ଶିକ୍ଷା

ନିଆରା ଶିକ୍ଷକ, ବହି ନ ଦେଖି ପଢାଉଛନ୍ତି ପାଠ… Video ଦେଖି ଆପଣ ପ୍ରଶଂସା ନକରି ରହି ପାରିବେନି

ଆଖି ସାମନାକୁ ସାର ଯେବେ ଚାଲି ଆସନ୍ତି ଆପେ ଆପେ ମୁଣ୍ଡ ନଇଁଯାଏ, ହାତ ଯୋଡିଯାଏ ଆଉ ପାଟି ସମ୍ମାନର ସହ କଥା କୁହେ । ଏମିତିକି ପାଦ ଛୁଇଁବାକୁ ମନ ବ୍ଯାକୁଳ ହୁଏ । କାରଣ ଛାତ୍ର କି ଛାତ୍ରୀ ହୁଅନ୍ତୁ ଜୀବନରେ ସଫଳ ହେବା ପାଇଁ ଶିକ୍ଷକ ସଜାଇଥାନ୍ତି ସାରଥି । ହଁ ଦର୍ଶକ ବନ୍ଧୁ ଛାତ୍ରଛାତ୍ରୀଙ୍କ ଜୀବନରେ ସ୍କୁଲ ଶିକ୍ଷା ଓ ଶିକ୍ଷକର ଭୂମିକା କଣ ସେମାନଙ୍କୁ ବେସ ଭଲ ଭାବେ ଜଣା ହୋଇଥାଏ ।

ତେବେ ଏମିତି ଏକ ସ୍କୁଲରେ ସାର ଶ୍ରେଣୀକୁ ଆସିବା ମାତ୍ରେ ପିଲା ମାନେ ଛିଡା ହୋଇ ନମସ୍କାର କରୁଛନ୍ତି । କିନ୍ତୁ କଳା ଚସାମ ପିନ୍ଧିଥିବା ଏହି ଶିକ୍ଷକ ଙ୍କ କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଇଏ ହେଉଛନ୍ତି ସମସ୍ତଙ୍କର ପ୍ରିୟ ଶ୍ୟାମ ସୁନ୍ଦର ସାର । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ପୋଡାଡ଼ିହା ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୀମା ସୁନ୍ଦର ବିନ୍ଧାଣି ।

ନିଜେ ଭଲ କରି ଦେଖିପାରୁ ନାହାନ୍ତି କିନ୍ତୁ ପିଲାଙ୍କୁ ପାଠ ପଢାଇବାରେ ଏତେ ସିଦ୍ଧ ହସ୍ତ ଯେ ସହ କର୍ମୀ ଶିକ୍ଷକ ତାଙ୍କର ପ୍ରଶଂସା ର ଶବ୍ଦ କହୁ କହୁ ଭାବ ବିହ୍ଵଳ ହୋଇଗଲେ । 2015 ରୁ ସୀମା ସୁନ୍ଦର ଶିକ୍ଷକତା କରୁଛନ୍ତି । ସେ ଜନ୍ମରୁ ଦ୍ରୁଷ୍ଟିପାତିତ ନ ଥିଲେ । 2000 ରେ ସେ ନିମୋନିଆ ରେ ପୀଡିତ ହୋଇଥିଲେ । ସେବେ ଠାରୁ ସେ ଦ୍ରୁଷ୍ଟି ଶକ୍ତି ହରାଇ ବସିଛନ୍ତି ।

ପାଠ ପଢାଇବା ସହ ଶ୍ୟାମ ସୁନ୍ଦର ସାର ସମସ୍ତଙ୍କର ଅତି ଆପଣାର ଅଟନ୍ତି । ବହି ନ ଦେଖି ସେ ପାଠ ପଢାଇଥାନ୍ତି ପିଲାଙ୍କୁ । ସାହିତ୍ୟ ସହ ଇତିହାସ, ଭୂଗୋଳ ତାଙ୍କର ମୁଖସ୍ଥ ମୁହଁ ରେ । ନିଜେ ମୋବାଇଲ ରେ ପଢନ୍ତି । ଆଉ ସବୁ ବିଷୟକୁ ବୁଝିବା ଯାଏଁ ପିଲାଙ୍କୁ ପଢାନ୍ତି । କାଳେ କିଛି ଅବୁଝା ରହିଯିବ ସେଥିପାଇଁ ବାରମ୍ବାର ରିଭିଜନ କରାନ୍ତି ଶ୍ୟାମ ସୁନ୍ଦର ପିଲା ମାନଙ୍କୁ ।

ଦ୍ରୁଷ୍ଟି ଶକ୍ତି ହରାଇ ଥିଲେ ମଧ୍ୟ ଶ୍ୟାମ ସୁନ୍ଦର ନିଜକୁ କେବେ ଦିବ୍ୟାଙ୍ଗ ବୋଲି ଭାବି ନାହାନ୍ତି । OTT ରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷକତା କରୁଛନ୍ତି ଶ୍ୟାମ ସୁନ୍ଦର । ନିଜର ଦ୍ରୁଷ୍ଟି ଶକ୍ତି ନ ଥିଲେ ବି ନିଜର ଜ୍ଞାନ ମାଧ୍ୟମରେ ସେ ଅନେକ ଙ୍କ ଜୀବନକୁ ଉଜ୍ବଳ ମୟ କରି ପାରିଛନ୍ତି । ତେବେ ଶ୍ୟାମ ସୁନ୍ଦର ଦ୍ରୁଷ୍ଟି ହିନ ସତ କିନ୍ତୁ ତାଙ୍କ ଭିତରେ ଯେଉଁ ଅଗାଢ ଜ୍ଞାନ ଶକ୍ତି ରହିଛି ତାହାର ପ୍ରଶଂସା କରି ରହି ହେବ ନାହି ।

Related Articles

Leave a Reply

Your email address will not be published. Required fields are marked *

Back to top button