉତ୍ତରରେ ବାପା-ମା କହିଲେ ଯେଉଁ ପୁଅକୁ ଲକ୍ଷେ ଶିବ ପୂଜ୍ୟ ଆମେ ପାଇଥିଲୁ ସେ ଆଜି ଆମକୁ ମା-ରି-ଲା । ତାପରେ ସନ୍ୟାସୀ ଜଣକ ଉତ୍ତର ଦେଲେ କି କୌଣସି ପିଲାକୁ ଜନ୍ମ କରିବା ବା ପାଠ ପଢାଇବା ପୂର୍ବରୁ ପ୍ରଥମେ ତାକୁ ସଂସ୍କାର ଦିଅନ୍ତୁ, ଉପଯୁକ୍ତ ଶିକ୍ଷା ଦିଅନ୍ତୁ । ଏହି ଶିକ୍ଷା ଓ ସ୍ନାସ୍କାର ନ ପାଇବାରୁ ପିଲା କୁ-ପଥରେ ଚାଲି ଯାଇଛି । ସେହି କାରଣରୁ ପିଲା ମାନେ ବାପା-ମା ଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ।

ତେଣୁ ସନ୍ଥ କହିଲେ ପିଲାଙ୍କୁ ବଡ ମଣିଷ କରିବା ଆଗରୁ ଭଲ ଶିକ୍ଷା ଦେବା ଉଚିତ । ପିଲା ମାନଙ୍କୁ ପ୍ରଥମେ ଶିକ୍ଷା ଦିଅନ୍ତୁ କି ଗୁରୁଜନ ମାନଙ୍କୁ ସମ୍ମାନ ଦିଅନ୍ତୁ । ଯେଉଁ ପିଲା ଗୁରୁଜନଙ୍କୁ ସମ୍ମାନ ଦିଏ, ଶାଳୀନତା ସହ କଥାବାର୍ତ୍ତା କରେ, ସକାଳୁ ଉଠି ବାପା ମା ଙ୍କୁ ପ୍ରଣାମ କରେ ସେ ନିଶ୍ଚୟ ଜୀବନରେ ସଫଳତାର ଶିଖର ରେ ପହଞ୍ଚିଥାଏ । ତେଣୁ ପିଲା ମାନଙ୍କୁ ବଡ ବଡ ସନ୍ଥ ମାନଙ୍କର କାହାଣୀ ଶୁଣାଇବା ଉଚିତ ।

ଏହି ସବୁ କାହାଣୀ ଦିନେ ପିଲାଙ୍କୁ ସଫଳତାର ଶୀର୍ଷ ରେ ପହଞ୍ଚାଇବ । ଗୋଟେ ଗୋଟେ ଛୋଟ ଛୋଟ କାହାଣୀ ଯେମିତି ଅରୁଣୀ, ଏକଲବ୍ୟ, ଧ୍ରୁବ, ଭଗବନା କୃଷ୍ଣ, ଶ୍ରୀରାମ, ସ୍ଵାମୀ ବିବେକାନନ୍ଦ ଙ୍କ ଚରିତ୍ର ବିଷୟରେ ପିଲାଙ୍କୁ କହିବା ଉଚିତ । ପିଲା ମାନେ ଗୁରୁଜନଙ୍କୁ ଦେଖିବା ମାତ୍ରେ ସମ୍ମାନ ଦେବା ଉଚିତ । ଯେଉଁ ପିଲାର ମୁଣ୍ଡ ଗୁରୁଜନଙ୍କ ପାଦରେ ନଇଁ ଯାଇଛି ସେହି ପିଲା ସେତିକି ଉପରକୁ ଉଠିଛି ।

ଯେଉଁ ପିଲାଙ୍କର ମୁଣ୍ଡ ଯେତିକି ନାଇଁଛି ସେ ସଫଳତାର ଶୀର୍ଷ ରେ ସେତିକି ଉଠିଥାଏ । ତେଣୁ ପ୍ରତେକ ବାପା ମା ପିଲାକୁ ଟଙ୍କାର ଗଛ ବା ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି କରିବା ପୂର୍ବରୁ ସଂସ୍କାର ଦେବା ଉଚିତ । ସମାଜରେ ସମସ୍ତେ ଯେ ଭଲ ତାହାର ମାନେ ନାହି । ଆଗ ନିଜେ ଭଲ ହୁଅ ତାପରେ ଅନ୍ୟକୁ ଭଲ କହିବା । ପିଲାଙ୍କୁ ଶିକ୍ଷା ଦେବା କି ସ୍ଵାତିକ ଆହାର କରନ୍ତୁ ।

ଆଉ ପିଲାଙ୍କୁ ଭାରତୀୟ ସଂସ୍କୃତି ର ବେଦ ବେଦାନ୍ତ, ଭଗବତ ଗୀତା ପଢାଇବା ଉଚିତ । ଏଭଳି ପିଲା ବାପା ମା ଙ୍କର ନାମକୁ ଉଚ୍ଚ ରେ ରଖିବ । ପିଲାକୁ ସ୍କୁଲକୁ ପଠାଇବା ପୂର୍ବରୁ ସକାଳୁ ଉଠି କଣ କରିବ, ଠାକୁରଙ୍କୁ ପ୍ରାର୍ଥନା କରିବ, ଗୁରୁଜନଙ୍କୁ ସମ୍ମାନ କେମିତି ଦେବ ଏଭଳି ଶିକ୍ଷା ଦେବା ଉଚିତ । ଏହା ସହ ପିଲାଙ୍କୁ ନିସ୍ଵାର୍ଥପର ଭାବେ କଲ୍ୟାଣ କରିବାକୁ ଶିକ୍ଷା ଦେବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button