ଦେଶ ବିଦେଶ

ହାତ କି ଗୋଡରେ କଳା ଫିତା ପିନ୍ଧିବାର ଅଭ୍ଯାସ ଥିଲେ, ଏହି ଜରୁରୀ କଥା ନିହାତି ଜାଣି ରଖନ୍ତୁ…

ବନ୍ଧୁଗଣ ଆମର ହିନ୍ଦୁ ଧର୍ମରେ ଯେତେବେଳେ କୌଣସି ଏକ ନବ ଜାତ ଶିଶୁ ଜନ୍ମ ନେଇଥାଏ, ସେହି ସମୟରେ ଘରର ବଡ ବୟସ୍କ ଲୋକ ମାନେ ପିଲା ମାନଙ୍କୁ ନଜର ନଲାଗିବା ପାଇଁ କଳା ଟୀକା ମଥାରେ ଲଗାଇବା ସହ ହାତରେ ବା ଗୋଡରେ କଳା ଫିତା ଆଦି ବାନ୍ଧିଥାନ୍ତି । ହେଲେ ଧୀରେ ଧୀରେ ସମୟ ର ସହ ଆମେ ମାନେ ଏତେ ମାତ୍ରରେ ଆଗକୁ ବଢି ଆସିଛୁ ଯେ ଆଜି ଆମେ ମାନେ ଆମର ପୂର୍ବଜ ମାନଙ୍କର ସେହି ରୀତି ନୀତି ଗୁଡିକ ମଧ୍ୟ ଭୁଲି ଯାଇଛୁ ।

ବନ୍ଧୁଗଣ ନକରାତ୍ମକତା ଶକ୍ତି ଏକ ଏପରି ଶକ୍ତି ଯାହାକି ଯଦି କୌଣସି ବ୍ୟକ୍ତିର ଜୀବନରେ ଥରେ ପ୍ରବେଶ କରେ, ତେବେ ଏହି ଶକ୍ତି ସେହି ବ୍ଯକ୍ତିର ଜୀବନର ସମସ୍ତ ଖୁସିକୁ ଦୁଃଖରେ ପରିଣତ କରିଦିଏ । ବନ୍ଧୁଗଣ ଆପଣ ବହୁ ସମୟରେ ଦେଖିଥିବେ କି ଜୀବନରେ ସଫଳତା ପ୍ରାପ୍ତ କରିବା ପାଇଁ ଅନେକ ଫିଲ୍ମର ଅଭିନେତା ବା ଅଭିନେତ୍ରୀ ନିଜ ହାତରେ କଳା ଫିତା ଧାରଣ କରିଛନ୍ତି । ଏହାଛଡା କିଛି ଲୋକ କଳା ରଙ୍ଗର ଫିତାକୁ ନିଜ ଗୋଡରେ ମଧ୍ୟ ବାନ୍ଧିଥାନ୍ତି ।

କଳା ରଙ୍ଗ ଏକ ଏପରି ରଙ୍ଗ ହୋଇଥାଏ ଯାହାକି ନକରାତ୍ମକ ଶକ୍ତିକୁ ଦୂର କରିବାରେ ଖୁବ ସହାୟକ ହୋଇଥାଏ । ଏହି କାରଣରୁ ବନ୍ଧୁଗଣ ନଜର ରୁ ବା ଖରାପ ଶକ୍ତି ରୁ ରକ୍ଷା ପାଇଁ କଳା ବସ୍ତ୍ର, କଳା ଟିକା ବା କଳା ଫିତା ଧାରଣ କରାଯାଇଥାଏ । କିନ୍ତୁ ଏହି ସବୁ ମଧ୍ୟରୁ କଳା ରଙ୍ଗର ଫିତା ସବୁଠାରୁ ଅଧିକ କାମରେ ଲାଗିଥାଏ ।

ବନ୍ଧୁଗଣ ଯଦି ଘରେ ସବୁବେଳେ କଳହ ଓ ଅଶାନ୍ତି ଲାଗି ରହେ । ତେବେ ଆପଣ ଏକ କଳା ରଙ୍ଗର ଫିତାରେ ୧୦୮ ଗଣ୍ଠି ପାକାଇ, ପ୍ରତ୍ଯେକ ଗଣ୍ଠିରେ ” ଓଁ ଶନ ଶନିଶ୍ଚରାୟ ନମଃ ” ମନ୍ତ୍ର ଟିକୁ ଥରେ ଜପ କରି ଏହି ସୂତା ଟିକୁ ଘରର ମୁଖ୍ୟ ଦ୍ଵାରରେ ବାନ୍ଧି ନିଅନ୍ତୁ । ଏହାଦ୍ବାରା ଆପଣ ଦେଖି ପାରିବେ କି ଘରେ ଥିବା ସମସ୍ତ ନକରାତ୍ମକତା ଶକ୍ତି ଗୁଡିକ ନାସ ହୋଇଯିବ । ବନ୍ଧୁଗଣ ଶରୀରରେ କଳା ରଙ୍ଗର ସୂତା ଧାରଣ କରିବା ଦ୍ଵାରା ଶରୀରେ ମଧ୍ୟ କୌଣସି ଖରାପ ଦ୍ରୁଷ୍ଟି ଲାଗି ନଥାଏ ।

ହେଲେ ମନେ ରଖନ୍ତୁ ବ୍ୟବହାର କରିଥିବା କଳା ଫିତା କେବେ ମଧ୍ୟ ଏପଟେ ସେପଟେ କୌଣସି ସ୍ଥାନରେ ଫୋପାଡିବା ଠିକ ହୋଇନଥାଏ । କାରଣ ଏହାକୁ କେହି ନେଇ ଆପଣଙ୍କ ଉପରେ କୌଣସି ପ୍ରକାର କିଛି କଳା ଜାଦୁ ଆଦି ମଧ୍ୟ କରି ପାରନ୍ତି । ତେଣୁ ବ୍ୟବହାର କରିଥିବା କଳା ଫିତାକୁ ସବୁବେଳେ ଓସ୍ତ ଗଛରେ ମୂଳରେ ନେଇ ରଖି ଆସିବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button