ଦେଶ ବିଦେଶ

ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଜାଣନ୍ତୁ ଏହି ୫ଟି ଶୀର୍ଷ ନିବେଶ ବିକଳ୍ପ

ଜି ହେଉଛି ବିଶ୍ୱ ବରିଷ୍ଠ ନାଗରିକ ଦିବସ । ବରିଷ୍ଠ ନାଗରିକଙ୍କ ଭୂମିକା, ଅଧିକାର ଏବଂ ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ଜନ ଜାଗରଣ ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ସମାଜକୁ ବରିଷ୍ଠ ନାଗରିକଙ୍କ ଅବଦାନକୁ ସ୍ମରଣ କରି ସେମାନଙ୍କ ପ୍ରତି ସମାଜର ଆନୁଗତ୍ୟ ପ୍ରକାଶ କରିବା ବିଶ୍ୱ ବରିଷ୍ଠ ନାଗରିକ ଦିବସର ଉଦ୍ଦେଶ୍ୟ ।

ଆମେରିକୀୟ ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ନେତୃତ୍ୱରେ ପ୍ରଥମ ଥର ୧୯୮୮ ଅଗଷ୍ଟ ୨୧ରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଥିଲା । ୧୯୯୦ ମସିହାରେ ଜାତିସଂଘ ପକ୍ଷରୁ ଏହାକୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା । ବରିଷ୍ଠ ନାଗରିକଙ୍କ ସମ୍ମାନ, ଅଧିକାର ଏବଂ ସେମାନଙ୍କ ମାର୍ଗଦର୍ଶନରେ ଚାଲିବାକୁ ଏହି ଦିବସ ଯୁବ ସମାଜକୁ ପ୍ରେରିତ କରିଥାଏ ।

ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଓ ମୌଳିକ ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ଆସନ୍ତୁ ନଜର ପକାଇବା ଏହି ଯୋଜନା ଏବଂ ନିବେଶଗୁଡ଼ିକ ଉପରେ ।

ବରିଷ୍ଠ ନାଗରିକ ସଞ୍ଜୟ ଯୋଜନା (SCSS):

SCSS ହେଉଛି ୬୦ରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ସରକାରଙ୍କ ଦ୍ୱାରା ସମର୍ଥିତ ଏକ ସଞ୍ଚୟ ଯୋଜନା । ଭାରତୀୟ ବରିଷ୍ଠ ନାଗରିକଙ୍କ ପାଇଁ ଏହି ଯୋଜନା ଅଧିକ ରିଟର୍ଣ୍ଣ ପାଇବାର ଏକ ଭଲ ଉପାୟ । ଏହି ଯୋଜନା ଏଫ୍‌ଡି (FD) ତୁଳନାରେ ଅଧିକ ସୁଧ ହାର ପ୍ରଦାନ କରିଥାଏ । ଏଥିରେ ପାଞ୍ଚ ବର୍ଷର ଲକ୍-ଇନ୍ ଅବଧି ରହିଛି । ତେବେ ବ୍ୟକ୍ତିମାନେ ପ୍ରଥମ ବର୍ଷ ପରେ କିଛି ଟଙ୍କା ଜରିମାନା ଦେଇ ସେମାନଙ୍କ ଟଙ୍କା ଉଠାଇ ପାରିବେ । ଯେଉଁମାନେ ଅଧିକ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହା ଏକ ଭଲ ଯୋଜନା ।

ଡାକଘର ମାସିକ ଆୟ ଯୋଜନା (POMS):

ଏହି ଯୋଜନା ଅବସରର ପ୍ରାରମ୍ଭିକ ବର୍ଷରେ ବ୍ୟକ୍ତିଙ୍କୁ ସୁରକ୍ଷା ଦେଇ ଯଥେଷ୍ଟ ପୁଞ୍ଜି ସୁରକ୍ଷା ପ୍ରଦାନ କରିଥାଏ ।

ବରିଷ୍ଠ ନାଗରିକ ଫିକ୍ସଡ୍ ଡିପୋଜିଟ୍‌:

ଏହା ଏକ ଲୋକପ୍ରିୟ ନିବେଶ ବିକଳ୍ପ । ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଙ୍ଗ ବିତ୍ତୀୟ କମ୍ପାନୀଗୁଡ଼ିକ (NBFC) ଦ୍ୱାରା FD ପ୍ରଦାନ କରାଯାଇଥାଏ । ଫିକ୍ସଡ୍ ଡିପୋଜିଟ୍‌ରେ ନିବେଶ ସୁରକ୍ଷିତ ହୋଇପାରେ । କିନ୍ତୁ ଜମା ହୋଇଥିବା ରାଶି ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଇନ୍‌ଆକ୍ସେସେବଲ୍‌ ହୋଇଥାଏ ।

ମ୍ୟୁଚୁଆଲ୍ ଫଣ୍ଡ ଯୋଜନା:

ଯେଉଁ ବରିଷ୍ଠ ନାଗରିକ ନିଜ ଅର୍ଥର ଏକ ଅଂଶ ଉଚ୍ଚ-ରିଟର୍ଣ୍ଣ ସାଧନରେ ନିବେଶ କରିବାକୁ ଇଚ୍ଛୁକ, ସେମାନେ ଋଣଭିତ୍ତିକ ମ୍ୟୁଚୁଆଲ୍ ଫଣ୍ଡ କିମ୍ବା ହାଇବ୍ରିଡ୍ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିପାରିବେ । ଏହି ନିବେଶ ବିକଳ୍ପ ଅଧିକ ରିଟର୍ଣ୍ଣ ଏବଂ ପୁଞ୍ଜି ବୃଦ୍ଧିର ସୁଯୋଗକୁ ସୁନିଶ୍ଚିତ କରେ ।

ଗୋଲ୍ଡ ଫଣ୍ଡ୍‌:

ଗୋଲ୍ଡ ଫଣ୍ଡ୍‌ ସବୁଠାରୁ ବିଶ୍ୱାସଯୋଗ୍ୟ ନିବେଶ ବିକଳ୍ପ ମଧ୍ୟରୁ ଅନ୍ୟତମ । ସମୟର ପରିବର୍ତ୍ତନ ଏବଂ ଡିଜିଟାଲ୍ ଯୁଗ ସହିତ ବରିଷ୍ଠ ନାଗରିକମାନେ ଡିଜିଟାଲ୍ ଗୋଲ୍ଡ, ଗୋଲ୍ଡ ETF ଏବଂ ଗୋଲ୍ଡ ଫଣ୍ଡ୍‌ରେ ମଧ୍ୟ ନିବେଶ କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button