ଜୀବନଶୈଳୀ

ମନ୍ କି ବାତ୍ ରେ ଓଡିଆ ପୁଅ ହର୍ଷବର୍ଦ୍ଧନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ସମ୍ବର୍ଦ୍ଧିତ କଲେ ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର: ଜାତୀୟ ସ୍ତରରେ ଭାରୋତ୍ତୋଳନରେ ସ୍ୱର୍ଣ୍ଣ ହାସଲ କରିଥିବା ହର୍ଷବର୍ଦ୍ଧନ ସାହୁଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦକ୍ଷିଣ ଆମେରିକାର ଲିମା ଠାରେ ଅନୁଷ୍ଠିତ ଆଇଡବ୍ଲୁଏଲଏଫ(IWLF) ୱାର୍ଲଡ ୟୁଥ୍ ଭାରୋତ୍ତୋଳନରେ ଚମ୍ପିଆନସିପ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ହର୍ଷବର୍ଦ୍ଧନ । ଏହା ସହ ବିହାରରେ ଅନୁଷ୍ଠିତ ଖେଲୋ ଇଣ୍ଡିଆରେ ମଧ୍ୟ ନିଜ ଜଲୱା ଦେଖାଇ ପଦକ ହାସଲ କରିଥିଲେ ।

ଏନେଇ ମଙ୍ଗଳବାର ସେ ଗଞ୍ଜାମ ଫେରିବା ପରେ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ବାସଭବନରେ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା । ଖେଳ ପାଇଁ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବା ଲାଗି ଜିଲ୍ଲାପାଳ ଶ୍ରୀ ପରିଡା ହର୍ଷବର୍ଦ୍ଧନଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଅନ୍ୟପଟେ ଏହି ସଫଳତା ପାଇ ବେଶ ଖୁସି ଜାହିର କରିବା ସହ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ତାଙ୍କ ନାମ ନେଇଥିବାରୁ ବେଶ୍ ଗର୍ବ ଅନୁଭବ କରିଛନ୍ତି ହର୍ଷବର୍ଦ୍ଧନ ।

Related Articles

Leave a Reply

Your email address will not be published. Required fields are marked *

Back to top button