୨ କୋଟି ମହିଳାଙ୍କୁ ଲକ୍ଷପତି କରିବେ ସରକାର, ପ୍ରସ୍ତୁତ କରାଯାଉଛି ଖାସ ଯୋଜନା – Utkal Mail
ହଁ ଆଜ୍ଞା ସରକାର ଲକ୍ଷପତି ଦିନି ଯୋଜନା ଅଧିନରେ ଦୁଇକୋଟି ମହିଳାଙ୍କୁ ସଶକ୍ତିକରଣ ଏବଂ ସ୍ୱାବଲମ୍ବୀ କରାଇବେ ।
୨ କୋଟି ମହିଳାଙ୍କୁ ଲକ୍ଷପତି କରିବେ ସରକାର । ହଁ ଆଜ୍ଞା ସରକାର ଲକ୍ଷପତି ଦିନି ଯୋଜନା ଅଧିନରେ ଦୁଇକୋଟି ମହିଳାଙ୍କୁ ସଶକ୍ତିକରଣ ଏବଂ ସ୍ୱାବଲମ୍ବୀ କରାଇବେ । ୭୭ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଦେଶବାସୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ମହିଳା ସଶକ୍ତିକରଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢୁଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନ ସମୟରେ ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ବିକାଶ ପାଇଁ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ସର୍ବାଧିକ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ।
ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ବ୍ୟାଙ୍କରୁ ଅଙ୍ଗନୱାଡି ପର୍ଯ୍ୟନ୍ତ କୌଣସି ପ୍ଲାଟଫର୍ମ ନାହିଁ ଯେଉଁଠାରେ ମହିଳାମାନେ ସହଯୋଗ କରୁନାହାଁନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ଗ୍ରାମରେ ‘ବ୍ୟାଙ୍କ ୱାଲି ଦିଦି’, ‘ଅଙ୍ଗନୱାଡି ୱାଲି ଦିଦି’, ‘ମେଡିସିନି ଦେନେ ୱାଲି ଦିଦି’ କାମ କରୁଛନ୍ତି। ଆଉ ଏବେ ତାଙ୍କର ସ୍ୱପ୍ନ ହେଉଛି ପ୍ରତ୍ୟେକ ଗାଁରେ ‘ଲକ୍ଷପତି ଦିଦି’ ରହିବା ଦରକାର।
ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନ ସମୟରେ ଦେଶର ମହିଳାମାନଙ୍କ ପାଇଁ ମଧ୍ୟ ଏକ ବଡ଼ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ଲକ୍ଷପତି ଦିଦି ଯୋଜନା ଉପରେ କାମ କରୁଛନ୍ତି। ଏହି ଯୋଜନା ଅଧୀନରେ ଦୁଇ କୋଟି ଦିଦି ଲକ୍ଷପତି କରିବାର ଲକ୍ଷ୍ୟ ରହିଛି।
ଲକ୍ଷପତି ଦିଦି ଯୋଜନାରେ ମହିଳାମାନଙ୍କୁ ମାଇକ୍ରୋ ଉଦ୍ୟୋଗ ଆରମ୍ଭ କରିବାକୁ ଉତ୍ସାହିତ କରାଯିବ। ଏହା ଅଧୀନରେ ମହିଳାମାନଙ୍କୁ ଡ୍ରୋନ ଅପରେସନ୍ ଏବଂ ମରାମତି, ପ୍ଲମ୍ବିଂ, ଏଲଇଡି ବଲ୍ବ ତିଆରି କରିବା ସହିତ ଅନେକ କ୍ଷେତ୍ରରେ ତାଲିମ ଦିଆଯିବ।
୧୫,୦୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର କୃଷି କ୍ଷେତ୍ରରେ ଡ୍ରୋନ୍ ବ୍ୟବହାରରେ ତାଲିମ ଦିଆଯିବ। ଏଥିସହ ଏହି ମହିଳାମାନଙ୍କୁ ଡ୍ରୋନ୍ ଉଡ଼ାଇବା ଏବଂ ମରାମତି ପାଇଁ ତାଲିମ ଦିଆଯିବ। ବାସ୍ତବରେ କୃଷି କ୍ଷେତ୍ରରେ ଟେକ୍ନୋଲୋଜିର ସର୍ବାଧିକ ବ୍ୟବହାର ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଛନ୍ତି। ଅନ୍ୟପଟେ ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ଥିବା ଲୋକଙ୍କ ପାଇଁ ଆସିଛି ସତର୍କ ସୂଚନା । ଏହି ଯୋଜନା ସମ୍ବନ୍ଧରେ କିଛି ନୂତନ ନିୟମ କାର୍ଯ୍ୟକାରୀ ହୋଇଛି । ଯଦି ଆପଣ ସେହି ନିୟମ ମାନନ୍ତି ନାହିଁ, ତେବେ ସୁକନ୍ୟା ସମୃଦ୍ଧ ଆକାଉଣ୍ଟ ଫ୍ରିଜ୍ ହେବାର ସମ୍ଭାବନା ରହିଛି ।